Trade Deal: ଭାରତ-ଆମେରିକା ମଧ୍ୟରେ ୭ ଘଣ୍ଟା ଆଲୋଚନା, କ'ଣ ବାହାରିଲା ନିଷ୍କର୍ଷ ?

Key Points
ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଟ୍ରମ୍ପଙ୍କ ଆଗ୍ରହ ପ୍ରକାଶ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ରାଜିନାମା ସ୍ଵାକ୍ଷରିତ ହେବା ସମ୍ଭାବନା ରହିଛି । ଦୁଇ ଦେଶ ମଧ୍ୟରେ ନଷ୍ଟ ହୋଇଥିବା ସମ୍ପର୍କକୁ ସୁଧାରିବାକୁ ଟ୍ରମ୍ପ ପଦକ୍ଷେପ ନେଇଛନ୍ତି ।
ନୂଆଦିଲ୍ଲୀ: ଟାରିଫ୍କୁ ନେଇ ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା । କମିପାରେ ଭାରତ ଉପରେ ଆମେରିକା ଲଗାଇ ଥିବା ଟାରିଫ୍ ପରିମାଣ । ମଙ୍ଗଳବାର ଭାରତ ଓ ଆମେରିକା ମଧ୍ୟରେ ଦିଲ୍ଲୀରେ ୭ ଘଣ୍ଟା ଧରି ଆଲୋଚନା ହୋଇଛି । ଗତକାଲି ମଧ୍ୟରାତ୍ରରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ଆମେରିକାର ଟ୍ରେଡ ଡିଲ୍ ମୁଖ୍ୟ ବ୍ରେଣ୍ଡନ ଲିଞ୍ଚ ।
ବୈଠକରେ ଭାରତ ପକ୍ଷରୁ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ସମେତ ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଟ୍ରମ୍ପଙ୍କ ଆଗ୍ରହ ପ୍ରକାଶ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ରାଜିନାମା ସ୍ଵାକ୍ଷରିତ ହେବା ସମ୍ଭାବନା ରହିଛି । ଦୁଇ ଦେଶ ମଧ୍ୟରେ ନଷ୍ଟ ହୋଇଥିବା ସମ୍ପର୍କକୁ ସୁଧାରିବାକୁ ଟ୍ରମ୍ପ ପଦକ୍ଷେପ ନେଇଛନ୍ତି ।
ନିକଟରେ ଟ୍ରମ୍ପ ପିଏମ୍ ମୋଦିଙ୍କୁ ତାଙ୍କର ପ୍ରିୟ ବନ୍ଧୁ ବୋଲି କହିଥିଲେ । ମୋଦି ମଧ୍ୟ ଟ୍ରମ୍ପଙ୍କ ମନ୍ତବ୍ୟର ଉତ୍ତର ଦେଇଥିଲେ । ଏହାପରେ ଟ୍ରମ୍ପ ବାଣିଜ୍ୟିକ ରାଜିନାମା ପାଇଁ ଡ୍ରେଡ୍ ଟିମ୍ ଭାରତକୁ ପଠାଇଛନ୍ତି । ଭାରତ ଋଷିଆଠାରୁ ତୈଳ ଆମଦାନୀ ବନ୍ଦ ନ କରିବାରୁ ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା ଆଗକୁ ବଢିବ ନାହିଁ ବୋଲି ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇଥିଲେ ।
📱 Get Argus News App
✨
ଋଷିଆଠାରୁ ତୈଳ ଆମଦାନୀ କାରଣ ଦର୍ଶାଇ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ସହ ମୋଟ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ ଟ୍ରମ୍ପ । ପୂର୍ବରୁ ମାର୍ଚ୍ଚ ୨୦୨୫ ରୁ ଅଗଷ୍ଟ ୨୦୨୫ ଯାଏ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ୫ ପର୍ଯ୍ୟାୟରେ ଆଲୋଚନା ଅନୁଷ୍ଠିତ ହୋଇଛି ।
ଷଷ୍ଠ ପର୍ଯ୍ୟାୟ ଆଲୋଚନା ଅଗଷ୍ଟ ୨୦୨୫ରେ ହେବାର ଥିଲା, କିନ୍ତୁ ୫୦ ପ୍ରତିଶତ ଶୁଳ୍କ ବିବାଦ ଯୋଗୁଁ ଆଲୋଚନା ସ୍ଥଗିତ ରଖା ଯାଇଥିଲା । ଋଷିଆ ତୈଳ ଆମଦାନୀ ବାହାନାରେ ଆମେରିକା, ଭାରତରେ କୃଷି ଓ ଡାଏରୀ ବଜାରରେ ପ୍ରବେଶ ଚାହୁଁଛି କିନ୍ତୁ ଭାରତ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।