Trump Warning / ଭାରତ ଉପରେ ଆହୁରି ବଢ଼ିପାରେ ଟାରିଫ୍; ଋଷଠୁ ତେଲ କିଣାକୁ ନେଇ ଟ୍ରମ୍ପ ଦେଖାଇଲେ ନାଲି ଆଖି
·2 months ago·2 min read

Key Points
ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନୂଆଦିଲ୍ଲୀ ସହଯୋଗ ନ କଲେ ଭାରତର ରପ୍ତାନୀ ଉପରେ ଅଧିକ ଟାରିଫ୍ ଲଗାଇବୁ ।
ୱାଶିଂଟନ୍: ଋଷକୁ ନେଇ ଭାରତକୁ ନାଲି ଆଖି ଦେଖାଇଲା ଆମେରିକା । ନୂଆଦିଲ୍ଲୀ ଋଷ ତେଲ ପ୍ରସଙ୍ଗରେ ସହଯୋଗ ନ କଲେ ଭାରତ ଉପର ବଢ଼ିପାରେ ଟାରିଫ୍ । ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନୂଆଦିଲ୍ଲୀ ସହଯୋଗ ନ କଲେ ଭାରତର ରପ୍ତାନୀ ଉପରେ ଅଧିକ ଟାରିଫ୍ ଲଗାଇବୁ ।
ଖବର ଅନୁସାରେ, ଏକ ଜନସଭାକୁ ସମ୍ଭୋଧନ ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଋଷରୁ ଭାରତର ତୈଳ ଆମଦାନୀ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ପ୍ରକୃତରେ ସେ ମୋତେ ଖୁସି କରିବାକୁ ଚାହୁଁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ଭଲ ଲୋକ । ସେ ଜାଣିଥିଲେ ମୁଁ ଖୁସି ନାହିଁ । ମୋତେ ଖୁସି କରିବା ଜରୁରୀ ଥିଲା । ଆମେ ଶୀଘ୍ର ଟାରିଫ୍ ବଢ଼ାଇବୁ ।"
ଏଥିସହ ପଢ଼ନ୍ତୁ: ଭେନେଜୁଏଲା ଉପରେ କବ୍ଜା; ତେଲରୁ ଟଙ୍କା କମାଇବ ଆମେରିକା, ବଢ଼ିବ କି ମନମାନି ?
ଆମେରିକା ରାଷ୍ଟ୍ରପତି, ଋଷ ଠାରୁ ଭାରତର ତେଲ କିଣା କଥା ଉଠାଇଥିବା ବେଳେ ଦୀର୍ଘ ସମୟରୁ ମୋଦି ସରକାର ବିରୋଧ କରି ଆସୁଛନ୍ତି । ୨୦୨୫ ଅଗଷ୍ଟରେ ଆମେରିକା ଟାରିଫ୍ ଦୁଇ ଗୁଣ କରି ୫୦ ପ୍ରତିଶତ କରିବା ପଛର କାରଣ ଥିଲା ଋଷଠୁ ଭାରତର ତେଲ କିଣା ।
ଏବେ ଟ୍ରମ୍ପଙ୍କ ସଦ୍ୟ ବୟାନ ପୁଣି ଥରେ ବିବାଦ ଛିଡ଼ା କରିଛି । ଟ୍ରମ୍ପ ପୂର୍ବରୁ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଭରସା ଦେଇଛନ୍ତି, ଭାରତ ଋଷଠାରୁ ତେଲ କିଣିବା ବନ୍ଦ କରିଦେବେ । ଟ୍ରମ୍ପ ଏହି କଥା କିଛି ମାସ ତଳେ କହିଥିଲେ । ଆଉ ଏବେ ପୁଣି ତେଲ ନାଁରେ ଟାରିଫ୍ ବୃଦ୍ଧି ଧମକ ଦେଇଛନ୍ତି ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଦାବିକୁ ନୂଆଦିଲ୍ଲୀ ସିଧା ସିଧା ଖାରଜ କରିଛି । ନୂଆଦିଲ୍ଲୀ କହିଛି, ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏଭଳି କୌଣସି ଆଲୋଚନା ହିଁ ହୋଇ ନାହିଁ ।
ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'
ସୂଚନାଯୋଗ୍ୟ, ଭାରତକୁ ତେଲ ରପ୍ତାନୀକାରୀ ରାଷ୍ଟ୍ର ମଧ୍ୟରେ ଋଷ ସବୁଠୁ ବଡ଼ । ଟ୍ରମ୍ପ ପ୍ରଶାସନ ଅଭିଯୋଗ ଅନୁଯାୟୀ, ଋଷ ଏହି ତେଲ କାରବାରରୁ କମାଉଥିବା ଟଙ୍କା ୟୁକ୍ରେନ୍ ଯୁଦ୍ଧରେ ବିନିଯୋଗ କରୁଛି । ଅନ୍ୟପଟେ ଭାରତ ଉକ୍ତ ତେଲକୁ ପୁଣି ବିକି ଲାଭ ପାଉଛି ।
ତେଣୁ ଋଷ ତେଲକୁ ନେଇ ଭାରତ ଉପରେ ଟ୍ରମ୍ପ ଟାରିଫ୍ ଲଗାଇବା ପୁଟିନଙ୍କ ଉପରେ ଚାପ ସୃଷ୍ଟି କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହା ଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories