Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Vedanta / ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇଁ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ସହ ବେଦାନ୍ତ ଆଲୁମିନିୟମ୍‌ର MoU

Sushanta Sahoo
Browse all articles by Sushanta Sahoo
·3 months ago·3 min read
ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇଁ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ସହ ବେଦାନ୍ତ ଆଲୁମିନିୟମ୍‌ର MoU
Big Boost for Odisha Industry

Key Points

ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ୍ ପାର୍କର ଲକ୍ଷ୍ୟ ହେଉଛି- MSMEର ଅଭିବୃଦ୍ଧିରେ ସହଯୋଗ ଦେବା ସହ ଓଡ଼ିଶାକୁ ବିଶ୍ଵସ୍ତରରେ ଆଲୁମିନିୟମ୍ ହବ୍ ଭାବେ ଗଢ଼ି ତୋଳିବା ।
ଭୁବନେଶ୍ଵର: ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇ ବେଦାନ୍ତ ପକ୍ଷରୁ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ଦେଶର ଦୁଇଟି ଅଗ୍ରଣୀ ବୃହତ୍ତ ଉତ୍ପାଦନକାରୀ କମ୍ପାନୀ ସହ ଚୁକ୍ତି ସ୍ଵାକ୍ଷର (MoU) କରିଛି ବେଦାନ୍ତ ଆଲୁମିନିୟମ୍ । ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି ।

ସିଂଘଲ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିର ଗୋଟିଏ ୟୁନିଟ୍ ସିଂଘଲ ଷ୍ଟିଲ୍ ଆଣ୍ଡ ପାୱାର୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସ୍କଟି୍ କେମିକାଲ୍ ଇଣ୍ଡଷ୍ଟ୍ରି ଏବଂ UAL ଇଣ୍ଡଷ୍ଟ୍ରି ସହ ଜଡ଼ିତ SCOT-AL Metcon ପ୍ରାଇଭେଟ୍ ଲିମିଟେଡ୍ ସହ ବେଦାନ୍ତ ଆଲୁମିନିୟମ୍ ଚୁକ୍ତି କରିଛି । ଏହି ଦୁଇ କମ୍ପାନୀ ଝାରସୁଗୁଡ଼ାରେ ବେଦାନ୍ତର ଡାଉନଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାରେ ସହଯୋଗ କରିବେ ।

ଏନେ ଭୁବନେଶ୍ଵରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ ।

୫୦୦ କୋଟିର ନିବେଶ, ୧୫୦୦ ନିଯୁକ୍ତି ସୁଯୋଗ

ଏହି ପ୍ରକଳ୍ପ ଡାଉନଷ୍ଟ୍ରିମ୍ ଆଲୁମିନିୟମ୍ ଶିଳ୍ପ ପାଇଁ ବିଶ୍ଵ ସ୍ତରୀୟ ଶିଳ୍ପ ଇକୋସିଷ୍ଟମ୍ ଯୋଗାଇବ । ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ୍ ପାର୍କର ଲକ୍ଷ୍ୟ ହେଉଛି- MSMEର ଅଭିବୃଦ୍ଧିରେ ସହଯୋଗ ଦେବା ସହ ଓଡ଼ିଶାକୁ ବିଶ୍ଵସ୍ତରରେ ଆଲୁମିନିୟମ୍ ହବ୍ ଭାବେ ଗଢ଼ି ତୋଳିବା । ଏହି ପଦକ୍ଷେପ ଦ୍ଵାରା ରାଜ୍ୟରେ ଶିଳ୍ପ ପ୍ରତିଯୋଗିତା ଆସିବ, ପ୍ରାୟ ୫୦୦ କୋଟିର ନୂଆ ନିବେଶ ସହ ପ୍ରାୟ ୧୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ରାଜ୍ୟରେ ସୃଷ୍ଟି ହେବ ।

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଛନ୍ତି, "ଏହି ପଦକ୍ଷେପ ଓଡ଼ିଶାକୁ ଅଗ୍ରଣୀ ଶିଳ୍ପ ଗନ୍ତବ୍ୟ ସ୍ଥଳ ଭାବେ ସୁଦୃଢ଼ କରିବ । ବେଦାନ୍ତ ଆଲୁମିନିୟମ୍ ପାର୍କ ନିବେଶ ବଢ଼ାଇବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ । ଯାହାକି ସମସ୍ତ କ୍ଷେତ୍ରରେ ରାଜ୍ୟର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ । ପ୍ରସ୍ତାବିତ ଆଲୁମିନିୟମ୍ ପାର୍କ ରାଜ୍ୟର ଶିଳ୍ପ ବିବିଧତା ଲାଗି ଉତ୍ପେରକ ସାଜିବ । ଡାଉନଷ୍ଟ୍ରିମ୍ ଶିଳ୍ପର ସମ୍ପ୍ରସାରଣ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ ।"

ସେହିଭଳି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, "ଓଡ଼ିଶାର ଶିଳ୍ପ ଶୃଙ୍ଖଳ ଲାଗି ବେଦାନ୍ତ ଆଲୁମିନିୟମ୍ ପାର୍କ ହେଉଛି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଭିତ୍ତିଭୂମି ପ୍ରସ୍ତୁତି ସହ ନୀତିଗତ ସମର୍ଥନକୁ ମିଶାଇ ଆମେ ଏକ ଏଭଳି ପ୍ଲାଟଫର୍ମ ପ୍ରସ୍ତୁତ କରୁଛୁ, ଯାହା ଶିଳ୍ପକୁ ଦକ୍ଷ ଓ ପ୍ରତିଯୋଗୀତା ମୂଳକ ଭାବେ ଆଗକୁ ବଢ଼ାଇବାରେ ସହାୟକ ହେବ ।"

ବେଦାନ୍ତ ଆଲୁମିନିୟମ୍‌ର ସିଇଓ ରାଜୀବ କୁମାର କହିଛନ୍ତି, "ବେଦାନ୍ତ ଆଲୁମିନିୟମ୍ ପାର୍କ ଆର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ପ୍ରାଥମିକ ଉତ୍ପାଦନକୁ ବାଦ ଦେଇ ଆମେ ଗୁଣବତ୍ତା ଉତ୍ପାଦନକୁ ଗ୍ରହଣ କରିଛୁ । ଏକ ଦୃଢ଼ ଡାଉନଷ୍ଟ୍ରିମ୍ ଇକୋସିଷ୍ଟମ ଦ୍ଵାରା ଆମେ ଶିଳ୍ପ, MSMEs ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବା । ଏଥିସହ ବୈଶ୍ଵିକ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରି ପାରିବା ।"

ବେଦାନ୍ତ ଝାରସୁଗୁଡ଼ା ସିଇଓ ସି ଚନ୍ଦ୍ରୁ କହିଛନ୍ତି, "ବେଦାନ୍ତ ଆଲୁମିନିୟମ୍ ଅଭିବୃଦ୍ଧି ଯାତ୍ରାର ହୃଦୟ ହେଉଛି ଝାରସୁଗୁଡ଼ା । ବେଦାନ୍ତ ଆଲୁମିନିୟମ୍ ପାର୍କ କେବଳ ଡାଉନଷ୍ଟ୍ରିମ୍ ଇକୋସିଷ୍ଟମକୁ ସୁଦୃଢ଼ କରିବ ତା' ନୁହେଁ ବରଂ ସ୍ଥାୟୀ ଜୀବିକା ଯୋଗାଇବ, ନୂଆ ଉଦ୍ୟୋଗୀ ସୃଷ୍ଟି କରିବ ଏବଂ କ୍ଷେତ୍ରୀୟ ବିକାଶରେ ସହଯୋଗ କରିବ । ବିଶ୍ଵସ୍ତରୀୟ ପ୍ରତିଯୋଗୀତା ମୂଳକ ଉତ୍ପାଦନ ହବ୍ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ସହ ସହଭାଗୀ ହୋଇଥିବାରୁ ଆମେ ଗର୍ବିତ ।"

ବେଦାନ୍ତ ଆଲୁମିନିୟମ୍ ପାର୍କର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପ୍ରାୟ ୫୬ ଏକ ଜମିରେ ଚାଲିଛି । ଯାହା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଯାତ୍ରା କ୍ଷେତ୍ରରେ ମାଇଲ୍‌ଷ୍ଟୋନ୍ । ଶିଳ୍ପ କ୍ଷମତା ଏବଂ ନିବେଶକୁ ଏକାଠି କରି ଆଲୁମିନିୟମ୍ ମୂଲ୍ୟ ଶୃଙ୍ଖଳରେ ନୂଆ ସୁଯୋଗ ସୃଷ୍ଟି ଏବଂ ରାଜ୍ୟର ସାମାଜିକ-ଆର୍ଥିକ ବିକାଶର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଉଛୁ । ଏହି ପାର୍କ ଡାଉନଷ୍ଟ୍ରିମ ଉତ୍ପାଦନ ହବ୍ ଭାବେ ଶିଳ୍ପ ଗୁଡ଼ିକ ଲଜିଷ୍ଟିକ୍ସ, ଶକ୍ତି ବ୍ୟବହାର ଏବଂ ଉତ୍ପାଦନ ସମୟ ହ୍ରାସ କରିବାରେ ସହାୟକ ହେବ ବୋଲି ବେଦାନ୍ତ କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vedanta Signs MoU for Aluminium Park in Jharsuguda, 1500 Jobs Likely | Argus News | Argus News