ସତ ହେବ ବିମାନରେ ବିଦେଶ ଭ୍ରମଣ ସ୍ଵପ୍ନ ! ମାତ୍ର ୧୧ ଟଙ୍କାରେ ମିଳିବ ଟିକେଟ୍

Key Points
ଆଉ ଆମ ଦେଶ ଭାରତରେ ଲକ୍ଷ ଲକ୍ଷ, କୋଟି କୋଟି ଲୋକଙ୍କ ଲାଗି ଏହା କୌଣସି ବଡ଼ ସ୍ଵପ୍ନ ଠାରୁ କମ୍ ନୁହେଁ । କିନ୍ତୁ ଆପଣଙ୍କ ଏହି ସ୍ଵପ୍ନ ଏବେ ସତ ହେବାକୁ ଯାଉଛି ।
ବିଦେଶ ଯାତ୍ରା, ତାହା ପୁଣି ବିମାନରେ । ପ୍ରତ୍ୟେକ ଲୋକଙ୍କ ମନରେ ଏହି ଆଶା ରହିଛି । ଅନେକ ଏ ସ୍ଵପ୍ନକୁ ସତ କରିବାକୁ ଟଙ୍କା ବି ଯୋଡ଼ନ୍ତି । ଆଉ ଆମ ଦେଶ ଭାରତରେ ଲକ୍ଷ ଲକ୍ଷ, କୋଟି କୋଟି ଲୋକଙ୍କ ଲାଗି ଏହା କୌଣସି ବଡ଼ ସ୍ଵପ୍ନ ଠାରୁ କମ୍ ନୁହେଁ । କିନ୍ତୁ ଆପଣଙ୍କ ଏହି ସ୍ଵପ୍ନ ଏବେ ସତ ହେବାକୁ ଯାଉଛି । କାରଣ ଏବେ ମାତ୍ର ୧୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍ ।
ସୂଚନା ଅନୁସାରେ, ଭିଏତନାମର ଏୟାରଲାଇନ୍ ଭିଏତଜେଟ୍ ଏହି ଅଫର୍ ଦେଇଛି । ଭିଏତଜେଟ୍ ଏୟାର ଏକ ଫେଷ୍ଟିଭ୍ ସେଲ୍ ଆରମ୍ଭ କରିଛି । ଯେଉଁଥିରେ, କମ୍ପାନୀ ଭାରତରୁ ଭିଏତନାମ ଫ୍ଲାଇଟ୍ ଟିକେଟ୍ ମାତ୍ର ୧୧ ଟଙ୍କାରୁ ଆରମ୍ଭ କରିଛି । ତେବେ ଏଥିପାଇଁ ଟିକସ୍ ଓ ଅନ୍ୟ ଦେୟ ଅଲଗା ଦେବାକୁ ପଡ଼ିବ ।
📱 Get Argus News App
✨ଏହି ଅଫର୍ କେବଳ ଇକୋ ଶ୍ରେଣୀ ପାଇଁ ଉପଲବ୍ଧ । ଆପଣ ମୁମ୍ବାଇ, ଦିଲ୍ଲୀ, କୋଚି ଓ ଅହମଦାବାଦ ଆଦି ସହରରୁ ବିମାନ ଯୋଗେ ଆପଣ ଭିଏତନାମର ମିନହ୍ ସିଟି, ହନୋଈ ଓ ଦାନ ନାଙ୍ଗ ଭଳି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଭିଏତଜେଟ୍ ମାଧ୍ୟମରେ ଯାଇ ପାରିବେ ।
ସୂଚନା ଅନୁସାରେ, ୧୧ ଟଙ୍କିଆ ଟିକେଟ୍ ପ୍ରତି ଶୁକ୍ରବାର ଉପଲବ୍ଧ ହେବ । ଏହି ଅଫର୍ ୨୦୨୫ ଡିସେମ୍ବର ୩୧ ଯାଏଁ ଜାରି ରହିବ । ତେବେ ଏହି ଅଫର୍ ଲିମିଟେଡ୍ ସିଟ୍ ପାଇଁ ରହିଛି । ତେଣୁ ଶୀଘ୍ର ହିଁ ବୁକିଂ କରନ୍ତୁ । ବୁକିଂ ଲାଗି କମ୍ପାନୀର ୱେବସାଇଟ୍ ହେଉଛି www.vietjetair.com । ଏହା ଛଡ଼ା ଭିଏତଜେଟର ମୋବାଇଲ୍ ଆପ୍ ଯୋଗେ ମଧ୍ୟ ବୁକିଂ କରି ହେବ ।