Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Calamities

ଉତ୍ତରରୁ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା 'ରେମାଲ'

Smruti Parija
Browse all articles by Smruti Parija
·2 years ago·1 min read
ଉତ୍ତରରୁ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା 'ରେମାଲ'

ଅର୍ଗସ ବ୍ୟୁରୋ: ଦୁର୍ବଳ ହେଲା ରେମାଲ । ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ‘ରେମାଲ’ । ଗତ ୬ ଘଣ୍ଟା ହେଲା ୧୫ କିମି ବେଗରେ ଗତି କରୁଛି ‘ରେମାଲ’ । ଗତ ମଧ୍ୟ ରାତିରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁଥିଲା । ଏବେ ଉତ୍ତରରୁ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା 'ରେମାଲ' । କିଛି ସମୟରେ ଉତ୍ତର ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବ ବାତ୍ୟା ରେମାଲ।

ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ରେମାଲ । ଦୀର୍ଘ 4 ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ହେଲା ଲ୍ୟାଣ୍ଡଫଲ୍ । 135 କିଲୋମିଟର ବେଗରେ ବୋହିଲା ପବନ । ପ୍ରାୟ 6 ଘଣ୍ଟା ଧରି ଜାରି ରହିଥିବା ପବନ ଓ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ୍’ ବାଂଲାଦେଶ ଓ ପଶ୍ଚିମବଙ୍ଗରେ ମାଡ ହୋଇଛି । 

ବାତ୍ୟା ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାକୁ 130 କିଲୋମିଟରୁ ଅଧିକ ରହିଥିଲା । ବାତ୍ୟାକୁ ଦେଖି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଥିଲା ପୂର୍ବ ମେଦିନିପୁର ଜିଲ୍ଲା ପ୍ରଶାସନ । ତେବେ ପ୍ରବଳ ବର୍ଷା ଓ ପବନ କାରଣରୁ ବହୁ ସ୍ଥାନରେ ଗଛ ଉପୁଡି ପଡିଥିବାରୁ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone 'Remal' moving north-northeast | Argus News