|
logo
Live

Argus News - ଆଗାମୀ କିଛି ଘଣ୍ଟା ଭିତରେ ଅବପାତର ରୂପ ନେବ 'ମିଗଜୋମ୍'

Calamities

ଆଗାମୀ କିଛି ଘଣ୍ଟା ଭିତରେ ଅବପାତର ରୂପ ନେବ 'ମିଗଜୋମ୍'

Smruti Parija
Browse all articles by Smruti Parija
·2 years ago·2 min read
ଆଗାମୀ କିଛି ଘଣ୍ଟା ଭିତରେ ଅବପାତର ରୂପ ନେବ 'ମିଗଜୋମ୍'

ଅର୍ଗସ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବ । ଉପକୂଳ ଓଡିଶାରେ କୋହଲା ପାଗକୁ ଆରମ୍ଭ ହେଲାଣି ଝିପି ଝିପି ବର୍ଷା । ଆଉ 24 ଘଣ୍ଟା କୋହଲା ପାଗ । ସେପଟେ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବର୍ଷା ଜାରି ରହିଛି । ଜିଲ୍ଲାର ବ୍ରହ୍ମପୁର ସହର ସମେତ ଏକାଧିକ ବ୍ଲକ ଭଞ୍ଜନଗର , ଆସିକା , କବିସୂର୍ଯ୍ୟନଗର, ପାତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡିରେ ବର୍ଷା ଜାରି। ଗତକାଲି ରାତିରେ ବର୍ଷାର ପରିମାଣ ଅଧିକ ଥିବା ବେଳେ ସକାଳୁ କିଛି ପରିମାଣରେ କମିଥିବା ଦେଖିବାକୁ ମିଳିଛି। ତେବେ ଗଞ୍ଜାମରେ ବ୍ୟାପକ ଧାନଫସଲ ନଷ୍ଟ ହେବା ନେଇ ଆଶଙ୍କା ଦେଖିବାକୁ ମିଳିଛି।

ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍। ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଜଣାଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ଆଜି ମଧ୍ୟ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବ ଆଗାମୀ ୨୪ ଘଂଟା ଯାଏଁ ରହିବ। ବାତ୍ୟା ‘ମିଗଜୋମ’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ତେବେ ବର୍ତ୍ତମାନ ପାଇଁ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ। ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଉଛି। ଆଜି ପାଗ ବଦଳିବାର ସମ୍ଭାବନା ରହିଛି ଯିବ। ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି ଖୁବ ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ। ସେମାନେ ଯେତେ ଶୀଘ୍ର ଦେବେ ରିପୋର୍ଟ ଦେବେ ତା ପରେ ଅନୁଧ୍ୟାନ କରି କ୍ଷତି ପୂରଣ ଦିଆଯିବ ବୋଲି ଏସଆରସି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଗାମୀ କିଛି ଘଣ୍ଟା ଭିତରେ ଅବପାତର ରୂପ ନେବ 'ମିଗଜୋମ୍' | Argus News