Videos
|
Crime

Murder / ଦୁଇ ସାଙ୍ଗ ମିଶି ମାରିଦେଲେ ପ୍ରେମିକାକୁ, ଏମିତି କରିଥିଲେ ପ୍ଲାନ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଦୁଇ ସାଙ୍ଗ ମିଶି ମାରିଦେଲେ ପ୍ରେମିକାକୁ, ଏମିତି କରିଥିଲେ ପ୍ଲାନ...
Boyfriend

Key Points

କିଏ ଦେଲା କାହାକୁ ଧୋକା
ଦୁଇ ସାଙ୍ଗ ମିଶି ମାରିଦେଲେ ପ୍ରେମିକାକୁ
କୁହାଯାଏ ପ୍ରେମ ମାନେନା କିଛି। ପ୍ରେମ ହେଉଛି ଅନ୍ଧ। ପ୍ରେମ ଏକ ଭାବନାକୁ ବୁଝାଇଥାଏ। ଦୁଇ ଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହକୁ ବୁଝାଇଥାଏ ପ୍ରେମ। ସମସ୍ତଙ୍କ ଭାଷାରେ ପ୍ରେମକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। ଆଉ ଆଜିକାଲି ପ୍ରେମକୁ ଲୋକେ କଳଙ୍କ କରିସାରିଲେଣି। ଠିକ ଏମିତି ଏକ ପ୍ରେମରେ ପଡିଥିଲେ ଜଣେ ଯୁବତୀ। ଜଣେ ନୁହେଁ, ଦୁଇ ଜଣଙ୍କ ପ୍ରେମରେ ପଡ଼ିଥିଲେ। ଆଉ ଦୁହେଁ ମିଶି ପ୍ରେମିକାକୁ ମାରିଦେଲେ। ସେ ପୁଣି ଦୁଇ ବନ୍ଧୁଙ୍କ ଗୋଟିଏ ପ୍ରେମିକା। ହେଲେ କାହାକୁ ବି ଜଣାନଥିଲା। ଆଉ ଯେତେବେଳେ ଜାଣିଦେଲେ, ମୁଣ୍ଡ ଗୋଲ। ପ୍ଲାନ କଲେ ଧୋକାବାଜ ପ୍ରେମିକାକୁ ବାଟରୁ କାଢ଼ିବେ।

ଶେଷରେ ଘରୁ ଡକାଇ ମାରିଦେଲେ। ଉତ୍ତର ପ୍ରଦେଶର ଲକ୍ଷ୍ନୌର ପାରା ପୋଲିସ ଷ୍ଟେସନ ଅଞ୍ଚଳରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟା ଝିଅକୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ସେ ଜାନୁଆରୀ ୧୪ ତାରିଖରେ ଏକ ପୋଲିସ ରିପୋର୍ଟ ଦାଖଲ କରିଥିଲେ, କିନ୍ତୁ ପୋଲିସ ବାରମ୍ବାର ଦାବି କରିଥିଲା ଯେ ତାଙ୍କ ଝିଅ ମିଳିବ। ଯେତେବେଳେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ପରିବାର ସଦସ୍ୟମାନେ ପୋଲିସ ଷ୍ଟେସନକୁ ଯାଇ ପ୍ରତିବାଦ କରିଥିଲେ ଏବଂ ସେମାନଙ୍କ ମୃତ୍ୟୁଦଣ୍ଡ ଦାବି କରିଥିଲେ। ମହିଳାମାନେ ହାତ ଯୋଡ଼ି ନ୍ୟାୟ ପାଇଁ ନିବେଦନ କରୁଥିବା ଦେଖାଯାଇଥିଲା। ଏସଏଚଓ ସୁରେଶ ସିଂହ କହିଛନ୍ତି ଯେ ମାମଲାର ନିରପେକ୍ଷ ତଦନ୍ତ କରାଯାଉଛି ଏବଂ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜାନୁଆରୀ ୧୩ ତାରିଖରେ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ସେ ନୈନିତାଲ ଯାଇଥିଲେ ବୋଲି କହିଥିଲେ କିନ୍ତୁ ପ୍ରକୃତ କଥା ଆହୁରି ଭୟଙ୍କର ଥିଲା। ପୋଲିସ୍ ତଦନ୍ତରୁ ଜଣାପଡିଲା ଯେ ଅଂଶୁ ଗୌତମ ନାମକ ଜଣ ପୁଅ ଝିଅଟିକୁ ଭଲ ପାଉଥିଲେ। କିନ୍ତୁ ପରେ ସନ୍ଦେହ କଲେ ଯେ ସେ ତାଙ୍କ ବନ୍ଧୁ ଆଶିକ୍ ଯାଦବଙ୍କ ସହ ମଧ୍ୟ କଥା ହେଉଛନ୍ତି। ଏହା ତାଙ୍କୁ ଅପମାନ ଲାଗିଥିଲା। ଦୁଇ ବନ୍ଧୁ ଝିଅଟିକୁ ମାରିଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଜାନୁଆରୀ ୧୩ ତାରିଖ ସନ୍ଧ୍ୟାରେ, ତାଙ୍କୁ ଫୋନ୍ ମାଧ୍ୟମରେ ଡକାଯାଇଥିଲା। ଏକ ଟାଟା ସଫାରିରେ ଜୋରଜବରଦସ୍ତ ବସାଇ ଦିଆଯାଇଥିଲା ଏବଂ ତା’ପରେ ଚଳନ୍ତା ଗାଡ଼ିରେ ଗଳାକାଟି ହତ୍ୟା କରାଯାଇଥିଲା।

ଏଥିସହ ପଢ଼ନ୍ତୁ: ନିଆଁ ଆଁରେ ୭ ମଣିଷ ପୋଡି ପାଉଁସ, ଏବେବି ୨୦ ଫସିଛନ୍ତି ପାଉଁସ ଭିତରେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହତ୍ୟା ପରେ, ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତମାନେ ସରୋଜିନୀ ନଗରରେ ରେଳ ଧାରଣାରେ ମୃତଦେହ ରଖି ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଇଥିଲେ। ଟ୍ରେନ୍ରେ ଧକ୍କା ଦେବା ପରେ କିଶୋରୀଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା କରି ଦିଆଯାଇଥିଲା। ପରିଚୟ ଲୁଚାଇବା ପାଇଁ, ଅଭିଯୁକ୍ତମାନେ ନିଜର ଏବଂ ମୃତକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଭାଙ୍ଗି ଫୋପାଡ଼ି ଦେଇଥିଲେ। ପୋଲିସ ଜାନୁଆରୀ ୨୫ ତାରିଖରେ ଅଂଶୁ ଗୌତମ ଏବଂ ତାଙ୍କ ତିନି ସହଯୋଗୀ - ଆଶିକ ଯାଦବ, ରିଶୁ ଯାଦବ ଏବଂ ବୈଭବ ସିଂହ ରାଜପୁତଙ୍କୁ ଗିରଫ କରିଥିଲା। ଏଖବର ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିବାବେଳେ ଯୁବପୀଢ଼ି ସତର୍କ ରହିବା ଆବଶ୍ୟକ ହୋଇପଡୁଛି।

ଅଧିକ ପଢ଼ନ୍ତୁ ଅପରାଧ ଖବର:

Related Topics

Explore more stories