Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ବଜାରରେ ମିଳୁଛି ନକଲି ଉଷା ସିଲେଇ ମେସିନ, ଦେଖି ଚାହିଁ କିଣନ୍ତୁ

Smruti Parija
Browse all articles by Smruti Parija
·11 months ago·1 min read
ବଜାରରେ ମିଳୁଛି ନକଲି ଉଷା ସିଲେଇ ମେସିନ, ଦେଖି ଚାହିଁ କିଣନ୍ତୁ

Key Points

ଅସଲି ଭାବି ନକଲି ସିଲେଇ ମେସିନ ଘରକୁ ନେଇ ଯାଉନାହାନ୍ତି ତ ?

ବଜାରରେ ମିଳୁଛି ନକଲି ଉଷା ସିଲେଇ ମେସିନ

ଏକକାଳୀନ 24ଟି ନକଲି ଉଷା ସିଲେଇ ମେସିନ ଜବତ

ବଜାରରେ ମିଳୁଛି ନକଲି ଉଷା ସିଲେଇ ମେସିନ, ଦେଖି ଚାହିଁ କିଣନ୍ତୁ । କାରଣ ରାଜଧାନୀରେ ନକଲି ସିଲେଇ ମେସିନ ବିକ୍ରୀ ହେଉଥିବା ନଜରକୁ ଆସିଛି । ଉଷା କମ୍ପାନୀ ନାଁରେ ଚାଲାଣ ହେଉଥିଲା ନକଲି ଉଷା ସିଲେଇ ମେସିନ । ନାମୀ ଦାମୀ କମ୍ପାନୀ ନାଁରେ ବିକ୍ରି ହେଉଥିଲା ଏହି ମେସିନ । ଦୀର୍ଘ 6 ମାସ ଖୋଜା ଖୋଜି କରିବା ପରେ ରେଡ ହ୍ୟାଣ୍ଡରେ ଧରିଲେ ଡିଷ୍ଟ୍ରିବୁଟର । ଚାଲାଣ ବେଳେ ରସୁଲଗଡ ଛକରେ ଚଢ଼ାଉ କରିଛି ପୋଲିସ । ଏକ କାଳୀନ 24ଟି ନକଲି ସିଲେଇ ମେସିନ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ଦୋକାନରେ ନକଲି ସିଲେଇ ମେସିନ ବିକ୍ରି ନେଇ ହେବ ଖୋଳତାଡ଼ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
24-fake-usha-sewing-machines-seized-at-one-time-argusnews | Argus News