Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Brutal Murder / ପ୍ରଥମେ ନଖ ଓପାଡିଦେଲେ , ପରେ ଆଙ୍ଗୁଳି କାଟିଦେଲେ, ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ପ୍ରଥମେ ନଖ ଓପାଡିଦେଲେ , ପରେ ଆଙ୍ଗୁଳି କାଟିଦେଲେ, ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା

Key Points

ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ ଆୟର୍ସରେ ୩ ଜଣ ଯୁବତୀଙ୍କୁ ଡ୍ରଗ୍ସ ଗ୍ୟାଙ୍ଗର କିଛି ଲୋକ ହତ୍ୟା କରିଛନ୍ତି । ମୃତ ଯୁବତୀଙ୍କ ମଧ୍ୟରେ ୨୦ ବର୍ଷୀୟ ମୋରୋନା ବେରଦୀ , ବ୍ରେଣ୍ଡା ଡେଲ୍ କାଷ୍ଟିଲୋ ଏବଂ ୧୫ ବର୍ଷୀୟ ଲାରା ଗୁଟିରେଜ ମଧ୍ୟ ସାମିଲ ଅଛନ୍ତି ।

୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା । ଆଉ ହତ୍ୟା ସମୟରେ ଇନଷ୍ଟାଗ୍ରାମରେ ଲାଇଭ ଆସିଲେ ନିଶାଡି ଗ୍ୟାଙ୍ଗ । ଏପରି ହତ୍ୟା ଘଟଣା ଏବେ ଅନେକ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୩ ଜଣ ଯୁବତୀଙ୍କୁ ଏତେ ବିଭତ୍ସ ଭାବେ ହତ୍ୟା କରାଯାଇଛି ଯେ , ତାଙ୍କର ଶରୀର ଚିହ୍ନିବା କଷ୍ଟକର ହୋଇପଡିଛି ।

ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ ଆୟର୍ସରେ ୩ ଜଣ ଯୁବତୀଙ୍କୁ ଡ୍ରଗ୍ସ ଗ୍ୟାଙ୍ଗର କିଛି ଲୋକ ହତ୍ୟା କରିଛନ୍ତି । ମୃତ ଯୁବତୀଙ୍କ ମଧ୍ୟରେ ୨୦ ବର୍ଷୀୟ ମୋରୋନା ବେରଦୀ , ବ୍ରେଣ୍ଡା ଡେଲ୍ କାଷ୍ଟିଲୋ ଏବଂ ୧୫ ବର୍ଷୀୟ ଲାରା ଗୁଟିରେଜ ମଧ୍ୟ ସାମିଲ ଅଛନ୍ତି । ବୁଧବାର ଦିନ ବ୍ୟୁନୋସ୍ ଆୟର୍ସର ଦକ୍ଷିଣ ଭାଗରେ ଏକ ଘରର ଅଗଣାରେ ସେମାନଙ୍କ ମୃତଦେହ ପୋତାଯାଇଥିବା ଅବସ୍ଥାରେ ମିଳିଥିଲା। ସେପ୍ଟେମ୍ବର 19 ତାରିଖରୁ ଏହି ତିନିଜଣ ନିଖୋଜ ଥିଲେ।

ପୋଲିସ ତଦନ୍ତରୁ ଜଣାପଡିଛି, ସେହି ଝିଅ ମାନଙ୍କୁ ପାର୍ଟିର ବାହାନାରେ ଏକ ଭ୍ୟାନରେ ନିଆଯାଇଥିଲା। ସେଠାରେ ଗ୍ୟାଙ୍ଗ ସଦସ୍ୟମାନେ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ପରେ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ସେହି ଡ୍ରଗ୍ସ ଗ୍ୟାଙ୍ଗର ମୂଳ ଲକ୍ଷ ଡ୍ରଗ୍ସ ବା ନିଶା ଚୋରି କରୁଥିବା ବ୍ୟକ୍ତିଙ୍କୁ ଭୟବୀତ କରିବା ଥିଲା ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି।

ଅଧିକ ପଢନ୍ତୁ : ପ୍ରଥମେ ସ୍ତ୍ରୀକୁ ସନ୍ଦେହ, ତାପରେ ହତ୍ୟା.. ଶେଷରେ ଫେସ୍‌ବୁକ୍‌ରେ ଲାଇଭ୍ !


ତେବେ ଏହି ନିର୍ମମ ବିଭତ୍ସ ଘଟଣା ସମୟରେ ଇନଷ୍ଟାଗ୍ରାମର ଏକ ବ୍ୟକ୍ତିଗତ ଆକାଉଣ୍ଟରେ ଲାଇଭ ଦେଖାଯାଇଥିଲା । ଯାହାକୁ ୪୫ ଜଣ ଲୋକ ଦେଖିଥିଲେ । ତେବେ ଏହାକୁ ନେଇ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା କହିଛି, ଏହି ପ୍ଲାଟଫର୍ମରେ ଲାଇଭ ହୋଇଥିବା ନେଇ କୌଣସି ପ୍ରମାଣ ମିଳିପାରିନାହିଁ । ପୋଲିସ ମୁତାବକ , ସେହି ଯୁବତୀ ମାନଙ୍କର ନଖ ଉପାଡି ଦେଇଥିଲେ , ଆଙ୍ଗୁଳି କାଟି ଦେଇଥିଲେ , ତାଙ୍କୁ ପିଟିବା ପରେ ଗଳା ଦବାଇ ମାରିଦେଲେ ।

ତେବେ ଏହି ମାମଲାରେ ବର୍ତ୍ତମାନ ଯାଏଁ ୩ଜଣ ପୁରୁଷ ଏବଂ ୨ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଯାଏଁ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡ ବିରୋଧରେ ଶନିବାର ହଜାର ହଜାର ଲୋକ ରାଜରାସ୍ତାକୁ ଆସି ସଂସଦ ଯାଏଁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହି ୩ ଯୁବତୀଙ୍କ ମୃତ୍ୟରେ ନ୍ୟାୟ ମାଗି ବିଭୋକ୍ଷ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ : ସିସିଟିଭିରେ କଏଦ୍ ହେଲା ଦୃଶ୍ୟ , ଫିଲ୍ମ ଷ୍ଟାଇଲରେ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ


ସେହି ଯୁବତୀଙ୍କ ମଧ୍ୟରୁ ବ୍ରେଣ୍ଡାଙ୍କ ପିତା କହିଛନ୍ତି,"ମୋ ଝିଅ ସହ ଯାହା ହେଲା ତାହା କୌଣସି ପଶୁ ସହ ମଧ୍ୟ ହେବନାହିଁ" । ସେହିପରି ୧୫ ବର୍ଷୀୟ ଲାରାର ଜଣେ ସମ୍ପର୍କୀୟ କହିଛନ୍ତି, ଲାରାର ଡ୍ରଗ୍ସ ସହ କୌଣସି ସମ୍ବନ୍ଧ ନାହିଁ ।

Related Topics

Explore more stories

Sponsored
3 Argentina woman brutal murder by drugs gang | Argus News