Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନ୍ତର୍ଜାତୀୟ ଜଳ ସୀମାରୁ ୪୫୦ ବସ୍ତା ଗୁଆ ଜବତ

Crime

ଅନ୍ତର୍ଜାତୀୟ ଜଳ ସୀମାରୁ ୪୫୦ ବସ୍ତା ଗୁଆ ଜବତ

Smruti Parija
Browse all articles by Smruti Parija
·1 year ago·1 min read
ଅନ୍ତର୍ଜାତୀୟ ଜଳ ସୀମାରୁ ୪୫୦ ବସ୍ତା ଗୁଆ ଜବତ

ମଝି ସମୁଦ୍ରରୁ 450 ବସ୍ତା ଗୁଆ ଜବତ । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଅନ୍ତର୍ଜାତୀୟ ଜଳ ସୀମାରୁ ସନ୍ଧେହ ଜନକ ଅବସ୍ଥାରେ ବୋଟ ଜବତ ହୋଇଛି । ବୋଟକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ । ବୋଟରେ ଥିବା ୧୪ ଜଣ ବ୍ୟକ୍ତି ଓ୍ବେଷ୍ଟବେଙ୍ଗଲ ସୀମାରୁ ବାଙ୍ଗଲାଦେଶ ସୀମାକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବାବେଳେ କୋଷ୍ଟଗାର୍ଡର ଜାହାଜ ଆଇଏନ‌ଏସ୍ ଭରଦା ସେମାନଙ୍କୁ ଧରିଥିଲା ।


ବୋଟକୁ ଜବତ କରିବା ପରେ ସେଥିରେ ୪୫୦ ବସ୍ତା ଗୁଆ ରହିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୋଷ୍ଟଗାର୍ଡ ବୋଟକୁ ପାରାଦ୍ଵୀପ ବନ୍ଦରକୁ ଅଣାଯାଇଥିବାବେଳେ, ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛି । ସେମାନେ ଏହି ଗୁଆକୁ କେଉଁ ଉଦ୍ଧେଶ୍ୟରେ ନେଉଥିଲେ, ଆଗରୁ କେତେଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି ।

Sponsored
450-bags-of-betel-nut-seized-from-international-boarder | Argus News