ଅଶ୍ଲୀଳ ପୋଷ୍ଟ କଲେ ୫ ଲକ୍ଷ ଜରିମାନା !

କିଛି କଣ୍ଟେଟ୍ କ୍ରିଏଟରଙ୍କ ପାଇଁ ଭାଇରାଲ ହେବାର ସହଜ ବାଟ ପାଲଟିଛି ଅଶ୍ଲୀଳ ଭାଷା କହି ଭିଡିଓ କରିବା। ବହୁ କଣ୍ଟେଟ୍ କ୍ରିଏଟର ସମାଜ ସୁଧାରିବା ଭଳି କଣ୍ଟେଟ୍ ଶୋସିଆଲ ମିଡିଆରେ ଅପଲୋଡ କରି ସଫଳତା ସାଉଣ୍ଟୁଥିବା ବେଳେ କିଛି ବ୍ୟକ୍ତି ଅଶ୍ଲୀଳ ଭିଡିଓ କରି ଅର୍ଥ ରୋଜଗାରର ପନ୍ଥା ଖୋଜୁଛନ୍ତି। ନିକଟରେ ଆଯାଇଥିବା ଅଶ୍ଲୀଳ ମନ୍ତବ୍ୟ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୋସିଆଲ ମିଡିଆ ଅପବ୍ୟବହାର ଏତେ ବଢି ଯାଇଛି ପେଜ୍ ସ୍କ୍ରୋଲ୍ କଲେ ପ୍ରତି ୧୦୦ ଟି କଷ୍ଟେଟରେ ୫ ଟି ଅଶ୍ଲୀଳ ଇଙ୍ଗିତ ଅଡିଓ ଭିଡିଓ ଆସିଯାଉଛି। ଯେଉଁଥିରେ ଲଗାମ ଳଗାଇବାକୁ ସାଧାରଣରେ ଦାବି ହେଉଛି।
ଅଶ୍ଲୀଳ ପୋଷ୍ଟ କଲେ ୫ ଲକ୍ଷ ଜରିମାନା!
📱 Get Argus News App
✨ସମ୍ବିଧାନ ଅନୁଚ୍ଛେଦ 19(1)(A) ଅନୁଯାୟୀ ସମସ୍ତ ନାଗରିକଙ୍କୁ ନିଜର ମତ ରଖିବା ପାଇଁ ସ୍ବାଧୀନତା ଦିଆଯାଇଛି। ସାମାଜିକ ଗଣମାଧ୍ୟମ ମଧ୍ୟ ଏହାକୁ ପ୍ରୋତ୍ସାହିତ କରେ। ହେଲ ଏହି ସ୍ବାଧୀନତାର ଅପବ୍ୟବହାର ଦିନକୁ ଦିନ ବଢି ଚାଲିଛି। ଅପବ୍ୟବହାରକୁ ରୋକିବା ପାଇଁ ଭାରତ ସରକାର ୨୦୦୦ ମସିହାରେ ଆଇଟି ଆକ୍ଟ ଲାଗୁ କରିଛନ୍ତି। ଏହି ଆକ୍ଟ ଅନୁସାରେ ଯଦି ଆପଣ ସାମାଜିକ ଗଣମାଧ୍ୟମର କୌଣସିବି ଆପରେ ଉତ୍ତେଜନା ମୂଳକ ଫଟୋ, ଭିଡିଓ କିମ୍ବା ଲେଖା ପୋଷ୍ଟ କରୁଛନ୍ତି ତେବେ ଏଥିପାଇଁ ଜରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଆଇପିସି ଧାରା 153A (34) ଆଇଟି ଆକ୍ଟ ଧାରା ୬୭ ରେ ମକୋଦ୍ଦମା ରୁଜ୍ଜୁ କରାଯିବ। ଆଇଟି ଆକ୍ଟ ୨୦୦୦ ଧାରା ୬୭ ରେ ଏନେଇ ପ୍ରାବଧାନ ରହିଛି।
ଦ୍ବିତୀୟ ଥର ଏମିତି ପୋଷ୍ଟ କରୁଥିଲେ ୫ ବର୍ଷ ଜେଲ୍ ଦଣ୍ଡ
ପ୍ରଥମ ଥର ପାଇଁ ଶୋସିଆଲ ମିଡିଆରେ ଏମିତି ଭିଡିଓ ,ଫଟୋ ଓ ଲେଖା ପୋଷ୍ଟ କିମ୍ବା ସେୟାର କଲେ ୩ ବର୍ଷ ପାଇଁ ଜେଲଦଣ୍ଡ ମିଳିବ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡିପାରେ। ଦ୍ବିତୀୟ ଥର ପାଇଁ ଏମିତି କଲେ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ପଡିବ। ଧାରା 69(A)ଧାରା ଅନୁଯାୟୀ, କୌଣସି ବି ଶୋସିଆଲ ମିଡିଆ ପ୍ଲାଟ୍ ଫମ ଉପରେ ରୋକ ଲଗାଇବାର ଅଧିକାର ସରକାରଙ୍କର ଅଛି । କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ ଡିଭାଇସ୍, ୱାର୍ଲ୍ଡ ୱାଇଡ୍ ୱେବ୍, ମୋବାଇଲ୍ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଅପରାଧ କରିବା ଦଣ୍ଡନୀୟ। ସାଇବର ଅପରାଧ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇଟି (ସଂଶୋଧନ) ଆଇନ ୨୦୦୮ ପ୍ରଣୟନ କରାଯାଇଛି।
ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ଭାରତରେ ବିବାଦ
ଏକ କମେଡି ଶୋରେ ବାପା-ମାଙ୍କ ସମ୍ପର୍କକୁ ନେଇ ଦିଆଯାଇଥିବା ଅଶ୍ଲୀଳ ମନ୍ତବ୍ୟକୁ ନେଇ ସାରା ଦେଶରେ ବିବାଦ ମୁଣ୍ଡ ଟେକିଛି। ମାତା ପିତା ସମ୍ପର୍କକୁ ନେଇ ରଣବୀର ଆଲ୍ଲାହାବାଦିଆଙ୍କ ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।ତାଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଛନ୍ତି ବମ୍ବେ ହାଇକୋର୍ଟର ଆଇନଜୀବୀ । ବିବାଦ ବଢିବା ପରେ ୟୁଟ୍ୟୁବ ଏହି ଭିଡିଓକୁ ହଟେଇ ଦେଇଛି। ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ଏକ ଆଲୋଚନା ସମୟରେ ଜଣେ ପ୍ରତିଯୋଗୀଙ୍କ ପରିବାର ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ରଣବୀର ଆଲ୍ଲାହାବାଦିଆ ।