Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Shocking Murder / ରକ୍ତ ଚିହ୍ନିଲାନି ରକ୍ତ ସଂର୍ପକ, ସହିପାରିଲାନି ଭାଇକୁ ଶେଷରେ ମାରିଦେଲା

Banajyotshna Ray
Browse all articles by Banajyotshna Ray
·5 months ago·3 min read
ରକ୍ତ ଚିହ୍ନିଲାନି ରକ୍ତ ସଂର୍ପକ, ସହିପାରିଲାନି ଭାଇକୁ ଶେଷରେ ମାରିଦେଲା
Shocking Murder

Key Points

ଭାଇ ହେଲା ଭଗାରୀ
୬୦ ହଜାର ଟଙ୍କା ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡଭାଇ
ଭାଇ ହେଲା ଭଗାରୀ। ୬୦ ହଜାର ଟଙ୍କା ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡଭାଇ। ଆର୍ଥିକ କ୍ଷତି ଓ ଜମିବାଡିରୁ ବଞ୍ଚିତ ହେବା ଆଶଙ୍କା କରି ଏଭଳି ଅମାନବୀୟ କାଣ୍ଡ ରଚିଛି ବଲାଙ୍ଗିର ତୁଷୁରା ଥାନା ଦେଉଳଗୁଡି ଗାଁର ନବ ଥନାପତି। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଦେଉଲଗୁଡି ଗାଁର ପ୍ରସାଦି ଚରଣ ଥନାପତିଙ୍କ ଧୁଇ ପୁଅ ନବ ଥନାପଥି ଓ ନଟରାଜ ଥନାପତି। ଉଭୟ ଗ୍ରୋସୋରୀ ଦୋକାନ ଦେଇଛନ୍ତି । ନଟରାଜ ଗ୍ରୋସୋରୀ ଦୋକାନରୁ ଭଲ ଆୟ କରି ଜମି କିଣିବା ସହ ପରିବାରଠାରୁ ଅଲଗା ରହୁଥିଲା। ଏହାକୁ ସହି ପାରୁନଥିଲା ବଡଭାଇ ନବ ଥନାପତି। ଆଉ କିଛିଧିନ ପରେ ବିବାହ କରିଥାନ୍ତା ନଟରାଜ ଥନାପତି। ଏଥିପାଇଁ ବିବାହ କାର୍ଡ ମଧ୍ୟ ଛପା ସରିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ହାତରୁ ଦୁଇହାତ ପୂର୍ବରୁ ସୁପାରୀ ଦେଇ ହତ୍ୟା କଲା ବଡ ଭାଇ।

ଜାନୁଆରୀ ୩ ତାରିଖରେ ନବ କୁମାର ଥନାପତି ତୁଷୁରାଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ପଞ୍ଜିକୃତ କରି ତଦନ୍ତ କରୁଛି। ସାଇବର ଫୋରେନସିକ୍ ରିପୋର୍ଟ, ପିଏମ୍ ରିପୋର୍ଟ ଏବଂ ସ୍ଥାନୀୟ ଗୋପନୀୟ ତଦନ୍ତ ଉପରେ ଆଧାର କରି ତଦନ୍ତ ସମୟରେ ବଡଭାଇ ନବ ଥନାପତି ପାଖରେ ପହଞ୍ଚିଲା ପୋଲିସ। ମୃତକଙ୍କ ବଡ଼ ଭାଇ ତାଙ୍କୁ ଆର୍ଥିକ ବିବାଦ ଯୋଗୁଁ ହତ୍ୟା କରିବା ପାଇଁ ମୁଣ୍ଡପାଳ ଗ୍ରାମର କ୍ଷେତ୍ରମୋହନ ସୁନାଙ୍କ ସହ ଷଡ଼ଯନ୍ତ୍ର କରିଥିଲେ।ଡିସେମ୍ବର-୨୦୨୫ର ଶେଷ ସପ୍ତାହରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନଟରାଜ ଥନାପତିଙ୍କ ବନ୍ଧୁ କ୍ଷେତ୍ରମୋହନ ସୁନାଙ୍କୁ ୬୦,୦୦୦ ଟଙ୍କା ନଗଦ ଦେଇଥିଲା। କ୍ଷେତ୍ରମୋହନ ସୁନା ୦୧.୦୧.୨୦୨୬ ରେ ତାଙ୍କ ସହଯୋଗୀ ତୁଷୁରାର ସମଲେଶ୍ୱରୀ ପଡ଼ାର ରାଜା କୁମ୍ଭାର ସହିତ ଯୋଗାଯୋଗ କରିଥିଲେ ଏବଂ ଉଭୟେ ଦେଓଗାଁ ରେଳ ଷ୍ଟେସନକୁ ସାଗରପାଲି ଗ୍ରାମର ଧୁବେଇ ବୋହିଦାରଙ୍କ ପୁଅ ମିଲନ ବୋହିଦାରଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କୁ ସେମାନଙ୍କର ଯୋଜନା ବିଷୟରେ କହିଥିଲେ ଏବଂ ସେ ସେମାନଙ୍କୁ ୦୨.୦୨.୨୦୨୬ ରେ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

୦୨.୦୨.୨୦୨୬ ରେ କ୍ଷେତ୍ରମୋହନ ସୁନା ଏବଂ ରାଜା କୁମ୍ଭାର ଉଭୟେ ଦେଓଗାଁରେ ମିଲନ ବୋହିଦାରଙ୍କୁ ଭେଟିଥିଲେ ଏବଂ ମିଲନ ବୋହିଦାର ତାଙ୍କର ସହଯୋଗୀ ଟିଟୁ ଚନ୍ଦନ ରାଣା, ରୋଶନ ସାହୁ, ଉଭୟେ ଦେଓଗାଁ ଥାନା କଛରପାଲି ଗ୍ରାମର ସେମାନଙ୍କୁ ଯୋଜନା ବିଷୟରେ ଜଣାଇଥିଲେ।ତା’ପରେ ମିଲନ ସାହଜପାଣି ଗାଁର ମହାଦେବ ବାଗଙ୍କ ସହିତ ଯୋଗାଯୋଗ କଲେ ଏବଂ ତା’ପରେ ମଣ୍ଟୁ କୁଇକେଡା ଗ୍ରାମର ରଞ୍ଜିତ ମିଶ୍ର, ରେଙ୍ଗାଲି ଗ୍ରାମର ସାହିଲ ବାଗର୍ତି, ସଇଁତଲା ଗ୍ରାମର ବୁଲୁ ସାହୁଙ୍କୁ ବ୍ୟବସ୍ଥା କଲେ , ସମସ୍ତେ ସଇଁତଲା ଅଞ୍ଚଳର।ସେହି ରାତିରେ ସେମାନେ ସମସ୍ତେ ଦୁଇଟି କାର ଏବଂ ଗୋଟିଏ ମୋଟରସାଇକେଲ ସହିତ ଡୁଙ୍ଗୁରିପାଲି ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚି ଏକ ନିର୍ଜନ ସ୍ଥାନରେ ମଦ୍ୟପାନ କଲେ ଏବଂ ନଟରାଜ ଥାନାପତିଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।

ଏଥିସହ ପଢ଼ନ୍ତୁ: ଗନ୍ଧେଇଲା ପାଲକ୍ ପନୀର, ବିଦେଶରୁ ବିଦା ହେଲେ ଦୁଇ ଭାରତୀୟ

ସେମାନଙ୍କ ଯୋଜନା ଅନୁଯାୟୀ କ୍ଷେତ୍ରମୋହନ ସୁନା ରାତି 12.05 ରେ ନଟରାଜ ଥାନାପତିଙ୍କୁ ଫୋନ୍ କରି କିଛି ଜରୁରୀ କାମ ପାଇଁ ଡାହିମାଲ ଛକ ଆସିବାକୁ ଅନୁରୋଧ କରିଥିଲେ । ତା’ପରେ ନଟରାଜ ସେଠାକୁ ଆସିଥିଲେ। ଏହି ସମୟରେ ମାରିବାକୁ ପ୍ଲାନ କରିଥିବା ସମସ୍ତ ବ୍ୟକ୍ତିମାନେ ଦୁଇଟି କାର ଯୋଗେ ତେଲ ନଦୀ ସେତୁରେ ପହଞ୍ଚି ହଠାତ୍ ନଟରାଜ ଥାନାପତିଙ୍କ ପାଖକୁ ଯାଇ ତାଙ୍କୁ ନଦୀ ସେତୁରୁ ଫିଙ୍ଗି ଦେଇଥିଲେ, ଫଳରେ ସେ ଉଚ୍ଚତାରୁ ତଳେ ପଡିଯାଇ ଘଟଣାସ୍ଥଳର ହିଁ ମୃତ୍ୟୁବରଣ କଲା।

ତାପରେ ୟୁଡି କେସରୁ କନଭର୍ଟ ହୋଇ ହତ୍ୟା ମାମଲା ରୁଜୁ ହୋଇଛି। ହତ୍ୟାକାରୀଙ୍କ ବିରୋଧରେ ଲାଗିଛି ଦଫା 103(1)/61(2)(a)/3(5) BNS। ଆଜି ପ୍ରେସମିଟ୍ ପରେ କୋର୍ଟ ଚାଲାନ ହୋଇଛନ୍ତି ସମସ୍ତ ୮ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ। ରକ୍ତ ଚିହ୍ନିଲାନି ରକ୍ତ ସଂର୍ପକ। ସୁପାରୀ ଦେଇ ସାନଭାଇକୁ ହତ୍ୟା କରି ଜେଲ ଯାଇଛି ବଡଭାଇ। ଘଟଣା ପରଣଦାଫାସ ପରେ ଲୋକେ କହୁଛନ୍ତି କେହି ନୁହେଁ କାହାର?

ଅଧିକ ପଢ଼ନ୍ତୁ ଅପରାଧ ଖବର: 



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shocking Murder | Elder Brother Kills Younger Sibling for ₹60,000 Contract in Shocking Crime | Argus News | Argus News