Balram sahani case / ନିଖୋଜ ବଳରାମ ସାହାଣୀକୁ ନେଇ ପୋଲିସ ହାତରେ ବଡ ସୁରାଗ, ରିମାଣ୍ଡରେ ପ୍ରେମିକା ଦେଲା ବଡ଼ ତଥ୍ୟ
·5 months ago·3 min read

Key Points
ଗର୍ଲଫ୍ରେଣ୍ଡ ଖୋଲିବ ଅପହରଣର ଗୁମର
ସାମ୍ନାକୁ ଆସିବ ସାତ ବର୍ଷ ତଳର ପ୍ରେମ ପ୍ରତାରଣା
ଦୁଇ ଦିନିଆ ରିମାଣ୍ଡରେ ନେଇ ଚନ୍ଦକା ପୋଲିସର ଖୋଳତାଡ୍

ଗାର୍ଲଫ୍ରେଣ୍ଡ ଖୋଲିବ ଅପହରଣର ଗୁମର। ଖୋଲିବ ସାତ ବର୍ଷ ତଳର ପ୍ରେମ ପ୍ରତାରଣା। ।୨୦୧୯ ମସିହା ବ୍ୟବସାୟୀ ବଳରାମ ସାହାଣି ଅପହରଣ ମାମଲାରେ ସାଙ୍ଘାତିକ ଟୁଇଷ୍ଟ। ଅପହରଣ ପଛରେ ସମ୍ପୃକ୍ତ ଥିବା ଗଲଫ୍ରେଣ୍ଡ ରଶ୍ମିତା ସ୍ବାଇଁ ଙ୍କୁ ରିମାଣ୍ଡରେ ନେଇଛି ପୋଲିସ। ଦୁଇ ଦିନ ରିମାଣ୍ଡରେ ନେଇ ସାତ ବର୍ଷ ତଳର ଲଭ ଷ୍ଟୋରି ରୁ ହେଟ ଷ୍ଟୋରି ସତ କାଢିବାକୁ ଚେଷ୍ଟା ଚାଲିଛି। ଝାରପଡ଼ା ଜେଲରୁ ରିମାଣ୍ଡରେ ନେଇଛି ଚନ୍ଦକା ଥାନା ପୋଲିସ। ଘଟଣାରେ ଅପହୃତର ଗାର୍ଲଫ୍ରେଣ୍ଡ କୁ ପନ୍ଦର ଦିନ ତଳେ ଗଞ୍ଜାମରୁ ଗିରଫ କରିଥିଲା ପୋଲିସ। ଏବେବି ନିଖୋଜ ବ୍ୟବସାୟୀଙ୍କର କୌଣସି ପତା ମିଳୁନି। ଯାହାକୁ ଖୋଜିବାକୁ ପୁରୁଣା କେସ ରିଓପନ କରି ତଦନ୍ତ ଜାରି ରଖିଛି ପୋଲିସ୍ । ସେପଟେ ବ୍ୟବସାୟୀ ଜଣଙ୍କ ଜୀବନ୍ତ କି ମୃତ ସେ ନେଇ ମଧ୍ୟ ପୋଲିସ ନିକଟରେ କୌଣସି ସୂଚନା ନାହିଁ ।
ଭୁବନେଶ୍ୱର ବାହାରକୁ ଗଲା ଚନ୍ଦକା ଥାନା ପୋଲିସର ସ୍ୱତନ୍ତ୍ର ଟିମ। ଦ୍ୱିତୀୟ ଦିନରେ ରଶ୍ମିତା କୁ ଝାଳବୁହା ଜେରା କରୁଛି ପୋଲିସ । ରଶ୍ମିତା ଖୋଲିବେ 7ବର୍ଷ ତଳର ଘଟଣାର ରହସ୍ୟ । ଉଭୟ ବଳରାମ ଏବଂ ରଶ୍ମିତା ଗଞ୍ଜେଇ ବେପାର କରୁଥିବା ବେଳେ ହଠାତ କାହିଁକି ନିଖୋଜ ହେଲେ ସେନେଇ ରଶ୍ମିତା ଠାରୁ ସତ ବାହାର କରିବ ପୋଲିସ । ଏଯାଏଁ ବଳରାମ ମୃତ ନା ଜୀବିତ କାହା ପାଖରେ ନାହିଁ ତଥ୍ୟ
ନିଶା ବ୍ୟବସାୟ ଗଣ୍ଡଗୋଳରୁ ବଳରାମଙ୍କୁ ଅପହରଣ କରାଯାଇଥିଲା । ଚନ୍ଦକା ଅଞ୍ଚଳର ବଳରାମ ସାହାଣୀଙ୍କୁ ଅପହରଣ ମାମଲାର ୭ ବର୍ଷ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଗଞ୍ଜାମ କୋଦଳା ଅଞ୍ଚଳର ରଶ୍ମିତା ସ୍ବାଇଁକୁ ପୁଲିସ ଦିନିକିଆ ରିମାଣ୍ଡରେ ଆଣିଥିବା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଛି। ତେବେ ଚନ୍ଦକା ଥାନା ପୁଲିସ ଓ ସ୍ପେସାଲ୍ ଡ୍ ପୁଲିସ ମିଳିତ ଭାବେ ରଶ୍ମିତାଙ୍କୁ ମାରାଥନ ଜେରା କରିଛନ୍ତି । ପୁଲିସର ପ୍ରଶ୍ନବାଣରେ ରଶ୍ମିତାଙ୍କ ପାଟି ଖନିମାରିଛି| ହେଲେ ଏଥିରେ ସାମିଲ୍ ଥିବା ପ୍ରତ୍ୟେକ ଅଭିଯୁକ୍ତ ବନ୍ଧାହେବେ। ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଖୁବ୍ଶୀଘ୍ର ଏହାର ଗୁମର ଖୋଲିବ।
ବଳରାମ ଓ ରଶ୍ମିତା ପରସ୍ପରକୁ ଭଲପାଉଥିଲେ। ଆଉ ଏମାନେ ନିଶା କାରବାର କରି ନିଜର ଗ୍ୟାଙ୍ଗ ଗଢ଼ିଥିଲେ। ରାଜ୍ୟ ଭିତରେ ଓ ବାହାରେ ଏମାନଙ୍କର ବ୍ୟବସାୟ ବେଶ୍ ଭଲ ଚାଲିଥିଲା। ବିଭିନ୍ନ ସମୟରେ ଗଞ୍ଜେଇ ଚାଲାଣ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ । ତେବେ ଗତ ୨୦୧୯ ମସିହାରେ ବଳରାମ ହଠାତ୍ ନିଖୋଜ ହୋଇଗଲେ ବହୁଦିନ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ଚନ୍ଦକା ଥାନା ପୁଲିସ କେସ୍ ନଂ-୨୦୪/୧୯ରେ ଏକ ନିଖୋଜ ମାମଲା ରୁଜୁକରି ବସିଥିଲା। ହେଲେ ଗତ ୭ ବର୍ଷ ପରେ ଆଇଆଇସି ସମିତା ମିଶ୍ର ଏହି ଫାଇଲ୍ ଖୋଲିଥିଲେ । ଏହା କୌଣସି ନିଖୋଜ ଘଟଣା ନୁହେଁ, ବରଂ ଏହା ଏକ ସୁପରିକଳ୍ପିତ ଅପହରଣ କାରଣ ଯେଉଁଦିନ ବଳରାମ ନିଖୋଜ ଥିଲେ, ସେବେଠାରୁ କିଛିଦିନ ଧରି ରଶ୍ମିତାଙ୍କ ପାଖରେ ରହିଥିଲେ । ଅର୍ଥାତ ତାଙ୍କ ମୋବାଇଲ୍ ନମ୍ବର ଓ ରଶ୍ମିତାଙ୍କ ମୋବାଇଲ୍ ନମ୍ବର ଲୋକେସନ୍ ଗୋଟିଏ ଜାଗା ଦେଖାଇଥିଲା। ଏହାଛଡ଼ା ଏମାନଙ୍କ ସହ ଅନ୍ୟ କିଛି ନମ୍ବର ମଧ୍ୟ ସମାନ ସ୍ଥାନରେ ଆକ୍ଟିଭ୍ ରହିଥିଲା। ପୁଲିସ ନମ୍ବରକୁ ଖୋଳତାଡ଼ କରି ରଶ୍ମିତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ସିଡିଆର୍ ରିପୋର୍ଟ ବଳରାମ ଓ ତାଙ୍କରେ ଥିବା ଅନେକ କଥା ପୁଲିସ ଜାଣିବା ପରେ ଗତ ୧୫ ତାରିଖ ରାତିରେ ପୁଲିସ ଟିମ୍ ଗଞ୍ଜାମରେ ଚଢ଼ଉ କରି ରଶ୍ମିତାଙ୍କୁ ଗିରଫ କରିଥିଲା। ତାଙ୍କୁ ଜେରା ବେଳେ ପୁଲିସ ଅପହରଣ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିଛି | ପରେ ତାଙ୍କୁ ଦିନିକିଆ ରିମାଣ୍ଡରେ ଆଣିଥିଲା। ଆସନ୍ତାକାଲି ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories