Videos
|
Crime

ବାଇକ୍ ଚୋରିର ନୂଆ ଫଣ୍ଡା, ଓଡିଶା ଗାଡି ଆନ୍ଧ୍ରରେ ବିକି ମାଲେ ମାଲ୍ ଚୋର

Smruti Parija
Browse all articles by Smruti Parija
·1 year ago·2 min read
ବାଇକ୍ ଚୋରିର ନୂଆ ଫଣ୍ଡା, ଓଡିଶା ଗାଡି ଆନ୍ଧ୍ରରେ ବିକି ମାଲେ ମାଲ୍ ଚୋର

ଓଡିଶାରୁ ଗାଡି ଚୋରି କରି ଆନ୍ଧ୍ରପ୍ରଦେଶର କରୁଥିଲେ ବିକ୍ରୀ । ବେଶୀ କିଛି ପରିଶ୍ରମ କରିବାକୁ ପଡୁନଥିଲା । ଟିକେ ମୁଣ୍ଡ ଖଟେଇ ମାଲେ ମାଲ୍ ହେଉଥିଲେ ଦୁଇ ଚୋର । ହେଲେ ଚୋର ଘର ସବୁଦିନ ଅନ୍ଧାର ନୁହେଁ । ଶେଷରେ ଧରାପଡିଗଲା ଚୋରି ।


ଗତ କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ଗାଡି ଚୋରି ବଢିବାରେ ଲାଗିଛି । ପୁରୀ ଜିଲ୍ଲା ଡେଲାଙ୍ଗ ଓ ଗଡିଶାଗୋଦା ଥାନା ଅଞ୍ଚଳର କିଛି ଉଚ୍ଚଶିକ୍ଷିତ ଯୁବକ ଟଙ୍କା ରୋଜଗାର ଆଶାରେ ନିରାକାରପୁରରେ ଘରଭଡା ନେଇ ରହି ଚୋରି କରୁଛନ୍ତି । ଆଉ ସୁଯୋଗ ପାଇ ଅତି ଚତୁରତାର ସହିତ ବିଳମ୍ବିତ ରାତିରେ ଗାଡି ଚୋରି କରି ନେଇ ଆନ୍ଧ୍ରପ୍ରଦେଶର ଦଲାଲଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶରେ କମମୂଲ୍ୟରେ ବିକ୍ରୀ କରି ବିନା ପରିଶ୍ରମରେ ଭଲ ରୋଜଗାର କରୁଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟରେ ନିରାକାରପୁର ଅଂଚଳର ହିଟୁ ପ୍ରଧାନ ଭଡାଘର ଗ୍ରୀଲ୍ ଭାଙ୍ଗି ବୁଲେଟ୍ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନୁରୂପ ଭାବରେ ନିରାକାରପୁର ଅଂଚଳରୁ ଆଉ କେତୋଟି ଗାଡି ଚୋରି ହୋଇଥିବା ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏନେଇ ଚୋର ମାନଙ୍କ ଟେର୍ ପାଇ ପାରିନଥିଲା ନିରାକାରପୁର ପୋଲିସ ।


ଗତ ୧୦ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ସୋମପେଟା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ୩ଟି ଚୋରା ଗାଡି ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଥିଲା ପୋଲିସ । ଆନ୍ଧ୍ରପ୍ରଦେଶ ପୋଲିସ ନିରାକାରପୁରର ରାହୁଳହଜ ନାମକ ଏକ ଯୁବକର ଭଡା ଘରେ ଚଢ଼ାଉ କରି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି । ସେପଟେ ମାଷ୍ଟରମାଇଣ୍ଡ ଗଡିଶାଗୋଦା ବିଣ୍ଡିପୁର ଗ୍ରାମର ପ୍ରମୋଦ ପାଇକରାୟଙ୍କ ପୁଅ ପ୍ରଦୀପ ପାଇକରାୟ (ପଦି) ଘଟଣାସ୍ଥଳରୁ ଫେରାର ମାରିଛି । ଖବର ପାଇ ନିରାକାରପୁର ପୋଲିସ ସୋମପେଟା ଥାନାରେ ପହଞ୍ଚି ତିନୋଟି ମୋଟର ସାଇକେଲ ଜବତ କରି ଆଣିଥିବା ଜଣାପଡିଛି । ତେବେ ଉପଯୁକ୍ତ କାଗଜପତ୍ର ଦେଖାଇଲେ ଗାଡି ଗୁଡିକୁ ଚୋରି ହୋଇଥିବା ବ୍ୟକ୍ତିମାନଙ୍କୁ ଦିଆଯିବ ବୋଲି ଜଣାପଡିଛି ।


Bike theft racket in-khurda-nirakarpur | Argus News