Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରସାମ୍ୟ ହରାଇ ପାନ ଦୋକାନ ଉପରେ ଚଢିଗଲା ଯାତ୍ରାପାର୍ଟି ଟ୍ରକ

Crime

ଭାରସାମ୍ୟ ହରାଇ ପାନ ଦୋକାନ ଉପରେ ଚଢିଗଲା ଯାତ୍ରାପାର୍ଟି ଟ୍ରକ

Smruti Parija
Browse all articles by Smruti Parija
·1 year ago·1 min read
ଭାରସାମ୍ୟ ହରାଇ ପାନ ଦୋକାନ ଉପରେ ଚଢିଗଲା ଯାତ୍ରାପାର୍ଟି ଟ୍ରକ

ରାସ୍ତା କଡ କେବିନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ଘଟିଛି ଏହି ଦୁର୍ଘଟଣା । ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ୍ ଭାରସାମ୍ୟ ହରାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ଥିବା ଦୁଇଟି ପାନ ଦୋକାନ ଉପରେ ମାଡି ଯାଇଥିଲା । ଖାଲି ସେତିକି ନୁହେଁ ରାସ୍ତା ପାର୍ଶ୍ବରେ ପାର୍କିଂ ହୋଇଥିବା ଏକ ବାଇକ୍ କୁ ମଧ୍ୟ ଟ୍ରକ୍ ଟି କିଛି ବାଟ ଘୋଷାରି ନେଇଥିଲା । ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି । ଅନ୍ୟପକ୍ଷରେ ଲୋକେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି । ଏହି ଘଟଣାପରେ ସ୍ଥାନୟୀ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା ।


ସେପଟେ ଗଛ କିଛି ଦିନ ଧରି ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟ୍ୟରେ ଲାଗିଛି ବିବାଦ । ଯାତ୍ରା ମାଲିକମାନଙ୍କ ମଧ୍ୟରେ ଚାଲିଛି ବୈଠକ। ଯାତ୍ରା ମାଲିକ କିଛି କଳାକାରଙ୍କୁ ଯାତ୍ରା ମଞ୍ଚରୁ ବ୍ୟାନ ମଧ୍ୟ କଲେଣି । କଳାକାର କଳାକାରଙ୍କ ସପକ୍ଷରେ ବାହାରିଲେଣି। କଳାକାର ମାଲିକଙ୍କୁ ବିରୋଧ କଲେଣି । ଯାତ୍ରା କଳାକାର ଓ ମାଲିକଙ୍କ ବିବାଦ ତୁଟୁନାଥିବା ବେଳେ କିଛି ବରିଷ୍ଠ କଳାକାର ମୁଁହ ଖୋଲିଛନ୍ତି । ଏଭଳି ପରିସ୍ଥିତିରେ ବରିଷ୍ଠ ଅଭିନେତା ଅଭିନ ପାଢ଼ୀ କହିଛନ୍ତି କଳାକାର ବଞ୍ଚିବା ଦରକାର ଓ ମାଲିକମାନେ ବଞ୍ଚିବା ଦରକାର । ବାପା ପୁଅର ଯେଉଁଭଳି ସମ୍ପର୍କ କଳାକାର ଓ ମାଲିକଙ୍କ ସେଭଳି ସମ୍ପର୍କ । ଯେତେ ବିବାଦ ଲାଗିରହିବ ଯାତ୍ରା ଉପରେକୁ ପ୍ରଭାବ ପକାଇବ । ସେ ମାଲିକ ଓ କଳାକାରଙ୍କୁ ହାତଯୋଡ଼ି ନିବେଦନ କରିଥିଲେ ଶୀଘ୍ର ସମାଧାନ କରିଦିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
a-party-truck-lost-control-and-crashed-into-a-pan-shop | Argus News