Videos
|
Crime

୧୫ ଶହ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୧୫ ଶହ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା

୧୫ ଶହ ଟଙ୍କା ପାଇଁ ଗାଁ ଦାଣ୍ଡରେ ବିଭତ୍ସ ହତ୍ୟା। ବାକି ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ହତ୍ୟା କଲା ଅଭିଯୁକ୍ତ। ଏଭଳି ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କନ୍ଧବୋଲ ଗାଁରେ। ଗାଁର ବିମ୍ବାଧର ନାଏକକୁ ସେହି ଗାଁର ଗଙ୍ଗାଧର ପ୍ରଧାନ ନାମକ ବ୍ୟକ୍ତି ନିର୍ମମ ଭାବେ ହତ୍ୟା କରିଛି। ତେବେ ଅଭିଯୋଗ ଅନୁଯାୟୀ ବିମ୍ବାଧରଙ୍କ ଠାରୁ ଗଙ୍ଗାଧର ଘର ତିଆରି ପାଇଁ ଚିପ୍ସ ନେଇଥିଲେ। ଯାହାର ବକେୟା ୧୫ ଶହ ଟଙ୍କା ୩ ବର୍ଷ ହେବ ଦେବା ପାଇଁ ଠକି ଆସୁଥଲେ। ଏ ନେଇ ବିମ୍ବାଧର ବାରମ୍ବାର କହିଥିଲେ ସୁଦ୍ଧା ଶୁଣିନଥିଲେ ଗଙ୍ଗାଧର।


ଯାହାକୁ ନେଇ ବିମ୍ବାଧର କାମ ସାରି ଘରକୁ ଫେରୁଥିବା ବେଳେ ବକେୟା ଟଙ୍କା ମାଗିବାରୁ ଉତ୍ୟକ୍ତ ହୋଇ ଗଙ୍ଗାଧର ଟାଙ୍ଗିଆରେ ତାଙ୍କୁ ହାଣିଥିଲେ। ପରିବାର ଲୋକେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Accused killed a man for only 1500 rupees | Argus News