Crime / କାନାଡ଼ାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା

Key Points
କାନାଡ଼ାର ଟରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡ ଘଟଣାରେ ଜଣେ ୨୦ ବର୍ଷିୟୀ ଭାରତୀୟ ଛାତ୍ରଙ୍କ ମୃତ୍ୟ ହୋଇଛି । ଏହାକୁ ନେଇ ଭାରତୀୟ କନସୁଲେଟ୍ ଗଭୀର ଶୋକ ପ୍ରକାଶ କରିଛି ।
ସୂଚନାନୁଯାୟୀ ଟରଣ୍ଟୋ ପୋଲିସ ମଙ୍ଗଳବାର ଦିନ ରିପୋର୍ଟ କରିଥିଲା ଯେ ହାଇଲାଣ୍ଡ କ୍ରିକ୍ ଟ୍ରେଲ୍ ଏବଂ ଓଲ୍ଡ କିଙ୍ଗଷ୍ଟନ୍ ରୋଡ୍ ଅଞ୍ଚଳରେ ପାଖାପାଖି ୩.୩୪ ସମୟରେ ଗୁଳିକାଣ୍ଡ ଘଟିଥିବା । ଯାହାଫଳରେ ଜଣେ ଭାରତୀୟ ଛାତ୍ର ଶିବାଙ୍କ ଅବସ୍ଥିଙ୍କ ମୃତ୍ୟୁ ଘଟିଛି ।
ଏହି ଗୁଳିକାଣ୍ଡକୁ ନେଇ ପୋଲିସ ଅଧିକାରୀମାନେ କହଛନ୍ତି ଯେ ଗୁଳିକାଣ୍ଡ ବିଷୟରେ ସୂଚନା ପାଇବା ପରେ, ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗୁଳି ବାଜିଥିବା ଜଣେ ବ୍ୟକ୍ତିଙ୍କୁ ପାଇଥିଲେ, ଯାହାକୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ପୋଲିସ ପହଞ୍ଚିବା ପୂର୍ବରୁ ଗୁଳିକାଣ୍ଡ ଘଟାଇବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହେଇଯାଇଥିଲେ। ଏପରି ଗୁଳିକାଣ୍ଡ ପ୍ରଥମ ଥର ନୁହେଁ ଏହା ଚଳିତ ବର୍ଷ ଟୋରଣ୍ଟୋରେ ୪୧ତମ ହତ୍ୟା ହୋଇଛି ।
We express deep anguish over the tragic death of a young Indian doctoral student, Mr. Shivank Avasthi, in a fatal shooting incident near the University of Toronto Scarborough Campus. The Consulate is in touch with the bereaved family during this difficult time, and is extending…
— IndiainToronto (@IndiainToronto) December 25, 2025
ଏହି ମୃତ୍ୟୁ ଘଟଣାକୁ ନେଇ, କନସୁଲେଟ୍ କହିଛି ଯେ ଏହା ମୃତକଙ୍କ ପରିବାର ସହିତ ଯୋଗାଯୋଗରେ ଅଛି ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଯୋଗାଯୋଗ କରୁଛି । କନସୁଲେଟ୍ ଏକ୍ସରେ ପୋଷ୍ଟ କରି କହିଛି, "ଟରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଯୁବ ଭାରତୀୟ ଡକ୍ଟରେଟ୍ ଛାତ୍ର ଶିବାଙ୍କ ଅବସ୍ଥିଙ୍କ ଦୁଃଖଦ ମୃତ୍ୟୁ ଉପରେ ଆମେ ଆମର ଗଭୀର ସମବେଦନା ପ୍ରକାଶ କରୁଛୁ । ଏହି କଷ୍ଟକର ସମୟରେ କନସୁଲେଟ୍ ଶୋକସନ୍ତପ୍ତ ପରିବାର ସହିତ ଯୋଗାଯୋଗରେ ଅଛି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି।"
News Release - Homicide Investigation, Highland Creek Trail and Old Kingston Road, Victim: Shivank Avasthi, 20, Image Releasedhttps://t.co/WdkKqp4pGe pic.twitter.com/XF6NAYJwgX
— Toronto Police (@TorontoPolice) December 24, 2025
ପୂର୍ବରୁ ହିମାଂଶୀ ଖୁରାନାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଟରଣ୍ଟୋ ପୋଲିସ ପୂର୍ବରୁ କହିଥିଲା ଯେ ସହରରେ ଜଣେ ୩୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ପରେ ସେମାନେ ପୀଡିତାକୁ ଜାଣିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ କାନାଡା ବ୍ୟାପୀ ଗିରଫ ପରୱାନା ଜାରି କରିଥିଲେ। ମୃତକଙ୍କ ନାମ ଟରଣ୍ଟୋ ନିବାସୀ ହିମାଂଶୀ ଖୁରାନା ଥିଲା। ପୁଲିସ ଅନୁଯାୟୀ, ଅଭିଯୁକ୍ତ ଅବଦୁଲ ଘଫୁରିଙ୍କୁ ଏବେ ଖୋଜା ଚାଲିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories