Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Underworld Don Arun Gawli / ଜେଲ୍‌ରେ ଦେଢ଼ ଦଶନ୍ଧି ରହିବା ପରେ ମୁକ୍ତ ହେଲା 'Daddy'

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଜେଲ୍‌ରେ ଦେଢ଼ ଦଶନ୍ଧି ରହିବା ପରେ ମୁକ୍ତ ହେଲା 'Daddy'

Key Points

୨୦୧୨ରୁ ଅରୁଣ ଗୱଲି ନାଗପୁର ଜେଲ୍‌ରେ ସଜ୍ଜା କାଟୁଥିଲେ । ଜାମାସନ୍ଦେକର ହତ୍ୟା ମାମଲାରେ ମୁମ୍ବାଇର ଏକ କୋର୍ଟ ତାଙ୍କୁ ଆଜୀବନ ସଜ୍ଜା ଶୁଣାଇଥିଲେ ।

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡରୁ ରାଜନୀତିକୁ ଆସିଥିଲେ । ଦିନେ ତାଙ୍କ ନାଁ ଶୁଣିଲେ ଥରୁଥିଲା ମହାରାଷ୍ଟ୍ର । ମୁମ୍ବାଇରେ 'Daddy' କହିଲେ ଲୋକେ ତାଙ୍କୁ ଚିହ୍ନୁଥିଲେ । ପାଖାପାଖି ୧୮ ବର୍ଷ ଜେଲ୍‌ର କଳା କୋଠରୀରେ ସଜ୍ଜା କାଟିବା ପରେ ଏବେ ମିଳିଛି ମୁକ୍ତି । ଅଣ୍ଡରୱାର୍ଲ୍ଡ ଡନ୍ ଅରୁଣ ଗୱଲିଙ୍କୁ ବେଲ୍ ଦେଇଛନ୍ତି ସୁପ୍ରିମକୋର୍ଟ । ୨୦୦୭ରେ ଶିବ ସେନା କର୍ପୋରେଟର୍ କମଲାକର ଜାମାସନ୍ଦେକର ହତ୍ୟା ମାମଲାରେ, ଅରୁଣ ଗୱଲିଙ୍କୁ ହୋଇଥିଲା ଆଜୀବନ କାରାଦଣ୍ଡାଦେଶ ।


୨୦୧୨ରୁ ଅରୁଣ ଗୱଲି ନାଗପୁର ଜେଲ୍‌ରେ ସଜ୍ଜା କାଟୁଥିଲେ । ଜାମାସନ୍ଦେକର ହତ୍ୟା ମାମଲାରେ ମୁମ୍ବାଇର ଏକ କୋର୍ଟ ତାଙ୍କୁ ଆଜୀବନ ସଜ୍ଜା ଶୁଣାଇଥିଲେ । ପ୍ରାୟ ୧୮ ବର୍ଷ ଧରି ଅରୁଣ ଗୱଲି ସଜ୍ଜା କାଟିବା ପରେ ସୁପ୍ରିମକୋର୍ଟ ୭୩ ବର୍ଷୀୟ ଅରୁଣ ଗବଲିଙ୍କୁ ମୁକ୍ତ କରିଛନ୍ତି । ବୟସାଧିକ କାରଣରୁ ମୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।


ଅରୁଣ ଗବଲି କିଏ ?


୧୯୫୫ରେ ମହାରାଷ୍ଟ୍ରର ଅହମଦନଗରରେ ଜନ୍ମିତ ଅରୁଣ ଗୱଲି ୧୯୭୦ରେ ତାଙ୍କ ଭାଇ କିଶୋରଙ୍କ ସହ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଦୁନିଆରେ ପାଦ ଥାପନ୍ତି । ସମୟ ସହ ଅପରାଧ ଦୁନିଆରେ ବାଦଶାହ ପାଲଟି ଯାଏ ଗୱଲି । ୧୯୮୮ରେ ହୋଇଯାଏ ଗ୍ୟାଙ୍ଗଷ୍ଟର, ଦାଗଡ଼ି ଚାୱଲ ସ୍ଥିତ ଘରୁ ଚଳାଏ ଗ୍ୟାଙ୍ଗ । ସମୟ ବଦଳିବା ସହ ବଢ଼େ ଗୱଲିର କ୍ଷମତା, ଦାଉଦ୍ ଇବ୍ରାହିମ୍ ସହ ଆରମ୍ଭ ହୁଏ ପ୍ରତିଯୋଗୀତା । ଯାହାକୁ ନେଇ ୧୯୯୪ରେ ଗ୍ୟାଙ୍ଗ ୱାର ବି ହୁଏ ।


ଗ୍ୟାଙ୍ଗଷ୍ଟରରୁ MLA

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୁମ୍ବାଇର ଅଣ୍ଡରୱାର୍ଲ୍ଡର ଛାଇ ଯାଇଥିବା ଅରୁଣ ଗୱଲି ୨୦୦୦ ମସିହାରେ ରାଜନୀତିକୁ ଆସେ । ୨୦୦୪ରେ ବାଇକୁଲ୍ଲା ଆସନରୁ ନିର୍ବାଚିତ ହୋଇ ବିଧାନସଭା ଯାଆନ୍ତି । ଆଉ ୨୦୦୭ରେ ରାଜନୈତିକ ଶତ୍ରୁତାରୁ ହୁଏ ଶିବ ସେନା କର୍ପୋରେଟର୍ କମଲାକର ଜାମାସନ୍ଦେକରଙ୍କ ହତ୍ୟା । ସାମାସନ୍ଦେକରଙ୍କ ବାସଭବନ ଆଗରେ ତାଙ୍କୁ ଗୁଳି କରି ହତ୍ୟା କରାଯାଏ । ଆଉ ଏହି ମାମଲାର ଟ୍ରାଏଲ୍ ୨୦୧୨ରେ ସରେ, କୋର୍ଟ ଅରୁଣ ଗୱଲିଙ୍କୁ ଶୁଣାନ୍ତି ଆଜୀବନ କାରାଦଣ୍ଡ ।


ଅପରାଧ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ


ସେବେଠୁ ନାଗପୁର କେନ୍ଦ୍ରୀୟ କାରାଗାରରେ ସଜ୍ଜା କାଟୁଥିଲା ଅରୁଣ ଗୱଲି । ଗ୍ୟାଙ୍ଗଷ୍ଟରରୁ ବିଧାୟକ ହେବା ଯାଏଁ ହେଡଲାଇନ୍‌ରେ ରହୁଥିବା ଗୱଲି ଏବେ ଜେଲ୍‌ରୁ ମୁକୁଳିଛି । ଦଶନ୍ଧି ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅରୁଣ ଗୱଲି । ଜେଲ୍‌ରୁ 'Daddy' ମୁକୁଳିବା ପରେ ଏବେ ଉଷ୍ମ ହୋଇଛି ମହାରାଷ୍ଟ୍ର ରାଜନୀତି ।

Sponsored
Underworld Don Arun Gawli | Underworld Don to Politician: Arun Gawli Released After 18 Years in Jail | Argus News | Argus News