Videos
|
Crime

Crime in Odisha / କ୍ଲିନିକ୍‌ରୁ ବାହାରୁଥିଲେ ଡାକ୍ତର, ଅତର୍କିତ ଆସି ଚୋଟ ପରେ ଚୋଟ ପକାଇଲେ ଦୁର୍ବୃତ୍ତ

Sushanta Sahoo
Browse all articles by Sushanta Sahoo
·10 months ago·1 min read
କ୍ଲିନିକ୍‌ରୁ ବାହାରୁଥିଲେ ଡାକ୍ତର, ଅତର୍କିତ ଆସି ଚୋଟ ପରେ ଚୋଟ ପକାଇଲେ ଦୁର୍ବୃତ୍ତ

Key Points

ଡାକ୍ତର ବାବୁ କ୍ଲିନିକ୍ ବନ୍ଦ କରି ଗାଡ଼ିକୁ ଯିବା ସମୟରେ ହଠାତ୍ ୩ଟି ବାଇକ୍‌ରେ ଆସିଥିଲେ ଛଅ ଜଣ ମୁଖାପିନ୍ଧା ଦୁର୍ବୃତ୍ତ । ଆଉ ଡାକ୍ତର ବାବୁ କିଛି ବୁଝିବା ଆଗରୁ ଧରିଥିବା କଟୁରିରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ ।

ସୋର (ବାଲେଶ୍ଵର): ପାର୍ବଣରେ ମସଗୁଲ୍ ଥିଲା ସହର । ବିଶ୍ଵକର୍ମାଙ୍କୁ କରୁଥିଲା ଆବାହନ । ସନ୍ଧ୍ୟାରେ ଭିଡ଼ ବଢ଼ୁଥିବା ବେଳେ ରାସ୍ତା ଉପରେ ଡାକ୍ତରଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ଥାନା ଅନ୍ତର୍ଗତ କଲେଜ ଛକରେ ।


ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ଵାଇଁ ଗୁରୁତର ଆଘାତ ହୋଇଛନ୍ତି । ଡାକ୍ତର ବ୍ରଜ ସୁନ୍ଦରଙ୍କୁ ନିକଟସ୍ଥ ଏକ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ସୋର କଲେଜ ଛକ ନିକଟ କ୍ଲିନିକ୍‌ରେ ରୋଗୀ ଦେଖି ବାହାରୁଥିଲେ ଡାକ୍ତର ବ୍ରଜ ସୁନ୍ଦର ସ୍ଵାଇଁ ।


ଡାକ୍ତର ବାବୁ କ୍ଲିନିକ୍ ବନ୍ଦ କରି ଗାଡ଼ିକୁ ଯିବା ସମୟରେ ହଠାତ୍ ୩ଟି ବାଇକ୍‌ରେ ଆସିଥିଲେ ଛଅ ଜଣ ମୁଖାପିନ୍ଧା ଦୁର୍ବୃତ୍ତ । ଆଉ ଡାକ୍ତର ବାବୁ କିଛି ବୁଝିବା ଆଗରୁ ଧରିଥିବା କଟୁରିରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ଫଳରେ ଡାକ୍ତରଙ୍କ ବେକ ପଛ ଭାଗରେ କ୍ଷତ ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ବାଇକ୍‌ରେ ଆସି ଛଅ ଜଣ ଦୁର୍ବୃତ୍ତ ଡାକ୍ତର ବାବୁଙ୍କୁ କାହିଁକି ହାଣିଲେ ? ଆକ୍ରମଣ ପଛରେ ବ୍ୟକ୍ତିଗତ ଶତ୍ରୁତା ରହିଛି ନା କାରଣ ଆଉ କିଛି ? ମରଣାନ୍ତକ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘରୋଇ କ୍ଲିନିକରେ ଚିକିତ୍ସିତ ହେଉଛନ୍ତି ଡାକ୍ତର । ସୋର ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Related Topics

Explore more stories