Balianta Attack / ସ୍କୁଲ୍ ତାଲା ଭାଙ୍ଗିବାକୁ ନେଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ; ବାଲିଅନ୍ତା ଥାନାରେ ଉତ୍ତେଜନା
·29 mins ago·2 min read

Key Points
ବାଲିଅନ୍ତା ଭିଡ଼ ହିଂସାରେ ସୌମ୍ୟଙ୍କୁ ହତ୍ୟାର ୩ ମାସ ପରେ ପୁଣି ଆଉ ଏକ ବଡ଼ ଅପରାଧ ଘଟିଛି । ରବିବାର ସନ୍ଧ୍ୟାରେ ବାଲିଅନ୍ତା ଥାନା ଅନ୍ତର୍ଗତ ସୁଦ୍ଧ ଷଡ଼ଙ୍ଗୀ ଗାଁରେ ଲକ୍ଷ୍ମୀଧର ସ୍ଵାଇଁଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ହୋଇଛି ।
ଭୁବନେଶ୍ଵର: ପୁଣି ବିବାଦ ଓ ଚର୍ଚ୍ଚାରେ ବାଲିଅନ୍ତା ଥାନା । ବାଲିଅନ୍ତା ଭିଡ଼ ହିଂସାରେ ସୌମ୍ୟଙ୍କୁ ହତ୍ୟାର ୩ ମାସ ପରେ ପୁଣି ଆଉ ଏକ ବଡ଼ ଅପରାଧ ଘଟିଛି । ରବିବାର ସନ୍ଧ୍ୟାରେ ବାଲିଅନ୍ତା ଥାନା ଅନ୍ତର୍ଗତ ସୁଦ୍ଧ ଷଡ଼ଙ୍ଗୀ ଗାଁରେ ଲକ୍ଷ୍ମୀଧର ସ୍ଵାଇଁଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ହୋଇଛି ।
ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏବେ ଗୁରୁତର ଲକ୍ଷ୍ମୀଧର ସ୍ଵାଇଁ କୋମାରେ ଅଛନ୍ତି । ମେଡିକାଲ୍ ବେଡ୍ରେ ମୃତ୍ୟୁ ସହ ଲଢ଼ୁଛନ୍ତି । ହେଲେ ଘଟଣାର ୪ ଦିନ ପରେ ବି ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ । ଯାହାକୁ ନେଇ ଲୋକେ ବାଲିଅନ୍ତା ଥାନା ପୋଲିସର ଭୂମିକାକୁ ନେଇ ପ୍ରଶ୍ନ କରିବା ସହ ଥାନା ଘେରାଉ କରିଛନ୍ତି । ଘେରାଉରେ ଗାଁର ଶତାଧିକ ମହିଳା ସାମିଲ୍ ହୋଇଛନ୍ତି ।
ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖ ରବିବାର ସନ୍ଧ୍ୟା ସମୟରେ ସୁଦ୍ଧ ଷଡ଼ଙ୍ଗୀ ଗାଁର ଲକ୍ଷ୍ମୀଧର ବଜାରକୁ ପରିବା ଆଣିବାକୁ ଯାଇଥିଲେ । ସେହି ବ୍ରାହ୍ମଣ ଷଡଙ୍ଗୀ ଛକ ନିକଟରେ ନିଶାଶକ୍ତ ଯୁବକ ମାନେ ରଡ୍ରେ ବାଡେଇ ବାଡେଇ ଲହୁଲୁହାଣ କରି ଫିଙ୍ଗି ଦେଇଥିଲେ । ଏବେ ଭେଣ୍ଟିଲେଟରରେ ଅଛନ୍ତି ଲକ୍ଷ୍ମୀଧର ।
ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି ସ୍ଥାନୀୟ ଲୋକେ । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏବେ ବି ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଥିବା କହିଛନ୍ତି ଗ୍ରାମବାସୀ ।
ରବିବାର କ'ଣ ଘଟିଥିଲା ?
ଥାନା ଘେରାଉ କରିଥିବା ଜଣେ ମହିଳା କହିଛନ୍ତି, "ରବିବାର ସନ୍ଧ୍ୟାରେ ଲକ୍ଷ୍ମୀଧର ପରିବା ଆଣିବାକୁ ବଜାର ଯାଇଥିଲେ । ସେହିଦିନ ଗାଁର ୪ରୁ ୫ ଯୁବକ ସ୍କୁଲ୍ ପରିସରରେ ଭୋଜି କରୁଥିଲେ । ସ୍କୁଲ୍ ତାଲା ଭାଙ୍ଗିବା ବେଳେ ଲକ୍ଷ୍ମୀଧର ପ୍ରତିବାଦ କରିବା ସହ ଘରକୁ ଫେରିଥିଲେ । କିଛି ସମୟ ପରେ ଲକ୍ଷ୍ମୀଧର ବଜାରକୁ ଯିବାବେଳେ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।"
ଗୁରୁତର ଲକ୍ଷ୍ମୀଧରଙ୍କ ସ୍ତ୍ରୀ କହିଛନ୍ତି, "ମୋ ସ୍ଵାମୀଙ୍କ ସହ କାହାରି ପୂର୍ବ ଶତ୍ରୁତା ନଥିଲା । ବାଡ଼େଇ ବାଡ଼େଇ ସ୍କୁଲ୍ ପଛ ପଟେ ଫିଙ୍ଗି ଦେଇଥିଲେ । ସ୍ଵାମୀ ମୂଲ ଲାଗିଲେ ମୋ ପରିବାର ଚଳୁଥିଲା । ଆମକୁ ନ୍ୟାୟ ଦିଅନ୍ତୁ । ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯାଉ ।"
ମେ ୭ ତାରିଖରେ ବାଲିଅନ୍ତା ବ୍ରିଜ୍ ନିକଟରେ ଉତ୍ୟକ୍ତ ଭିଡ଼ ଆକ୍ରମଣରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଏବେ ସୌମ୍ୟ ମାମଲାର ୩ ମାସ ପରେ ପୁଣି ବାଲିଅନ୍ତା ଥାନା ଅଞ୍ଚଳରୁ ସଙ୍ଗୀନ ମାମଲା ଆସିଥିବା ବେଳେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

#Bhubaneswar | Villagers gheraoed the Balianta police station, protesting over the alleged brutal assault of Lakshmidhar Swain.
— Argus News (@ArgusNews_in) August 12, 2026
Residents accused police of inaction and demanded the immediate arrest of the accused and strict action. pic.twitter.com/uxPwWu5l4y
ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି ସ୍ଥାନୀୟ ଲୋକେ । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏବେ ବି ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଥିବା କହିଛନ୍ତି ଗ୍ରାମବାସୀ ।
ରବିବାର କ'ଣ ଘଟିଥିଲା ?
ଥାନା ଘେରାଉ କରିଥିବା ଜଣେ ମହିଳା କହିଛନ୍ତି, "ରବିବାର ସନ୍ଧ୍ୟାରେ ଲକ୍ଷ୍ମୀଧର ପରିବା ଆଣିବାକୁ ବଜାର ଯାଇଥିଲେ । ସେହିଦିନ ଗାଁର ୪ରୁ ୫ ଯୁବକ ସ୍କୁଲ୍ ପରିସରରେ ଭୋଜି କରୁଥିଲେ । ସ୍କୁଲ୍ ତାଲା ଭାଙ୍ଗିବା ବେଳେ ଲକ୍ଷ୍ମୀଧର ପ୍ରତିବାଦ କରିବା ସହ ଘରକୁ ଫେରିଥିଲେ । କିଛି ସମୟ ପରେ ଲକ୍ଷ୍ମୀଧର ବଜାରକୁ ଯିବାବେଳେ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।"
ଗୁରୁତର ଲକ୍ଷ୍ମୀଧରଙ୍କ ସ୍ତ୍ରୀ କହିଛନ୍ତି, "ମୋ ସ୍ଵାମୀଙ୍କ ସହ କାହାରି ପୂର୍ବ ଶତ୍ରୁତା ନଥିଲା । ବାଡ଼େଇ ବାଡ଼େଇ ସ୍କୁଲ୍ ପଛ ପଟେ ଫିଙ୍ଗି ଦେଇଥିଲେ । ସ୍ଵାମୀ ମୂଲ ଲାଗିଲେ ମୋ ପରିବାର ଚଳୁଥିଲା । ଆମକୁ ନ୍ୟାୟ ଦିଅନ୍ତୁ । ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯାଉ ।"
ମେ ୭ ତାରିଖରେ ବାଲିଅନ୍ତା ବ୍ରିଜ୍ ନିକଟରେ ଉତ୍ୟକ୍ତ ଭିଡ଼ ଆକ୍ରମଣରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଏବେ ସୌମ୍ୟ ମାମଲାର ୩ ମାସ ପରେ ପୁଣି ବାଲିଅନ୍ତା ଥାନା ଅଞ୍ଚଳରୁ ସଙ୍ଗୀନ ମାମଲା ଆସିଥିବା ବେଳେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories