Suspicious Death / ମୃତ୍ୟୁ ପୂର୍ବରୁ ୬୩ କଲ୍; ସାରା ରାତି 'Sorry' କହିବାକୁ ବିକଳ ହେଉଥିଲେ
·1 month ago·2 min read

Key Points
ଘଣ୍ଟା ପରେ ଘଣ୍ଟା ବିତୁଥିଲା, ଫୋନ୍ ରିଂ ବି ହେଉଥିଲା । ହେଲେ ସେପଟୁ କେହି ରିସିଭ୍ କରୁ ନଥିଲେ । କେବଳ 'Sorry' କହିବାକୁ ସାରା ରାତି ବିକଳ ହେଉଥିଲେ ପତ୍ନୀ । ଆଉ ସକାଳୁ ମିଳିଲା ମୃତଦେହ ।
ନୂଆଦିଲ୍ଲୀ: ରାତି ବଢ଼ୁଥିଲା, ମନ ଅସ୍ଥିର ହୋଇ ଉଠୁଥିଲା । ଘଣ୍ଟା ପରେ ଘଣ୍ଟା ବିତୁଥିଲା, ଫୋନ୍ ରିଂ ବି ହେଉଥିଲା । ହେଲେ ସେପଟୁ କେହି ରିସିଭ୍ କରୁ ନଥିଲେ । କେବଳ 'Sorry' କହିବାକୁ ସାରା ରାତି ବିକଳ ହେଉଥିଲେ ପତ୍ନୀ । ଆଉ ସକାଳୁ ମିଳିଲା ମୃତଦେହ ।
ଉତ୍ତରପ୍ରଦେଶର ବରେଲିରୁ ଆସିଛି ଏଭଳି ମାମଲା । ଏକ ଘରୋଇ ହସ୍ପିଟାଲ୍ର ହଷ୍ଟେଲରେ ରହୁଥିବା ୨୮ ବର୍ଷୀୟ ନର୍ସ ପ୍ରିୟଙ୍କାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପ୍ରିୟଙ୍କାଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛାଡ଼ି ଯାଇଛି । ରବିବାର ପ୍ରିୟଙ୍କାଙ୍କ ମୃତଦେହ ତାଙ୍କ କୋଠରୀରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ଲଭ୍ ଜିହାଦ୍ ! ଜୟରାମ ଶର୍ମା ପରିଚୟ ଦେଇ ହିନ୍ଦୁ ଝିଅଙ୍କୁ ଫସାଉଥିଲା ଇରଫାନ
ପ୍ରାରମ୍ଭିକ ତଦନ୍ତରୁ ପୋଲିସକୁ ମିଳିଥିବା ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହା ପଥର ହୃଦୟକୁ ବି ତରଳାଇ ଦେବ । ମୃତ୍ୟୁ ପୂର୍ବରୁ ପ୍ରିୟଙ୍କା ତାଙ୍କ ସ୍ଵାମୀଙ୍କୁ ଫୋନ୍ ଓ ମେସେଜ୍ କରି ଚାଲିଥିଲେ । କିନ୍ତୁ ଥରେ ବି ଫୋନ୍ ଉଠାଇନଥିଲେ ସ୍ଵାମୀ ।
ପିଲିଭିତ କୁମ୍ବରପୁରର ସୁନୀଲ ଓ ପ୍ରିୟଙ୍କା ୨୦୧୪ ମସିହାରେ ବିବାହ କରିଥିଲେ । ପେଶାରେ ଦୁହେଁ ସୁନୀଳ ଓ ପ୍ରିୟଙ୍କା ନର୍ସ ଅଟନ୍ତି । ପାରିବାରିକ କଳିକୁ ନେଇ ଦୁହେଁ ଅଲଗା ରହୁଥିଲେ । ପ୍ରିୟଙ୍କା କାର୍ଯ୍ୟରତ ଥିବା ହସ୍ପିଟାଲ୍ର ହଷ୍ଟେଲରେ ଅନ୍ୟ ଜଣେ ନର୍ସ ଆସ୍ଥାଙ୍କ ସହ ରହୁଥିଲେ ।
ଶନିବାର ରାତିରେ ପ୍ରିୟଙ୍କାଙ୍କ ଡ୍ୟୁଟି ଥିଲା, କିନ୍ତୁ ସେ ଅସୁସ୍ଥ ଥିବା କହି ଛୁଟି ନେଇଥିଲେ । ରବିବାର ସକାଳେ ତାଙ୍କ ରୁମ୍ମେଟ୍ ଆସ୍ଥା ଡ୍ୟୁଟି ଯାଇ ଅପରାହ୍ଣରେ ଫେରି ପ୍ରିୟଙ୍କାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ପ୍ରିୟଙ୍କା ନ ଉଠିବାରୁ ତାଙ୍କୁ ମେଡିକାଲ୍ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ମୋବାଇଲ୍ ଖୋଲିଲା ରହସ୍ୟ
ପ୍ରିୟଙ୍କାଙ୍କ ମୃତ୍ୟୁ ପରେ ପୋଲିସ ଓ ଫରେନସିକ ଟିମ୍ ଛାନଭିନ୍ କରିଥିଲେ । ତଦନ୍ତ ବେଳେ ମୋବାଇଲ୍ରୁ ଖୋଲିଥିଲା ରହସ୍ୟ । ଶନିବାର ରାତିରେ ପ୍ରିୟଙ୍କା, ସୁନୀଲଙ୍କ ସହ କଥା ହେବାକୁ ଅନେକ ପ୍ରୟାସ କରିଥିଲେ ।
ସାରା ରାତି ୬୩ଥର ହ୍ଵାଟ୍ସଆପ୍ କଲ୍, ୪୭ ମେସେଜ ଓ ଗୋଟିଏ ଭଏସ୍ ମେସେଜ ପଠାଇଥିଲେ ପ୍ରିୟଙ୍କା । ସମସ୍ତେ ମେସେଜରେ ସ୍ଵାମୀଙ୍କୁ କ୍ଷମା ମାଗି ଭୁଲ୍ ସୁଧାରିବେ ବୋଲି କହିଥିଲେ, ହେଲେ ସୁନୀଲଙ୍କ ପଟୁ କୌଣସି ଉତ୍ତର ମିଳିନଥିଲା ।
ଏଥିସହ ପଢ଼ନ୍ତୁ: ୩ ଦିନ ତଳର ସାମ୍ବର୍ ପରଷିବାରୁ ରାଗିଗଲେ ସ୍ଵାମୀ, ସ୍ତ୍ରୀ ପିଇଦେଲା କୀଟନାଶକ
ସନ୍ଦେହ ଉଜାଡ଼ି ଦେଲା ସଂସାର
ସୁନୀଲ ପୋଲିସଙ୍କୁ କହିଛନ୍ତି ଯେ, "ସେ ପ୍ରିୟଙ୍କାଙ୍କୁ ସନ୍ଦେହ କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହ ମାରପିଟ୍ ହେଉଥିଲା । କଳହ ଅତ୍ୟଧିକ ବଢ଼ିବାରୁ ଦୁହେଁ ଅଲଗା ରହୁଥିଲେ । ନିକଟରେ ପ୍ରିୟଙ୍କା ଏକ ବୁଟିକ୍ ଖୋଲିଥିବା ବେଳେ ଆର୍ଥିକ ଅବସ୍ଥା ଖରାପ ଥିଲା ।"
ତେବେ ପ୍ରିୟଙ୍କାଙ୍କ ରୁମ୍ରୁ ପୋଲିସକୁ କୌଣସି ସୁଇସାଇଡ୍ ନୋଟ୍ କିମ୍ବା ସନ୍ଦିଗ୍ଧ ଔଷଧ ମିଳିନାହିଁ । ପ୍ରିୟଙ୍କାଙ୍କ ଶରୀରରେ ମଧ୍ୟ କୌଣସି କ୍ଷତ ନାହିଁ । ଏପରିକି ପ୍ରିୟଙ୍କାଙ୍କ ରୁମ୍କୁ ଅନ୍ୟ କେହି ଯାଇଥିବା ସିସିଟିଭିରେ ଦେଖାଯାଉ ନାହିଁ । ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କ ମୃତ୍ୟୁ କେମିତି ହେଲା ତାହ ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହୋଇ ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories