Videos
|
Crime

Delivery Agent Thrashed / ଖାଦ୍ୟ ବିଳମ୍ବରେ ଆଣି ଆସିବାରୁ Zomato ଡେଲିଭରି ଏଜେଣ୍ଟଙ୍କୁ ରାସ୍ତା ଉପରେ ପିଟିଲେ

Sushanta Sahoo
Browse all articles by Sushanta Sahoo
·12 months ago·1 min read
ଖାଦ୍ୟ ବିଳମ୍ବରେ ଆଣି ଆସିବାରୁ Zomato ଡେଲିଭରି ଏଜେଣ୍ଟଙ୍କୁ ରାସ୍ତା ଉପରେ ପିଟିଲେ

Key Points

ଡେଲିଭରି ବୟ ଜଣଙ୍କ ଅର୍ଡର ନେଇ ପହଞ୍ଚୁଛନ୍ତି । ଆଉ ପହଞ୍ଚିବା ମାତ୍ରେ ଦୁଇ ଜଣ ଯୁବକ ତାଙ୍କୁ ଘେରି ଯାଇ ମାଡ଼ ମାରୁଛନ୍ତି । ଏପରିକି ତାଙ୍କ ବାଇକ୍‌ ପଛରେ ଥିବା ଡେଲିଭରି ବ୍ୟାଗ୍ ଉପରେ ଚଢ଼ି ଛିଡ଼ା ହେଉଛନ୍ତି ଜଣେ ଯୁବକ ।

ବେଙ୍ଗାଲୁରୁ: ବିଳମ୍ବ ପାଲଟିଲା ବିଡ଼ମ୍ବନା । ଖାଦ୍ୟ ଡେରିରେ ଆଣି ପହଞ୍ଚିବାରୁ ଜୋମାଟୋ ଡେଲିଭରି ବୟଙ୍କୁ ପିଟିଲେ ଦୁଇ ଯୁବକ । ରବିବାର ବେଙ୍ଗାଲୁରୁ ସହରରେ ଏ ଘଟଣା ଘଟିଛି । ଶୋଭା ଥିଏଟର ନିକଟରେ ଜୋମାଟୋ ଡେଲିଭରି ବୟଙ୍କୁ ସର୍ବସାଧାରଣରେ ମାଡ଼ ମରାଯାଇଥିବା ବେଳେ ଭାଇରାଲ୍ ହେଉଛି ଭିଡିଓ ।


ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଡେଲିଭରି ବୟ ଜଣଙ୍କ ଅର୍ଡର ନେଇ ପହଞ୍ଚୁଛନ୍ତି । ଆଉ ପହଞ୍ଚିବା ମାତ୍ରେ ଦୁଇ ଜଣ ଯୁବକ ତାଙ୍କୁ ଘେରି ଯାଇ ମାଡ଼ ମାରୁଛନ୍ତି । ଏପରିକି ତାଙ୍କ ବାଇକ୍‌ ପଛରେ ଥିବା ଡେଲିଭରି ବ୍ୟାଗ୍ ଉପରେ ଚଢ଼ି ଛିଡ଼ା ହେଉଛନ୍ତି ଜଣେ ଯୁବକ । ନିକଟରେ ପଡ଼ିଥିବା ପ୍ଲାଷ୍ଟିକ୍ କଣ୍ଟେନର ଆଣି ତାଙ୍କ ମୁଣ୍ଡକୁ ପିଟିବା ବେଳେ ଅନ୍ୟ ଜଣେ ଚେୟାର୍ ଫିଙ୍ଗୁଛନ୍ତି ।


ମାମଲାରେ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବା ସହ ଡେଲିଭରି ଏଜେଣ୍ଟ ଓ ମାଡ଼ ମାରିଥିବା ଦୁଇ ଯୁବକଙ୍କ ବୟାନ ରେକର୍ଡ କରିଛି । ତେବେ ପୋଲିସରେ ଜୋମାଟୋ ଡେଲିଭରି ବୟ ଜଣଙ୍କ ବିଧିବଦ୍ଧ ଭାବେ କୌଣସି ମାମଲା ରୁଜୁ କରି ନଥିବା ପ୍ରକାଶ କରିଛନ୍ତି ।


ଏହା ପୂର୍ବରୁ ଖାଦ୍ୟ ଦେବାକୁ ଆସିଥିବା ଜଣେ ଡେଲିଭରି ଏଜେଣ୍ଟଙ୍କୁ ମହିଳା ଚାପୁଡ଼ା ମାରିଥିଲେ । ରାତିରେ ଖାଦ୍ୟ ମଗାଇବାରେ ବାରମ୍ବାର ବିଫଳ ହେବାରୁ ଚାପୁଡ଼ା ମାରିଥିଲେ ମହିଳା । ଆଉ ଏବେ ପୁଣି ଥରେ ଦୁଇ ଯୁବକ, ଜଣେ ଡେଲିଭରି ବୟଙ୍କୁ ମାଡ଼ ମାରିଥିବା ବେଳେ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories