Videos
|
Crime

Manisha Murder Case ; କ'ଣ ହୋଇଥିଲା ସେଦିନ , କିଏ କହୁଛି ପ୍ରକୃତ ସତ , ଜାଣନ୍ତୁ....

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
Manisha Murder Case ; କ'ଣ ହୋଇଥିଲା ସେଦିନ , କିଏ କହୁଛି ପ୍ରକୃତ ସତ , ଜାଣନ୍ତୁ....

Key Points

 ହରିୟାଣା ଶିକ୍ଷୟତ୍ରୀ ମନିଷାଙ୍କ ମୃତ୍ୟୁ

ପୋଷ୍ଟମର୍ଟମ ରିପୋର୍ଟ କହୁଛି ଆତ୍ମହତ୍ୟା , ପରିବାର କହୁଛି ହତ୍ୟା

କିଏ କହୁଛି ପ୍ରକୃତ ସତ ?

ମନିଷାଙ୍କ ମୃତ୍ୟୁ ପଛରେ କିଏ ?

ଦିନ ୧୧ଟାରେ ବାପାଙ୍କୁ ଆସେ ଫୋନ । ବିଏସ୍‌ସି ନର୍ସିଂ ଫର୍ମ ପକେଇବାକୁ କଲେଜକୁ ଯିବାପାଇଁ ବାପାଙ୍କୁ ପଚାରେ ଝିଅ । କୁହେ, ଆଜି ଘରକୁ ଫେରୁଫେରୁ ବିଳମ୍ବ ହୋଇଯାଇପାରେ । ଆଉ ଫୋନ କଟିବା ପରେ ଯାହା ହୁଏ, ତାହା ରହିଯାଏ ସମସ୍ତଙ୍କ ସନ୍ଦେହ ଘେରରେ, ସମସ୍ତଙ୍କ ନଜର ଆଢୁଆଳରେ ...ବିଳମ୍ବ ପାଲଟିଯାଏ ବଡମ୍ବନା... କେହି କଣ କେବେ ନିଜ ସ୍ଵପ୍ନକୁ ନିଜ ହାତରେ ଜଳାଞ୍ଜଳୀ ଦେଇଦିଏ ? ନା କେଉଁ ଯୌନପିପାସୁ ତାର ସ୍ଵପ୍ନକୁ ଜୋର ଜବରଦସ୍ତ ଭାଙ୍ଗି ଖିନଭିନ୍ କରିଦିଏ ? ମୃତଶରୀର କହୁଥିଲା ଅନେକ କିଛି କାହାଣୀ, କିନ୍ତୁ ପୋଷ୍ଟମର୍ଟମର ରିପୋର୍ଟ ଆସିବା ପରେ ବଢିଥିଲା ବିବାଦ, ଘନେଇଥିଲା ସନ୍ଦେହ

ଯେତେବେଳେ କାହାଣୀର ମୋଡ ହଠାତ ବଦଳିଯାଏ, ସେତେବେଳେ ପ୍ରଶାସନ ଉପରେ ସୃଷ୍ଟି ହୁଏ ପ୍ରଶ୍ନବାଚୀ କିନ୍ତୁ ସମ୍ପୁର୍ଣ୍ଣ ଡାକ୍ତରୀ ଟିମ, ପୋଲିସ ପ୍ରଶାସନ, ଯେତେବେଳେ ଘଟଣାର ଗୋଟିଏ ମୋଡ ଦେଖାନ୍ତି, ସେତେବେଳେ କିନ୍ତୁ ପରିବାର ପରିଜନ ଏହାକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରନ୍ତି । । ଆଜି ଅପରାଧର ପର୍ଦ୍ଦାଫାଶରେ ଆମେ ଜାଣିବା ହରିୟାଣାର ଶିକ୍ଷୟତ୍ରୀ ମନିଷାଙ୍କ ମୃତ୍ୟୁ ପଛର ପ୍ରକୃତ କାହାଣୀର ପର୍ଦ୍ଦାଫାଶ ।

ହରିୟାଣାର ଭିବାନୀ ଜିଲ୍ଲାର ୧୯ ବର୍ଷର ଝିଅ ମନିଷା । ଯିଏ ପାଖରେ ଥିବା ପ୍ଲେ ସ୍କୁଲରେ ଶିକ୍ଷୟତ୍ରୀ ଅଟନ୍ତି । ସେଦିନ ଥିଲା ୧୧ ଅଗଷ୍ଟ ୨୦୨୫ । ସବୁଦିନ ପରି ସେଦିନ ମଧ୍ୟ ସକାଳୁ ସେ ବାହାରି ପଡିଥିଲେ ସ୍କୁଲକୁ । ଆଉ ସ୍କୁଲରେ ଥିବା ଅନ୍ୟ ସହକର୍ମୀଙ୍କ ପାଖରୁ ଜାଣିବାକୁ ପାଇଥିଲେ ନର୍ସିଂ BSCର ଫର୍ମ ବାହାରିଛି । ଯାହା ତାଙ୍କର ଅନେକ ଦିନର ଇଚ୍ଛା ଥିଲା । ଏଥିପାଇଁ ବାପାଙ୍କ ଫୋନ କରି କହିଥିଲେ, ସ୍କୁଲ ସରିଗଲେ ସେ ନର୍ସିଂ BSCର ଫର୍ମ ପକାଇବା ପାଇଁ କଲେଜକୁ ଯିବେ । ଫେରୁ ଫେରୁ ଘରକୁ ବିଳମ୍ବ ହୋଇପାରେ । ଆଉ ବାପାମଧ୍ୟ ରାଜି ହୋଇଯାଇଥିଲେ । ହେଲେ ସେଦିନ ରାତି ହୋଇଯାଇଥିଲେ ମଧ୍ୟ ଆଉ ଫେରିନଥିଲେ ମନିଷା ।


ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Bhiwani Manisha murder case full story | Argus News