Crime in Odisha / ଟ୍ୟାକ୍ସି ଡ୍ରାଇଭରଙ୍କୁ ମାରି ଚନ୍ଦକା ଜଙ୍ଗଲରେ ଫିଙ୍ଗିଦେଲେ, ଅପହରଣ ପରେ ମାଗୁଥିଲେ ୨ କୋଟି

Key Points
ରାସ୍ତା କଡ଼ରେ କାର୍ ଥୋଇ ହତ୍ୟା ପରେ ଜଙ୍ଗଲକୁ ଫିଙ୍ଗିଦେଲେ କ୍ୟାବ୍ ଡ୍ରାଇଭରଙ୍କ ମୃତଦେହ । ଗତ ୧୫ ତାରିଖରେ ଅପହରଣ କରାଯାଇଥିବା ବେଳେ ଶନିବାର ୨୦ ତାରିଖରେ ମିଳିଛି ମୃତଦେହ ।
ଭୁବନେଶ୍ଵର: ରାଜଧାନୀରେ ଚାଞ୍ଚଲ୍ୟ । ମୁଣ୍ଡ ଜାମିନ୍ ପରେ ହତ୍ୟା । ରାସ୍ତା କଡ଼ରେ କାର୍ ଥୋଇ ହତ୍ୟା ପରେ ଜଙ୍ଗଲକୁ ଫିଙ୍ଗିଦେଲେ କ୍ୟାବ୍ ଡ୍ରାଇଭରଙ୍କ ମୃତଦେହ । ଗତ ୧୫ ତାରିଖରେ ଅପହରଣ କରାଯାଇଥିବା ବେଳେ ଶନିବାର ୨୦ ତାରିଖରେ ମିଳିଛି ମୃତଦେହ । ଆଉ ଏହି ଘଟଣା ରାଜଧାନୀକୁ ଦୋହଲାଇ ଦେଇଛି ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, 'ଓଲାରେ କାର୍ ଚଲାଉଥିବା ବିଦ୍ୟାଧର ସାହୁଙ୍କୁ କେହି ୧୫ ତାରିଖରେ ଅପହରଣ କରି ନେଇଥିଲେ । ଅପହରଣ ପରେ ଫୋନ୍ କଲ୍ କରି ଅପହରଣକାରୀ ୨ କୋଟି ଟଙ୍କା ମାଗୁଥିଲେ ।' ମୃତ କ୍ୟାବ୍ ଡ୍ରାଇଭର ଖୋର୍ଦ୍ଧା ଅଞ୍ଚଳର ବିଦ୍ୟାଧର ସାହୁ ବୋଲି ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ପୋଲିସ କଲୋନୀ ଡ୍ରେନ୍ରେ ଭାସୁଛି ଶବ, ବଢ଼ିଲା ସନ୍ଦେହ
📱 Get Argus News App
✨
୧୫ ତାରିଖରୁ ବିଦ୍ୟାଧରଙ୍କୁ ଅପହରଣ କରାଯାଇଥିବା ବେଳେ ୫ ଦିନ ପରେ ଚନ୍ଦକା ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଛି । ଚନ୍ଦକା ଜଙ୍ଗଲ ରାସ୍ତାରେ ତାଙ୍କ କାର୍ ରହିଥିବା ବେଳେ କିଛି ଦୂରରେ ପଡ଼ିଛି ମୃତଦେହ । ବିଦ୍ୟାଧରଙ୍କ ମୃତ ଶରୀର ମିଳିବା ପରେ ବଡ଼ଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଫରେନସିକ୍ ଟିମ୍ ମଧ୍ୟ ତଦନ୍ତରେ ସାମିଲ୍ ହୋଇଛି ।
ତେବେ ବିଦ୍ୟାଧରଙ୍କୁ କିଏ କରିଥିଲା ଅପହରଣ ? ଜଣେ ନା ଏକାଧିକ ଲୋକ ଏହି ଅପହରଣରେ ସାମିଲ୍ ? ଅପହରଣକୁ ୫ ଦିନ ବିତିଥିବା ବେଳେ ଶନିବାର ମୃତଦେହ ମିଳିଛି । ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ କରୁଛି ।
Related Topics
Explore more stories