Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘର ବାହାରେ ଛୁଆ ଏକାକୀ ଖେଳୁଥିଲେ ସାବଧାନ, ଛୁରି ଦେଖାଇ ନେଇ ଯାଉଛନ୍ତି...

Crime

Crime In Odisha / ଘର ବାହାରେ ଛୁଆ ଏକାକୀ ଖେଳୁଥିଲେ ସାବଧାନ, ଛୁରି ଦେଖାଇ ନେଇ ଯାଉଛନ୍ତି...

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଘର ବାହାରେ ଛୁଆ ଏକାକୀ ଖେଳୁଥିଲେ ସାବଧାନ, ଛୁରି ଦେଖାଇ ନେଇ ଯାଉଛନ୍ତି...
Robber threatens child with knife

Key Points

ରାଜଧାନୀ ଭୁବନେଶ୍ଵରରୁ ଛୁଆଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । କୌଣସି ବାହାନାରେ ଏକୁଟିଆ ଖେଳୁଥିବା କିମ୍ବା ବୁଲୁଥିବା ଛୁଆଙ୍କ ପାଖକୁ ଆସୁଛନ୍ତି । ଆଉ ସୁଯୋଗ ଦେଇ ଛୁଆଙ୍କ ବେକରେ ଛୁରି ଲଗାଇ ସୁନା ଗହଣା ଲୁଟି ନେଉଛନ୍ତି ।
ଭୁବନେଶ୍ଵର: ମହିଳାଙ୍କ ଭଳି ଅସୁରକ୍ଷିତ ଛୋଟ ଛୁଆ । ରାଜଧାନୀ ଭୁବନେଶ୍ଵରରୁ ଛୁଆଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । କୌଣସି ବାହାନାରେ ଏକୁଟିଆ ଖେଳୁଥିବା କିମ୍ବା ବୁଲୁଥିବା ଛୁଆଙ୍କ ପାଖକୁ ଆସୁଛନ୍ତି । ଆଉ ସୁଯୋଗ ଦେଇ ଛୁଆଙ୍କ ବେକରେ ଛୁରି ଲଗାଇ ସୁନା ଗହଣା ଲୁଟି ନେଉଛନ୍ତି ।

ରାଜଧାନୀ ଭୁବନେଶ୍ଵରରେ ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍ କରୁଛନ୍ତି ଲୁଟେରା । କମିଶନରେଟ୍ ପୋଲିସ ଏଭଳି ଧ୍ରୁତ ଲୁଟେରାକୁ ଗିରଫ କରିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଜଣଙ୍କ ତପନ କୁମାର ସେଠୀ । ତପନର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ । ତା' ନିକଟରୁ ଗୋଟିଏ ଛୁରି ସମେତ ସୁନା ଚେନ ଓ ଲକେଟ ପୋଲିସ ଜବତ କରିଛି ।

ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍‌ରୁ ବାଂଲାଦେଶ ବିଦା ପରେ ବିଚଳିତ ପାକିସ୍ତାନ; ICCକୁ ଧମକ ଦେଲେ ନକ୍‌ଭୀ

ସୂଚନା ଅନୁସାରେ, ଶୁକ୍ରବାର ସାଲିଆସାହି ତାରିଣୀ ବସ୍ତିରେ ଖେଳୁଥିଲା ଦେଢ଼ ବର୍ଷର ଛୁଆ । ସେହି ସମୟରେ ଛୁଆର ବେକରେ ସୁନା ଚେନ ଦେଖି ତପନ ଲୁଟିବା ପାଇଁ ଯୋଜନା କରିଥିଲା । ପ୍ରଥମେ ଛୋଟ ଛୁଆ ପାଖକୁ ଯାଇ ଅନ୍ୟ ଜଣଙ୍କର ଠିକଣା ପଚାରିଥିଲା ।

ଦେଢ଼ ବର୍ଷର ଛୁଆଟି ଘର ବାହାରକୁ ଆସିବା ମାତ୍ରେ ଧାରୁଆ ଛୁରି ଦେଖାଇ ଭୟଭୀତ କରାଇଥିଲା ତପନ । ଆଖି ପିଛୁଳାକେ ଛୋଟ ଛୁଆ ବେକରୁ ସୁନା ଚେନ ସହ ଲକେଟ ନେଇ ଫେରାର୍ ହୋଇ ଯାଇଥିଲା । ଏନେଇ ମୈତ୍ରୀ ବିହାର ଥାନରେ ଅଭିଯୋଗ ପରେ ପୋଲିସ ତପନକୁ କାବୁ କରି କୋର୍ଟ ଚାଲାଣ କରିଛି ।

ଏଥିସହ ପଢ଼ନ୍ତୁ: ୪୬୮ ଦିନ ପରେ ଫର୍ମକୁ ଫେରିଲେ ଅଧିନାୟକ ସୂର୍ଯ୍ୟକୁମାର; ପଡ଼ିଆରେ ଦେଲେ ବଡ଼ ବୟାନ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ତପନ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଥିବା ମାମଲାର ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ସାଲିଆସାହିରେ ଦେଢ଼ ବର୍ଷର ଛୁଆ ବେକରେ ଛୁରି ଲଗାଇ ସୁନା ଚେନ ଲୁଟ୍ ପରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଛନ୍ତି ।

ଘର ବାହାରେ ପିଲାଙ୍କୁ ଖେଳିବାକୁ ଛାଡ଼ୁଥିବା ଅଭିଭାବକ ଡରି ଯାଇଛନ୍ତି । ଯଦି ବସ୍ତି ଭିତରେ ପଶି ଲୁଟେରା ଛୁଆଙ୍କ ବେକରେ ଛୁରି ଲଗାଇବାକୁ ସାହସ କରୁଛି ତାହେଲେ ନିଛାଟିଆ ରାସ୍ତାରେ ଅପରାଧର କେଉଁ ସ୍ତରକୁ ଏମାନେ ଯାଇପାରିବେ ତାକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar Shock: Knife Shown to Toddler, Gold Chain Looted | Argus News | Argus News