Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ଅଧରାତିରେ ଦୁର୍ବୃତ୍ତଙ୍କ ଆତଙ୍କ, ରୋଗୀ ଦେଖି ଫେରୁଥିବା ଡାକ୍ତରଙ୍କୁ ବି ଛାଡ଼ିଲେନି...

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଅଧରାତିରେ ଦୁର୍ବୃତ୍ତଙ୍କ ଆତଙ୍କ, ରୋଗୀ ଦେଖି ଫେରୁଥିବା ଡାକ୍ତରଙ୍କୁ ବି ଛାଡ଼ିଲେନି...

Key Points

ରାଜଧାନୀରେ କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ରାତିର ଅନ୍ଧକାରରେ ଖୁଲମଖୁଲା ଖଣ୍ଡା ଧରି ବାଇକ୍‌ରେ ବୁଲୁଛନ୍ତି । ଯେଉଁଠି ଯାହାକୁ ପାଉଛନ୍ତି, ଲୁଟ୍ ପାଇଁ ଗୋଡ଼ାଉଛନ୍ତି ।
ଭୁବନେଶ୍ଵର: ଅସୁରକ୍ଷିତ ଅଧରାତି, ମାତିଛନ୍ତି ଅପରାଧୀ । ରାଜଧାନୀରେ କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ରାତିର ଅନ୍ଧକାରରେ ଖୁଲମଖୁଲା ଖଣ୍ଡା ଧରି ବାଇକ୍‌ରେ ବୁଲୁଛନ୍ତି । ଯେଉଁଠି ଯାହାକୁ ପାଉଛନ୍ତି, ଲୁଟ୍ ପାଇଁ ଗୋଡ଼ାଉଛନ୍ତି । ସୋମବାର ବିଳମ୍ବିତ ରାତିରେ ବି ଏଭଳି ଘଟିଛି ପଟିଆ କିଟ୍ ଛକ ଅଞ୍ଚଳରେ । ରୋଗୀ ଦେଖି ଫେରୁଥିବା ଜଣେ ଡାକ୍ତରଙ୍କୁ ଦୁର୍ବୃତ୍ତ ଖଣ୍ଡା ଖଣ୍ଡା ଧରି ଗୋଡ଼ାଇଛନ୍ତି । ଏ ଚିତ୍ର ସିସିଟିଭିରେ କଏଦ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ସମୟ ଗୋଟାଏ ହେବ । ଡାକ୍ତର ବିଏସ୍‌ଲ୍ ରଥ ରୋଗୀ ଦେଖି ତାଙ୍କ ଘରକୁ ଫେରୁଥିଲେ । କିଟ୍ ଛକ ଦେଇ ଫେରିବା ସମୟରେ ଡାକ୍ତରଙ୍କ କାର୍‌କୁ ୨ଟି ବାଇକ୍‌ରେ ପିଛା କରିଥିଲେ ୬ ଜଣ ଦୁର୍ବୃତ୍ତ । ହାତରେ ଖଣ୍ଡା ଧରି ଡାକ୍ତରଙ୍କ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଯାଇଥିଲେ । ପ୍ରଶାନ୍ତି ବିହାର ଦୁର୍ଗା ମଣ୍ଡପରେ କାର୍ ଅଟକାଇ ଡାକ୍ତରଙ୍କୁ ଆକ୍ରମଣ କରିବା ଲାଗି ଉଦ୍ୟମ ବି କରିଥିଲେ ଦୁର୍ବୃତ୍ତ । ଏପରିକି କାର୍ ଉପରକୁ ଖଣ୍ଡା ଫିଙ୍ଗି ଭୟଭୀତ କରାଇଥିଲେ ।

ଏଥିସହ ପଢ଼ନ୍ତୁ: ମୁଖ୍ୟ ଅଭିଯୁକ୍ତଙ୍କୁ ଫସାଇବା ପାଇଁ ଏସିଡ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ ବାପ-ଝିଅ!

ହେଲେ ଡାକ୍ତର ଜଣଙ୍କ ଦ୍ରୁତ ଗତିରେ କାର୍ ନେଇ ସେଠାରୁ ପଳାଇଥିଲେ । ତଥାପି ଡାକ୍ତରଙ୍କୁ ଆପାର୍ଟମେଣ୍ଟ ଯାଏଁ ପିଛା କରିଥିଲେ ଦୁର୍ବୃତ୍ତ । ଡାକ୍ତର ଆପାର୍ଟମେଣ୍ଟ ଭିତରକୁ ପଳାଇ ଯିବା ପରେ ଦୁର୍ବୃତ୍ତମାନେ ଫାଟକ ନିକଟରୁ ଫେରି ଆସିଥିଲେ । ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ସକାଳେ ଇନ‌ଫୋସିଟି ଥାନାରେ ଡାକ୍ତର ରଥ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ସିସିଟିଭି ଫୁଟେଜ୍‌କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଫୁଟେଜ୍‌ରୁ ପୋଲିସ ଦୁର୍ବୃତ୍ତଙ୍କୁ ଟିହ୍ନଟ କରିଥିବା କହୁଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ତେବେ କାହିଁକି ଡାକ୍ତର ରଥଙ୍କୁ ଦୁର୍ବୃତ୍ତ ଟାର୍ଗେଟ୍ କରିଥିଲେ ? ଆକ୍ରମଣ ଉଦ୍ୟମ ପଛର କାରଣ ଲୁଟ୍ ନା ଆଉ କିଛି ? ସେନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଦୁର୍ବୃତ୍ତ ଧରା ପଡ଼ିଲେ ଜଣାପଡ଼ିବ ପ୍ରକୃତ କାରଣ ।

ଏଥିସହ ପଢ଼ନ୍ତୁ: ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଦାଦାବଟି ନ ଦେବାରୁ ହୋଟେଲ୍‌ରେ ଭଙ୍ଗାରୁଜା

ଏହା ପୂର୍ବରୁ ଦୀପାବଳି ରାତିରେ ମଧ୍ୟ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇଥିଲେ । ଦୀପାବଳି ରାତି ପ୍ରାୟ ୧୦ଟା ହେବ ଭୁବନେଶ୍ଵରର ଭିଏସ୍ଏସ୍ ନଗର ସ୍ଥିତ 'ହୋଟେଲ୍ ଶ୍ରୀକ୍ଷେତ୍ର'ରେ ପହଞ୍ଚିଥିଲେ କିଛି ମଦ୍ୟପ । ହୋଟେଲ୍ ବନ୍ଦ ରହିଥିବା ବେଳେ କର୍ମଚାରୀଙ୍କ ବାରଣ ସତ୍ତ୍ଵେ ସେଠାରେ ମଦ୍ୟପାନ କରିଥିଲେ ।

ମଦ ପିଇବା ପାଇଁ ଚାଖଣା ମାଗିଥିଲେ ଦୁର୍ବୃତ୍ତ । ହେଲେ ହୋଟେଲ୍‌ରେ ଥିବା କର୍ମଚାରୀ ଚାଖଣା ନ ଦେବାରୁ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ହୋଟେଲ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଭିତରେ ପଶି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି । ଏନେଇ ସହିଦନଗର ଥାନା ପୋଲିସରେ ଅଭିଯୋଗ କରିଛନ୍ତି ହୋଟେଲ ମାଲିକ । ଦାଦାବଟି ନ ଦେବାରୁ ଏଭଳି ଭଙ୍ଗାରୁଜା ହୋଇଥିବା ହୋଟେଲ ମାଲିକ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Doctor Attacked in Bhubaneswar at Midnight; CCTV Captures Armed Miscreants | Argus News | Argus News