Crime Case / ୩୪ ବର୍ଷ ପରେ ମିଳିଲା ଦଣ୍ଡ: ୫୦ରେ କଲା ଅପରାଧ ୮୫ରେ ଗଲା ଜେଲ୍

Key Points
୩୪ ବର୍ଷ ପରେ ମାନେ ୮୫ ବର୍ଷ ବୟସରେ ମିଲା ବଡ଼ ଦଣ୍ଡ ।
ବିଳମ୍ବରେ ହେଉ ପଛେ ଦୋଷୀକୁ ଦଣ୍ଡ ମିଳିଛି ।
ଅଣ୍ଟା ନଇଁ ଗଲା ପରେ ମିଳିଛି ଦଣ୍ଡ ।
ରୋଗାଗ୍ରସ୍ତ ହେଲା ପରେ କୋର୍ଟ ଶୁଣାଇଛନ୍ତି ରାୟ । ମୃତ୍ୟୁ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତି ଏବେ ଜେଲର କାଳ କୋଠିର ଭିତରେ ରହିବେ ।
ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ହୋଇଛି ଐତିହାସିକ ରାୟ। ୫୦ ବର୍ଷ ବୟରେ ଦୋଷ କରି ୮୫ ବର୍ଷ ବୟସରେ ଦଣ୍ଡ ପାଇଛନ୍ତି । କଥାରେ ଅଛି ଆଇନର ହାତ ବହୁତ ଲମ୍ବା । ବିଳମ୍ବରେ ହେଲେ ମଧ୍ୟ ଦିନେ ନା ଦିନେ ଅପରାଧୀକୁ ଦଣ୍ଡ ମିଳିଥାଏ । ଆହୁରି ମଧ୍ୟ କୁହଯାଇଛି ଶହେ ଦୋଷୀ ଖସିଯାଆନ୍ତୁ ପଛେ ଗୋଟିଏ ନିର୍ଦ୍ଦୋଷିକୁ ଦଣ୍ଡ ନମିଳୁ । ଆଉ ଏହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ।
ପ୍ରାୟ ୩୪ ବର୍ଷ ପୁରୁଣା ଏକ ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବୃଦ୍ଧ ଜଣଙ୍କୁ ପୋଲିସ ଜେଲ୍କୁ ନେଇଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଦେଶର ନ୍ୟାୟିକ ପ୍ରକ୍ରିୟା ଏବଂ ମାମଲା ବିଳମ୍ବକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିହାରର ବୈଶାଳୀ ଜିଲ୍ଲାର ଦୃଶ୍ୟ... ସେହି ଦୋଷୀ ଯାହାଙ୍କୁ ୩୪ ବର୍ଷ ପରେ ଦଣ୍ଡ ମିଳିଛି । ଅଣ୍ଟା ନଇଁ ଯାଇଛି ନିଜକୁ ନିଜେ ଚାଲି ପାରୁ ନାହାଁନ୍ତି । ତାଙ୍କ ଧରିକି ଆଣିଲେ ବି ବହୁତ କଷ୍ଟରେ ପାଦ ପଡ଼ୁଛି । ଦେହରେ ଅନେକ ରୋଗ । ଯନ୍ତ୍ରଣାରେ କଟୁଛି ଜୀବନ । ଦେଖିଲେ ଲାଗୁଛି ତାଙ୍କୁ ତାଙ୍କ ଭୁଲର ଶାସ୍ତି ଭଗବନା ଦେଇ ସାରିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୩ ବର୍ଷ ପରେ ମିଳିଥିଲା ଇଚ୍ଛାମୃତ୍ୟୁ: ମରିବା ପରେ ବି ଜୀବିତ ଅଛନ୍ତି ହରିଶ...
ଆଉ ଏବେ ପୁଣିଥରେ ଭାରତୀୟ ନାୟିକ ବ୍ୟବସ୍ଥା ତାଙ୍କୁ ଦଣ୍ଡ ଦେଇଛି। ଯେଉଁ ବୟସରେ ଭଗବାନଙ୍କ ନାମ ଜପି ଘରେ ବିଶ୍ରାମ ନେବା କଥା ସେହି ବୟସରେ ଏହି ବୃଦ୍ଧ ଜଣଙ୍କୁ ଜେଲ୍ର ଚାରି କାନ୍ଥ ଭିତରକୁ ଯିବାକୁ ପଡ଼ୁଛି । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଦୀପ ରାୟ ।
ଓକିଲଙ୍କ କହିବା ମୁତାବକ ମାମଲାଟି ହେଉଛି ୧୯୯୨ ମସିହାର। ବିହାରର ବୈଶାଳୀ ଜିଲ୍ଲା ଜୁଡ଼ାବନପୁର ଥାନା ଅଞ୍ଚଳର ଏହି ଘଟଣା । ପିଡ଼ିତ ଅଦାଲତ ରାୟ ଏବଂ ତାଙ୍କ ସ୍ତ୍ରୀ ଘର ବାହାରେ ବଶିଥିଲେ । ସେହି ସମୟରେ ଦୋଷୀ ଦୀପ ରାୟ ଓରଫ ଜିସା ଏବଂ ଅନ୍ୟ ସହଯୋଗି ମାନେ ରାସ୍ତା ଉପରେ କାଚ ଗୁଣ୍ଡ ବିଛାଉଥିଲେ । ଯାହାକୁ ପ୍ରତିବାଦ କରିଥିଲେ ଅଦାଲତ ରାୟ ଏବଂ ତାଙ୍କ ସ୍ତ୍ରୀ ।
ଏହାପରେ ଦୀପ ଏବଂ ଅନ୍ୟ ସହଯୋଗି ପାଖରେ ଥିବା ବନ୍ଧୁକରେ ଗୁଳିମାଡ଼ କରିଥିଲେ। ଯାହାକୁ ନେଇ ୧୯୯୨ ମସିହା ମେ' ୧୦ ତାରିଖରେ ଏହି ମାମଲା ରୁଜୁ ହୋଇଥିଲା। ଆଉ ଏବେ ୩୪ ବର୍ଷ ପରେ ଦଣ୍ଡ ଶୁଣାଣି ହୋଇଛି । ସବୁଠାରୁ ଦୁଃଖଦ ବିଷୟ ହେଉଛି କି ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଅଭିଯୁକ୍ତଙ୍କର କୋର୍ଟଙ୍କ ରାୟ ଆସିବା ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଛି । ଦୀପ ରାୟ ଏହି ମାମଲାରେ ଏକମାତ୍ର ଜୀବିତ ଅଭିଯୁକ୍ତ ଥିଲେ। ଯାହାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ ।
📱 Get Argus News App
✨Related Topics
Explore more stories