କମିସନରେଟ୍ ପୋଲିସ ହାତରେ ବିହାରର ସାଇବର ଠକ

Key Points
ମ୍ୟୁଲ୍ ଆକାଉଣ୍ଟ କରି ଲୁଟ୍
ବିହାରର ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ ପୋଲିସ
ଠକ ମାନଙ୍କୁ ରିମାଣ୍ଡରେ ଆଣିପାରେ କମିସନରେଟ ପୋଲିସ
କମିସନରେଟ୍ ପୋଲିସ ହାତରେ ବିହାରର ସାଇବର ଠକ । ୧୫ କୋଟି ଟଙ୍କା ଲୁଟ୍ ଅଭିଯୋଗରେ ଧରିଲା ଚନ୍ଦକା ଥାନା ପୋଲିସ । ଭୁବନେଶ୍ବରରେ ମହିଳାଙ୍କ ନାଁରେ ମ୍ୟୁଲ୍ ଆକାଉଣ୍ଟ କରି ଲୁଟ୍ ଅଭିଯୋଗ ହୋଇଥିଲା । ସାଇବର ଠକକୁ ଅପହରଣ ଓ ୨୫ ଲକ୍ଷରେ ମୁଣ୍ଡ ଜାମିନ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ ।
ଭୁବନେଶ୍ୱରର ଗୋଟିଏ ପରିବାର ଆକାଉଣ୍ଟ ଖୋଲି ବିାହରର ସାଇବର ଠକ ମାନଙ୍କୁ ଦେଇଥିଲେ । ପ୍ରୟାଗରାଜରେ ଭେଟ ହେବା ପରେ ଆକାଉଣ୍ଟକୁ ସାଇବର ଠକଙ୍କୁ ଦେଇଥିଲେ ପୁରା ପରିବାର । 1.4 ପ୍ରତିଶତରେ ବିହାର ର ସାଇବର ଠକଙ୍କୁ ଦେଇଥିଲେ । ସେହି ଆକାଉଣ୍ଟ ଗୁଡିକରେ ଅଧିକ ଠକେଇ ହେବା ପରେ ବ୍ୟାଙ୍କ ମ୍ୟାନେଜର ତାଗିଦ କରିଥିଲେ । ପରେ ଯାହାକୁ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ ତାକୁ ଭୁବନେଶ୍ୱର ଡାକି ଅପହରଣ କରିଥିଲେ । ଥାନାରେ ଏନେଇ ଅଭିଯୋଗ ପରେ 5 ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ ।
📱 Get Argus News App
✨ପ୍ରତି ଆକାଉଣ୍ଟରେ କୋଟି କୋଟି ଟଙ୍କା ସାଇବର ଠକେଇ ହୋଇଥିବା ତଦନ୍ତରୁ ଜଣାପଡିଛି । ଆଉ କେଉଁ କେଉଁ ରାଜ୍ୟର ଲୋକମାନଙ୍କୁ ଠକେଇ କରିଛନ୍ତି ସେ ଦିଗକୁ ନେଇ ସାଇବର ଥାନା ପୋଲିସ ଖୋଳ ତାଡ଼ କରୁଛି । ରାଜ୍ୟ ବାହାର ପୋଲିସ ସହ କମିସନରେଟ ପୋଲିସ ଯୋଗାଯୋଗ କରିଛି ।
ଆବଶ୍ୟକ ପଡିଲେ ସାଇବର ଠକ ମାନଙ୍କୁ ରିମାଣ୍ଡରେ ଆଣିପାରେ କମିସନରେଟ ପୋଲିସ । ଓଡ଼ିଶାରେ ଏମାନଙ୍କ ଦ୍ୱାରା ଯେଉଁ ମାନେ ଠକେଇର ଶିକାର ହୋଇଛନ୍ତି କମିସନରେଟ ପୋଲିସରେ ଏତଲା ଦେବାକୁ ଅପିଲ କଲେ ଭୁବନେଶ୍ୱର ଡିସିପି । ଅଭିଯୁକ୍ତମାନଙ୍କ ନିକଟରୁ ମୋବାଇଲ, ଛୁରୀ, 3ଟି ଆକାଉଣ୍ଟ ଜବତ କରିଛି ଚନ୍ଦକା ଥାନା ପୋଲିସ ।