BJP Leader Shot Dead / ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍

Key Points
ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀତବାସଙ୍କୁ ଅତି ନିକଟ ଅର୍ଥାତ୍ ପଏଣ୍ଟ ବ୍ଲାଙ୍କରୁ ଗୁଳି କରାଯାଇଛି । ଯାହାକି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ଇଙ୍ଗିତ କରୁଛି ।
ବ୍ରହ୍ମପୁର: ଚ୍ୟାମ୍ବରରୁ ଘରକୁ ଫେରିବା ବେଳେ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଏମ୍କେସିଜିରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀତବାସଙ୍କୁ ଅତି ନିକଟ ଅର୍ଥାତ୍ ପଏଣ୍ଟ ବ୍ଲାଙ୍କରୁ ଗୁଳି କରାଯାଇଛି । ଯାହାକି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ଇଙ୍ଗିତ କରୁଛି ।
ଡାକ୍ତରଙ୍କ ଅନୁସାରେ, ପୀତବାସଙ୍କ ଡାହାଣ ପଟ ଛାଚିରେ ଗୋଟିଏ ଗୁଳି ବାଜିଥିଲା । ଗୁଳିଟି ଅତି ନିକଟରୁ ମରା ଯାଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିବା MKCG ମେଡିକାଲ୍ର FMT ମୁଖ୍ୟ ପ୍ରଫେରସର ଡାକ୍ତର ସୁଦୀପା ଦାଶ ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବ୍ରହ୍ମପୁରରେ ଗୁଳିମାଡ଼, ଚାଲିଗଲା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜୀବନ
କୁମାର ପୂର୍ଣ୍ଣିମା ରାତିରେ ସମୟ ପ୍ରାୟ ୧୦ଟା ହେବ । ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇଖ୍ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
ଗୁଳିମାଡ଼ ହୋଇଥିବା । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳ ସବୁବେଳେ ଜନଗହଳିପୂର୍ଣ୍ଣ ରହିଥାଏ । ସୋମବାର କୁମାରପୂର୍ଣ୍ଣିମା ପାଇଁ ଦୋକାନ ବଜାର ବନ୍ଦ ରହିଥିବାରୁ ସେତେଟା ଗହଳି ନଥିଲା । ଯାହାର ସୁଯୋଗ ଉଠାଇ ଗୁଳି କରିଛନ୍ତି ଦୁର୍ବୃତ୍ତ ।
📱 Get Argus News App
✨
ଗୁଳିମାଡ଼ ପରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ସହ ବ୍ରହ୍ମପୁର ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ରହ୍ମପୁର ଏସ୍ପି ଦାୟିତ୍ଵରେ ଥିବା ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ର କହିଛନ୍ତି, "ଆମକୁ କିଛି ପ୍ରମାଣ ମିଳିଛି । ମିଳିଥିବା CCTV ଫୁଟେଜ୍ ଆଧାରରେ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି ।"
ଏଥିସହ ପଢ଼ନ୍ତୁ: ହିଂସା ପରେ କଟକରେ ସ୍ଵାଭାବିକ ହେଉଛି ସ୍ଥିତି, ପଇଁତରା ମାରୁଛି ପୋଲିସ
ପୀତବାସଙ୍କୁ ହତ୍ୟା ପରେ ମନ୍ତ୍ରୀ ବିଭୁତି ଜେନା, ଗୋକୁଳାନନ୍ଦ ମଲ୍ଲିକଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବ୍ରହ୍ମପୁରରେ ପହଞ୍ଚିଛନ୍ତି । ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, "ହତ୍ୟା ପଛରେ ଯେତେବଡ଼ ଲୋକ, ଯିଏ ବି ଥାଉ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ତେବେ ପୀତବାସଙ୍କୁ ପଏଣ୍ଟ ବ୍ଲାଙ୍କ୍ରୁ କିଏ କଲା ଗୁଳି ? ଗୁଳିମାଡ଼, ହତ୍ୟା ପଛରେ ଅଛି କାହାର ହାତ ? କେଉଁ ଉଦ୍ଦେଶ୍ୟରେ ଗୁଳି କଲେ ଦୁର୍ବୃତ୍ତ ? ହତ୍ୟା ପଛରେ ଯୋଜନାବଦ୍ଧ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଚଳାଇଛି ।
Related Topics
Explore more stories