|
logo
Live
Argus News App
GET APP

Argus News - ୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ

Crime

Pitabas Panda Murder Mystery / ୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ

Sushanta Sahoo
Browse all articles by Sushanta Sahoo
·5 months ago·2 min read
୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ

Key Points

୧୬ ଦିନର ତନାଘନା ପରେ ୧୩ ଜଣଙ୍କୁ ବାନ୍ଧିଥିଲା ବ୍ରହ୍ମପୁର ପୋଲିସ । ଆଉ ଏବେ ହତ୍ୟା ମାମଲାର ନୂଆ ଲିଙ୍କ୍ ପୋଲିସ ହାତରେ ଲାଗିଥିବା ଜଣାପଡ଼ିଛି । ଯାହାକୁ ନେଇ ପୋଲିସ ୫ ଜଣଙ୍କୁ ଉଠାଇ ନେବା ସହ ଅଜ୍ଞାତ ସ୍ଥାନରେ ଜେରା କରୁଛି ।
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟା ମାମଲାର ନୂଆ ଲିଙ୍କ୍ । ୧୬ ଦିନର ତନାଘନା ପରେ ୧୩ ଜଣଙ୍କୁ ବାନ୍ଧିଥିଲା ବ୍ରହ୍ମପୁର ପୋଲିସ । ଆଉ ଏବେ ହତ୍ୟା ମାମଲାର ନୂଆ ଲିଙ୍କ୍ ପୋଲିସ ହାତରେ ଲାଗିଥିବା ଜଣାପଡ଼ିଛି । ଯାହାକୁ ନେଇ ପୋଲିସ ୫ ଜଣଙ୍କୁ ଉଠାଇ ନେବା ସହ ଅଜ୍ଞାତ ସ୍ଥାନରେ ଜେରା କରୁଛି ।

ମିଳିଥିବା ସୂଚନା ଅନୁସାରେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ଆଉ ୫ ଜଣଙ୍କୁ ଜେରା କରୁଛି । ପୋଲିସ ଜେରା କରୁଥିବା ୫ ଜଣଙ୍କ ମଧ୍ୟରେ ଜଣେ ଆଇନଜୀବୀ ମଧ୍ୟ ରହିଥିବା ସୂଚନା ରହିଛି । ସ୍ଥାନୀୟ ଦୁଇ କର୍ପୋରେଟରଙ୍କ ସହ ଜଣେ ବ୍ୟବସାୟୀ, ଜଣେ ଆଇନଜୀବୀ ଓ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ପଚରାଉଚରା କରୁଛି ।

ଏଥିସହ ପଢ଼ନ୍ତୁ: ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି

ପୋଲିସ ପଚରାଉଚରା କରୁଥିବା ବ୍ୟବସାୟୀ ଜଣଙ୍କ ହେଲେ ସୁଦର୍ଶନ ଜେନା । ସୁଦର୍ଶନ ପୂର୍ବରୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ପଚରାଉଚରା ପରେ ସୁଦର୍ଶନଙ୍କୁ ଛାଡ଼ି ଦେଇଥିଲା ପୋଲିସ । ଏବେ ପୁଣି ଥରେ ପୋଲିସ ସୁଦର୍ଶନଙ୍କ ସହ ଆଉ ୪ ଜଣଙ୍କୁ ଜେରା କରୁଛି ।

ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀ ଏବେ ବି ପୋଲିସ ହାତରେ ଧରାପଡ଼ି ନାହାନ୍ତି । ଉଭୟଙ୍କୁ ଧରିବା ଲାଗି ବ୍ରହ୍ମପୁର ପୋଲିସ ଗଠନ କରିଛି ଦୁଇଟି ସ୍ଵତନ୍ତ୍ର ଟିମ୍ । ଗଠିତ ୨ଟି ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ାଉ କରି ଫେରାର କୁରୁପତି ଓ ଉମାଙ୍କୁ କାବୁ କରିବାକୁ ଉଦ୍ୟମ କରୁଛି ।

ସେପଟେ ହତ୍ୟାର ଷଡ଼ଯନ୍ତ୍ରକାରୀ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓ ଓରଫ ପିଣ୍ଟୁ ଦାଶଙ୍କୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ମଣ୍ଡଳ କାରାଗାରରେ ପହଞ୍ଚିଛନ୍ତି ପିଣ୍ଟୁ ଦାଶ । ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଗୁମର ଖୋଲିଲା ପୋଲିସ; ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା, ଦୁଇଥର ହୋଇଥିଲା ପ୍ଲାନ୍

ପୀତବାସ ପଣ୍ଡା ହତ୍ୟା ମାମଲା ଲଢ଼ିବା ପାଇଁ ଦୁଇ ସ୍ଵତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି ଚିଠି ଲେଖିଛନ୍ତି । ହାଇକୋର୍ଟର ଦୁଇ ଓକିଲଙ୍କୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ CB- CID ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସ୍‌ପି ।

ସିବିଆଇର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା କାଳୀ ଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ସ୍ବତନ୍ତ୍ର ପିପି ଭାବେ ନିୟୋଜିତ କରିବାକୁ ଚିଠି ଲେଖିଛନ୍ତି ଏସ୍‌ପି । କାଳୀ ଚରଣ ମିଶ୍ରଙ୍କ ଓଡ଼ିଶାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲା ପରିଚାଳନାର ଦକ୍ଷତା ରହିଛି । ସେହିପରି ଅବିନାଶ ପାଢ଼ୀ ବି ବହୁ ଅପରାଧିକ ମାମଲା ପରିଚାଳନା କରିଛନ୍ତି । ତେଣୁ ଏହି ଦୁଇ ଅଭିଜ୍ଞ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Mystery: ୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ | Argus News