Videos
|
Crime

Murder Case / ପୁଣି ରାଜଧାନୀରେ ହତ୍ୟାକାଣ୍ଡ; ଘରୋଇ କଳିରୁ ହୋଇଛି ଭୟଙ୍କର ହତ୍ୟା

Rashmita Mishra
Browse all articles by Rashmita Mishra
·1 hour ago·2 min read
ପୁଣି ରାଜଧାନୀରେ ହତ୍ୟାକାଣ୍ଡ; ଘରୋଇ କଳିରୁ ହୋଇଛି ଭୟଙ୍କର ହତ୍ୟା
Murder Case

Key Points

ପୁଣି ରାଜଧାନୀରେ ହତ୍ୟାକାଣ୍ଡ
ଘରୋଇ କଳିରୁ ହୋଇଛି ଭୟଙ୍କର ହତ୍ୟା
ମଞ୍ଚେଶ୍ବର ଥାନା ଚକେଇସିଆଣି ଅଞ୍ଚଳର ଘଟଣା
ବାପାକୁ ପଥରରେ ଛେଚି ପୁଅ ହତ୍ୟା କରିଥିବା ସୂଚନା

ଯେଉଁ ହାତ ପୁଅକୁ ଧରି ଚାଲିବା ଶିଖାଇଥିଲା, ସେହି ବାପାଙ୍କ ଜୀବନ ନେଇଗଲା ନିଜ ଜନ୍ମଦାତା ପୁଅ । ଘରୋଇ କଳି ନେଲା ଉଗ୍ର ରୂପ, ଆଉ ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଅଞ୍ଚଳରେ ବାପାଙ୍କୁ ପଥରରେ ଛେଚି ହତ୍ୟା କରିଛି ପୁଅ । ଏହି ଲୋମହର୍ଷକ ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଘରୋଇ କଳିର କରୁଣ ପରିଣତି, ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ । ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ଘରୋଇ କଳିରୁ ଘଟିଛି ଏକ ଲୋମହର୍ଷକ ହତ୍ୟାକାଣ୍ଡ । ଜନ୍ମଦାତା ବାପାଙ୍କୁ ପଥରରେ ଛେଚି ହତ୍ୟା କରିଛି ପୁଅ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ବାପା ଓ ପୁଅଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିଭିନ୍ନ କାରଣକୁ ନେଇ ଝଗଡ଼ା ଲାଗି ରହୁଥିଲା । ଘଟଣାଦିନ ଏହି ବିବାଦ ଉଗ୍ର ରୂପ ନେଇଥିଲା । ରାଗରେ ନିୟନ୍ତ୍ରଣ ହରାଇ ପୁଅ ଏକ ପଥରରେ ବାପାଙ୍କୁ ବାରମ୍ବାର ଆଘାତ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୀର୍ଘଦିନର ପାରିବାରିକ ବିବାଦ ହିଁ ହତ୍ୟାର ପ୍ରମୁଖ କାରଣ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଘଟଣା ପଛରେ ଆଉ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: