Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime News / ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Rashmita Mishra
Browse all articles by Rashmita Mishra
·6 months ago·2 min read
ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
Crime News

Key Points

ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ।
ମୁଖ୍ୟ ଅଭିଯୁକ୍ତ ବବୁଲ ଦାସ ଗିରଫ । 

ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ବବୁଲ ଦାସର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଏହାସହ ସ୍ଥାନୀୟ ଅଞ୍ଚଳରେ ନିଶା ବେପାରୀଙ୍କ ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ । ମୁଖ୍ୟ ଅଭିଯୁକ୍ତ ବବୁଲ ଦାସକୁ ଜଗତସିଂହପୁରରୁ ଗିରଫ କରିଥିଲେ ମଧ୍ୟ ଏବେ ବି ଚାନ୍ଦବାଲିରେ ଉତ୍ତେଜନା ଲାଗି ରହିଛି ।

ଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଭିଯୋଗ ହୋଇଛି ଯେ, ଦୁଷ୍କର୍ମ ହୋଇଥିବା ସ୍ଥାନରେ ବ୍ୟାପକ ନିଶା କାରବାର ହେଉଥିଲା, ନିଶାଡ଼ି ମାନେ ସେଠାରେ ଆଡ୍ଡା ଜମାଉଥିଲେ । ସେହି ସ୍ଥାନକୁ ଉଚ୍ଛେଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଦଶମ ଛାତ୍ରଙ୍କୁ ସୁପାରୀ ଦେଲେ ହେଡ୍‌ମାଷ୍ଟର, ସପ୍ତମ ଶ୍ରେଣୀ ଛାତ୍ରଙ୍କ ପିଠି ଫଟେଇଦିଅ ! 

ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଗତକାଲି ଏକ ଲଜ୍ଜାକର ଘଟଣା ଘଟିଛି । ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ତାକୁ ପାଇ ନଥିଲେ । ତେବେ ଛାତ୍ରୀଙ୍କର ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଲୋକେ ଦେଖିଥିଲେ । ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ବାଲିଗାଁଠାରେ ଅବରୋଧ କରି ରଖିଥିଲେ । ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ଅଟକି ରହିଛି । ଖବର ପାଇ ଧାମନଗର ଏସ୍‌ଡିପିଓ ତ୍ରିଲୋଚନ ସେଠୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି । ଭଦ୍ରକ ଏସ୍‌ପି ମନୋଜ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ ଅପରାଧ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime News | Chandbali Minor Rape and Murder Case | Main Accused Arrested by Police | Argus News