Videos
|
Crime

Child Murder Case / ଶିଶୁକୁ କଚାଡ଼ି ହତ୍ୟା: ୪୦ ଦିନରେ ଆସିଲା ବଡ଼ ରାୟ ଶିଶୁ ହତ୍ୟାକାରୀକୁ ଫାଶୀ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ଶିଶୁକୁ କଚାଡ଼ି ହତ୍ୟା: ୪୦ ଦିନରେ ଆସିଲା ବଡ଼ ରାୟ ଶିଶୁ ହତ୍ୟାକାରୀକୁ ଫାଶୀ
Child Murder Case

Key Points

ଦେଢ଼ ବର୍ଷର ଶିଶୁକୁ କଚାଡ଼ି ହତ୍ୟା ଦୋଷୀକୁ ଫାଶୀ ଦଣ୍ଡ ।
ମା’ କୋଳରୁ ଛଡ଼ାଇ ଶିଶୁକୁ ମାରିଲା ଏବେ ଫାଶୀ ଖୁଣ୍ଟରେ ଝୁଲିବ ।
ବୀଭତ୍ସ ହତ୍ୟାରେ କଠୋର ରାୟ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ।
୪୦ ଦିନରେ ଆସିଲା ବଡ଼ ରାୟ ଶିଶୁ ହତ୍ୟାକାରୀକୁ ଫାଶୀ 

ଦେଢ଼ ବର୍ଷର ଶିଶୁକୁ ମା' କୋଳରୁ ଛଡ଼େଇ ତଳେ କଚାଡ଼ି ମାରିଥିଲା... କୋର୍ଟରେ ଜଜ୍‌ ଏମିତି ଦୃଶ୍ୟକୁ ଦେଖି ସହି ପାରିଲେ ନାହିଁ । ଦୋଷୀକୁ ଶୁଣାଇଲେ ଫାଶୀ ଦଣ୍ଡାଦେଶ । ଛୁଆକୁ କଚାଡ଼ି ମାରିଥିଲା ଏବେ ଫାଶୀ ଖୁଣ୍ଟରେ ଝୁଲିବ । ନିଜେ କୋର୍ଟ ବି ଏ ଭଳି ଦୃଶ୍ୟକୁ ଦେଖି ସହି ପାରି ନଥିଲେ । ଜର୍ଜଙ୍କର ମଧ୍ୟ ଲୋମ ଟାଙ୍କୁରୀ ଉଠିଥିବ ଏଭଳି ଦୃଶ୍ୟକୁ ଦେଖିଲା ପରେ ।

କାରଣ ସେ ଦୃଶ୍ୟ ଥିଲା ସବୁଠାରୁ ବୀଭତ୍ସ, ଯନ୍ତ୍ରଣା ଦାୟକ ଏବଂ ଅମାନୁଷିକ । ଯାହାପରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦେଇଛନ୍ତି ମୃତ୍ୟୁ ଦଣ୍ଡ । ୪୦ ଦିନ ପୂର୍ବରୁ ଏମିତି କିଛି ଘଟଣା ଘଟିଥିଲ ଯାହା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଗୋଟିଏ ମା' କୋଳରୁ ତା ଦେଢ଼ ବର୍ଷାର ଛୁଆକୁ ଛଡ଼ାଇ ନେଇ ସିମେଣ୍ଡର ରାସ୍ତା ଉପରେ କଚାଡ଼ି କଚାଡ଼ି ମାରି ଦେଇଥିଲା ଅଭିଯୁକ୍ତ । ସିସିଟିଭିରେ କଏଦ ହୋଇଥିଲା ଏଭଳି ବୀଭତ୍ସ ହତ୍ୟା । ଯାହାପରେ ଫିରୋଜାବାଦ କୋର୍ଟ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

ପିଶାଚ ଜିତେନ୍ଦ୍ର ପାଠକ... ଯିଏ ସେଦିନ ଦେଢ଼ ବର୍ଷର କୁନି ଛୁଆଟିକୁ ରାସ୍ତା ଉପରେ ପିଟି ପିଟି ମାରି ଦେଇଥିଲା । ଚାଳିଶ ଦିନ ପରେ ମାନେ ଶୁକ୍ରବାର ଦିନ ଫିରୋଜାବାଦର ଏକ ଅଦାଲତ ଜିତେନ୍ଦ୍ର ପାଠକ ଓରଫ୍ ବିରାଜ ନାମକ ଜଣେ ୨୮ ବର୍ଷୀୟ ବ୍ୟବସାୟୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଫିରୋଜାବାଦର ଜିଲ୍ଲା ସରକାରୀ ଓକିଲ ରାଜୀବ କୁମାର ଉପାଧ୍ୟାୟ କହିଛନ୍ତି, "ଅଦାଲତ ଏହି ମାମଲାକୁ 'ବିରଳରୁ ଅତି ବିରଳ' ଶ୍ରେଣୀର ବୋଲି ବିଚାର କରିଛନ୍ତି ଏବଂ ପାଠକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ।" ବିଚାର ପ୍ରକ୍ରିୟା ସମୟରେ, ଅଭିଯୋଗପକ୍ଷ ସେହି ଘଟଣାର ସିସିଟିଭି (CCTV) ଫୁଟେଜ୍‌କୁ ପ୍ରମାଣ ସ୍ୱରୂପ ଦାଖଲ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଯଦି ଦେଖିବା ଏହି ହତ୍ୟା ଏକ ତରଫା ପ୍ରେମକୁ ନେଇ ହୋଇଥିଲା । ମହିଳା ଜଣକ ତାଙ୍କ ଶାଶୁଘରୁ ନିର୍ଯ୍ୟାତନା ପାଇ ଆସି ଅନ୍ୟତ୍ର ରହୁଥିଲେ । ଯେଉଁଠାରେ ମହିଳାଙ୍କ ସ୍ବାମୀଙ୍କ ସାଙ୍ଗ ଜିତେନ୍ଦ୍ର ଆସି ସବୁବେଳେ ଦେଖାସାକ୍ଷାତ କରନ୍ତି । ଆଉ ଏମିତି ଦେଖାସାକ୍ଷାତରୁ ମହିଳାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲା ଅଭିଯୁକ୍ତ ଜିତେନ୍ଦ୍ର ।

କିନ୍ତୁ ମହିଳା ଜଣକ କହିଥିଲେ କି ମୋର ଦେଢ଼ ବର୍ଷର ଛୁଆ ଅଛି ମୁଁ ତୁମକୁ ବିବାହ କରିପାରିବି ନାହିଁ । ଏକଥା ଶୁଣିଲା ପରେ ବାହାନା କରି ଛୁଆକୁ ସାଙ୍ଗରେ ନେଇ ଆସିଲା ଏହି ପିଶାଚ । ଆଉ ରାସ୍ତା ଉପରେ କଚାଡ଼ି କାଚାଡ଼ି ମାରିଦେଲା । ଏହାପରେ ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ କରିଥିଲା ଏନ୍‌କାଉଣ୍ଟର ।








Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Child Murder Case | Child Murder Case: Killer Sentenced to Death in 40 Days | Argus News