Choudwar Jail / ଚୌଦ୍ଵାର ଜେଲରୁ ଫେରାର ୯ କଏଦୀ, ପୋଲିସ କହୁଛି...
·4 months ago·2 min read

Key Points
25 ବର୍ଷ ହେଲା 9 କଏଦୀ ଫେରାର
ଚୌଦ୍ଵାର ଜେଲରୁ ପାରୋଲରେ ଯାଇ 25 ବର୍ଷ ହେଲା ଫେରିନାହାନ୍ତି କଏଦୀ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୫ ବର୍ଷ ହେଲା ଫେରାର କଏଦୀ।ଚୌଦ୍ଵାର ଜେଲରୁ ୯ କଏଦୀ ୨୫ ବର୍ଷ ହେବ ପାରୋଲ୍ରେ ଯାଇ ଆଉ ଫେରିନାହାନ୍ତି । ଚୌଦ୍ୱାର ଜେଲରେ ସଜା କାଟୁଥିବା କଏଦୀ ସ୍ଵତନ୍ତ୍ର ଅନୁମତି ବା ପାରୋଲ୍ ରେ ସାମୟିକ ଭାବେ ମୁକୁଳି ଘରକୁ ଗଲେ । ମାତ୍ର ନିର୍ଦ୍ଧାରିତ ସମୟ ପରେ ଆଉ ଜେଲକୁ ଫେରିଲେନି I ମାସେ କି ଦୁଇ ମାସ ନୁହେଁ ବର୍ଷେ କି ଦୁଇ ବର୍ଷ ନୁହେଁ, ଗଲା ୨୫ ବର୍ଷ ଧରି ଆଉ ଫେରି ନାହାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୯ ଜଣ କଏଦୀ ଫେରିନଥିବା ବେଳେ ଜେଲ କର୍ତ୍ତୃପକ୍ଷ କେବଳ ସେମାନଙ୍କ ନାଁରେ ଥାନାକୁ ଜଣାଇ ଚୁପ୍ ହୋଇ ବସିଛନ୍ତି ।
ସେମାନେ ଜେଲରେ ଥିଲେ, ସେମାନଙ୍କ ଭିତରୁ କିଛି ଜଣଙ୍କ ଅବଧି ସରି ଯାଇଥାନ୍ତା । ହେଲେ ଏବେ ଯେଉଁମାନେ ଯାଇଛନ୍ତି ସେମାନଙ୍କ ଭିତରୁ ସମସ୍ତେ ଜୀବିତ ଥିବା କଥା ମଧ୍ୟ କହିହେଉନାହିଁ ।ମାତ୍ର ପୋଲିସ କିମ୍ବା ଜେଲ କର୍ତୃପକ୍ଷ କାହିଁକି ଏତେ ଦରଦ ଦେଖାଇଲେ ନାଁ କାମରେ ଖିଲାପ କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗତ ୨୭ତାରିଖରେ ଏ ନେଇ ଜେଲ ପକ୍ଷରୁ ଚୌଦ୍ଵାର ଥାନାରେ ଏତଲା ଦେଲା ପରେ ଘଟଣା ପଦାକୁ ଆସିଛି । ୧୯୯୯ ମସିହାରୁ ଆଜି ଯାଏଁ ୯ଜଣ ଯାଇଥିଲେ ମଧ୍ୟ ସେମାନଙ୍କୁ ଧରି ଜେଲକୁ ଫେରାଇ ଆଣିବା ଦାୟିତ୍ଵ ପୋଲିସର ଥିବା ବେଳେ ସେ ସମୟରେ ମଧ୍ୟ କଏଦୀ ମାନଙ୍କ ଅଞ୍ଚଳର ଥାନାକୁ ଲିଖିତ ଭାବେ ଏତଲା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ବର୍ଷ ୨୦୨୫: ଶେଷ ଦିନରେ ବଦଳିବ ଭାଗ୍ୟ
ସେମାନେ କାହିଁକି ଧରିବାରେ ସଫଳ ହୋଇ ନାହାନ୍ତି ତାହା ପୋଲିସ କହି ପାରିବ ବୋଲି କହିଛନ୍ତି ଜେଲ୍ ଡିଆଇଜି ଅନୁସୟା ଜେନା । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।ବର୍ତ୍ତମାନ ସବୁ କଏଦୀ ଜିବିତ ଅଛନ୍ତି କି ନାଇଁ ଯଦି ଜିବିତ ଅଛନ୍ତି, ତେବେ କେଉଁଠି ଅଛନ୍ତି, କଣ କରୁଛନ୍ତି ପୋଲିସ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରୁଛି।
ଅଧିକ ପଢ଼ନ୍ତୁ ଅପରାଧ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories