Cyber Crime / 'ପ୍ରେଗନାଣ୍ଟ ଜବ୍' ଲୋଭରେ ୧୧ ଲକ୍ଷ ହରାଇଲେ ଠିକାଦାର
·10 months ago·2 min read

Key Points
ଗର୍ଭବତୀ କଲେ ୨୫ ଲକ୍ଷ ଦେବାର ବିଜ୍ଞାପନ ଛାପିଥିଲେ ମହିଳା
ବିଜ୍ଞାପନ ଦେଖି ଆଗ୍ରହୀ ହୋଇଥିଲେ ଠିକାଦାର
ହେଲେ ୨୫ ଲକ୍ଷ ଲୋଭରେ ହରାଇଲେ ୧୧ ଲକ୍ଷ
ବିଜ୍ଞାପନ ଦେଖି ଆଗ୍ରହୀ ହୋଇଥିଲେ ଠିକାଦାର
ହେଲେ ୨୫ ଲକ୍ଷ ଲୋଭରେ ହରାଇଲେ ୧୧ ଲକ୍ଷ
'ପ୍ରେଗନାଣ୍ଟ ଜବ୍' ଅଫରରେ ୧୧ ଲକ୍ଷ ହରାଇଲେ ଠିକାଦାର । ଏକ ବିଜ୍ଞାପନରେ ଜଣେ ମହିଳାଙ୍କୁ ଗର୍ଭବତୀ କଲେ ୨୫ ଲକ୍ଷ ଟଙ୍କା ଦିଆଯିବା ବୋଲି ପ୍ରକାଶ ପାଇଥିଲା । ସେହି ବିଜ୍ଞାପନକୁ ଦେଖି ଜଣେ ଠିକାଦାର ୨୫ ଲକ୍ଷ ଲୋଭରେ ୧୧ ଲକ୍ଷ ହରାଇଛନ୍ତି । ଏପରି ଏକ ଘଟଣା ପୁନେରେ ଦେଖିବାକୁ ମିଳିଛି ।
ଗତ କିଛିଦିନ ତଳେ ପୁନେର ଜଣେ ଠିକାଦାରଙ୍କ ପାଖକୁ ଏକ ବିଜ୍ଞାପନର ଭିଡିଓ ଆସିଥିଲା । ଯେଉଁଥିରେ ମହିଳା ଜଣକ କହିଥିଲେ, "ସେ ଏକ ଏପରି ଲୋକକୁ ଚାହୁଁଛନ୍ତି, ଯିଏ ତାଙ୍କୁ ମାଆ କରାଇପାରିବ । ସେ କେଉଁ ଜାତିର, କେଉଁ ଧର୍ମର, କେଉଁ ରଙ୍ଗର ତାହା ତାଙ୍କୁ ଫରକ ପଡେନି ।" ଏପରି ଭିଡିଓ ଦେଖିବା ପରେ ଠିକାଦାର ବିଜ୍ଞାପନରେ ଦିଆଯାଇଥିବା ନମ୍ବରରେ ଫୋନ କରିଥିଲେ । ସେପଟୁ ଜଣେ ବ୍ୟକ୍ତି ଫୋନ ଉଠାଇବା ସହ ନିଜକୁ ବିଜ୍ଞାପନର ସହାୟକ ବୋଲି କହିଥିଲେ । ଏଥିସହ ସେହି ଠିକାଦାରଙ୍କୁ କହିଥିଲେ, ଯଦି ସେହି ମହିଳାଙ୍କ ସହ ସେ ରହିବାକୁ ଚାହାନ୍ତି, ତେବେ ତାଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ ।
ଅଧିକ ପଢନ୍ତୁ : ମାଆର ପ୍ରେମ ସମ୍ପର୍କକୁ ପୁଅର ବିରୋଧ, ହାତୁଡିରେ ପିଟି ପୁଅକୁ ହତ୍ୟାକଲା ମାଆର ପ୍ରେମିକ
ଏହାପରେ ପରେ ଲଗାତାର ସେହି ବ୍ୟକ୍ତି ଜଣକ ଠିକାଦାରଙ୍କ ପାଖରୁ ପରିଚୟ ପତ୍ର ପାଇଁ ଟଙ୍କା, ରେଜିଷ୍ଟ୍ରେସନ ପାଇଁ ଟଙ୍କା, ଭେରିଫିକେସନ, ଜିଏସଟି ପାଇଁ ଅଲଗା ଅଲଗା ଟଙ୍କା ଆଦାୟ କରିଥିଲେ । ଏମିତି ଅନେକ ଦିନ କରିବା ପରେ ପାଖାପାଖି ୧୧ ଲକ୍ଷ ଟଙ୍କା ସେହି ବ୍ୟକ୍ତିଙ୍କୁ ଦେଇଥିଲେ ଠିକାଦାର । ସନ୍ଦେହ ଆସିବା ପରେ ଯେତେବେଳେ ଠିକାଦାର ଜଣକ ସେହି ବ୍ୟକ୍ତିଙ୍କୁ କିଛି ପଚାରିବା ଆରମ୍ଭ କରିଥିଲେ, ସେତେବେଳେ ସେ ଠିକାଦାରଙ୍କ ନମ୍ବର ବ୍ଲକ କରିଦେଲେ । ଏହାପରେ ଠିକାଦାର ଜାଣିପାରିଥିଲେ ସେ ସାଇବର ଠକଙ୍କ ହାବୁଡରେ ପଡିଛନ୍ତି । ଏହପରେ ତୁରନ୍ତ ପୋଲିସରେ ଏଫଆଇଆର ଦେଇଥିଲେ ଠିକାଦାର । ଯାହାକୁ ନେଇ ଘଟଣାର ତଦନ୍ତ କରୁଛି ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ସାଇବର ଠକ ଗ୍ୟାଙ୍ଗ ୨୦୨୨ରୁ ଭାରତର ବିଭିନ୍ନ ସ୍ଥାନରେ ଏପରି ପ୍ରେଗନାଣ୍ଟ ଜବ ସର୍ଭିସ ଭଳି ସଂସ୍ଥା ଆରମ୍ଭ କରିଛନ୍ତି । ଯେଉଁଥିରେ ସେ ବିଭିନ୍ନ ସ୍ଥାନରେ ବିଜ୍ଞାପନ ଛପାଇ ପୁରୁଷମାନଙ୍କୁ ଆକର୍ଷିତ କରିଥାନ୍ତି । ପୁରୁଷମାନେ ବିଜ୍ଞାପନରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ସମ୍ପର୍କ କରି ସାଇବର ଠାକଙ୍କ ଟ୍ରାପରେ ପଡିଯାଆନ୍ତି । ଯାହାଦ୍ଵାରା ସେମାନେ ଲକ୍ଷ ଲକ୍ଷ ଟଙ୍କା ହରାଇଥାନ୍ତି । ଏପରି ନେଟୱାର୍କ ଲମ୍ବିଥିବା ଅନେକ ରାଜ୍ୟରେ ଏମିତି ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ ।
Related Topics
Explore more stories