Videos
|
Crime

ଶ୍ୱଶୁର ଘରେ ୮ ଘଣ୍ଟା ପଡ଼ି ରହିଲା ବୋହୂର ମୃତ ଦେହ

Ritu Das
Browse all articles by Ritu Das
·1 year ago·1 min read
ଶ୍ୱଶୁର ଘରେ ୮ ଘଣ୍ଟା ପଡ଼ି ରହିଲା ବୋହୂର ମୃତ ଦେହ

ଛତ୍ରପୁର : ଶ୍ୱଶୁର ଘରେ ୮ ଘଣ୍ଟା ପଡ଼ି ରହିଲା ବୋହୂର ମୃତ ଦେହ। ଶାଶୁ ଶ୍ୱଶୁର ଫେରାର। ମୃତ ବଧୂଙ୍କ ବାପଘର ଲୋକ ଆଣିଲେ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠି ଗ୍ରାମରେ। ୨୦୧୯ ମସିହାରେ ଗୁରୁଣ୍ଠି ଗ୍ରାମର ନବୀନ ସାହୁଙ୍କ ପୁଅ ଭାଗ୍ୟଧର ସାହୁ ସୁବଳୟା ଗ୍ରାମର ନାରାୟଣ କୋଚିଆରୀଙ୍କ ଝିଅ ଆରତୀଙ୍କୁ ବିବାହ କରିଥିଲେ।


ମୃତ ଆରତୀଙ୍କ ବାପା ଜଣେ ଦିନ ମଜୁରିଆ ଓ ମା ବିଦ୍ୟାଳୟରେ ସହାୟିକା ଭାବେ କାମ କରନ୍ତି। ସ୍ବାମୀ ରାଜ୍ୟ ବାହାରେ ସେନାରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ମୃତ ବୋହୂର ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ ବିବାହର କିଛି ଦିନ ପରେ ଆରତୀଙ୍କ ଶାଶୁ ଶ୍ୱଶୁର ଓ ନଣଦ ଅଧିକ ଯୌତୁକ ପାଇଁ ଦାବି କରି ଝିଅକୁ ନିର୍ଯ୍ୟାତନା ଦେଉଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ରାତିରେ ହଠାତ୍ ଆରତୀଙ୍କ ମୃତ୍ୟୁ ଖବର ପାଇଁ ଆରତୀର ବାପା ନାରାୟଣ ଓ ମାଆ ସଂଯୁକ୍ତା ପହଂଚି ଆରତୀର ମର ଶରୀର ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ଖଲ୍ଲିକୋଟ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ପହଂଚି ମୃତ ଦେହ ଜବତ କରି ମାମଲା ରୁଜ୍ଜୁ କରିଛନ୍ତି।


ସେପଟେ ମୃତ ଆରତୀଙ୍କ ପରିବାର ଲୋକ ନ୍ୟାୟ ଦାବି କରି ଆରତୀଙ୍କ ଶବକୁ ଅଟକ କରି ରଖିଥିଲେ। ଏହି ବିବାଦ ଭିତରେ ୮ ଘଣ୍ଟା ଧରି ପଡିରହିଥିଲା ଆରତୀଙ୍କ ମୃତଦେହ। ଦୀର୍ଘ ସମୟ ଧରି ପୋଲିସ ବୁଝାସୁଝା କରିବା ପରେ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଏମକେସିଜିକୁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

Daughter-in-law's body lying in in-laws' house for 8 hours | Argus News