Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ଜୀବନ ହାରିଲେ ନାବାଳକ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜୀବନ ହାରିଲେ ନାବାଳକ

କଟକ: ଡିଜେଲ ଢାଳି ନିଜକୁ ଜାଳି ଦେଲା ନାବାଳକ। ଘର ଭିତରେ ଦେହରେ ନିଆଁ ଲଗାଇ ଜୀବନ ହାରିଲେ। କଟକ ପୁରୀଘାଟ ଥାନା ମଠ ସାହିରେ ଜଣେ ନାବାଳକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଘଟଣା। ଅର୍ଦ୍ଧଦଗ୍ଧ ମୃତ ଦେହକୁ ଉଦ୍ଧାର କରି ଏସସିବି ପଠାଇଛି ପୁରିଘାଟ ପୋଲିସ।


ମୃତକ ପଶ୍ଚିମ ବଙ୍ଗ ଅଞ୍ଚଳର ଅଙ୍କନ ଦତ୍ତ ବୋଲି ଜଣା ପଡିଛି। ସେ କଟକର ମଠସାହି ଗୋପାଳଜିଉ ଲେନରେ ଭଡ଼ା ଘରେ ରହି ଯୁକ୍ତ ଦୁଇ ପଢୁଥିଲେ। ତେବେ ସେ କାହିଁକି ଜୀବନ ହାରିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁରୀଘାଟ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୃତକ ଜୀବନ ହାରିବା ପୂର୍ବରୁ ସେହି ବିଲ୍ଡିଂ ର ସବୁ ଘରେ ତାଲା ପକାଇ ଦେଇଥିଲେ ବୋଲି ପଡୋଶୀ କହିଛନ୍ତି। ନାବାଳକ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗେଇ ଜୀବନ ହାରିବା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।


ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା। ପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ସେପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଙ୍କନଙ୍କ ମାଆ।

Sponsored
Dead body of a minor recovered in Cuttack | Argus News