Videos
|
Crime

Blue Drum Murder / ଏକତରଫା ପ୍ରେମରୁ ଯୁବତୀଙ୍କ ହାତଗୋଡ଼ ବାନ୍ଧି ନୀଳ ଡ୍ରମରେ ପାଣି ଭରି ଫିଙ୍ଗିଦେଲା

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଏକତରଫା ପ୍ରେମରୁ ଯୁବତୀଙ୍କ ହାତଗୋଡ଼ ବାନ୍ଧି ନୀଳ ଡ୍ରମରେ ପାଣି ଭରି ଫିଙ୍ଗିଦେଲା

Key Points

ବର୍ଷକ ମଧ୍ୟରେ ନୀଳ ଡ୍ରମରେ ଦୁଇଟି ଦୁଇଟି ବଡ଼ ହତ୍ୟାକାଣ୍ଡ ପରେ ପୁଣି ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶରେ ଏକ ନୀଳ ଡ୍ରମରୁ ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ମିଳିଛି । ମହିଳାଙ୍କ ହାତଗୋଡ଼କୁ ବାନ୍ଧି ଦିଆଯାଇଥିବା ବେଳେ ସେ ଗରବା ଡ୍ରେସ୍ ପିନ୍ଧିଛନ୍ତି ।

ଭୋପାଳ: ନୀଳ ଡ୍ରମ୍‌କୁ ନେଇ ପୁଣି ଚର୍ଚ୍ଚା । ବର୍ଷକ ମଧ୍ୟରେ ନୀଳ ଡ୍ରମରେ ଦୁଇଟି ଦୁଇଟି ବଡ଼ ହତ୍ୟାକାଣ୍ଡ ପରେ ପୁଣି ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶରେ ଏକ ନୀଳ ଡ୍ରମରୁ ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ମିଳିଛି । ମହିଳାଙ୍କ ହାତଗୋଡ଼କୁ ବାନ୍ଧି ଦିଆଯାଇଥିବା ବେଳେ ସେ ଗରବା ଡ୍ରେସ୍ ପିନ୍ଧିଛନ୍ତି ।


ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାର ଅଭିଯୁକ୍ତଙ୍କ ଘରୁ ମିଳିଛି ନୀଳ ଡ୍ରମ । କୁହାଯାଉଛି, ଯୁବତୀ ଜଣଙ୍କୁ ଏକତରଫା ଭଲ ପାଉଥିବା ଯୁବକ ନୀଳ ଡ୍ରମରେ ଭର୍ତ୍ତି କରି ପାଣି ଭରି ଦେଇଥିଲେ । ଅଭିଯୁକ୍ତ ମନୁ ଯେତେବେଳେ ଜାଣିଲେ, ଯୁବତୀ ଆଉ କାହା ସହ ସମ୍ପର୍କରେ ଅଛନ୍ତି । ସେ ତାଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ।


ଏଥିସହ ପଢ଼ନ୍ତୁ: ମୁମ୍ବାଇ ୨୬/୧୧ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ, ଏବେ ଗଞ୍ଜେଇ ଚୋରା ଚାଲାଣର କିଙ୍ଗପିନ୍; ରହିଛି ଓଡ଼ିଶା ଲିଙ୍କ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମିଳିଥିବା ସୂଚନା ଅନୁସାରେ, ମୃତକ ହେଉଛନ୍ତି ୨୨ ବର୍ଷୀୟ ଲକ୍ଷିତା ଚୌଧୁରୀ । ତାଙ୍କୁ ସୋମବାର ହତ୍ୟା କରାଯାଇଛି । ଲକ୍ଷିତା ନିଖୋଜ ନେଇ ତିନିଦିନ ତଳେ ପରିବାର ଲୋକେ ଏତଲା ଦେଇଥିଲେ । ସୋମବାର କଲେଜ ଯାଇ ଘରକୁ ଫେରି ନଥିଲେ ଲକ୍ଷିତା । ଏହା ପରେ ଘର ଲୋକ ପୋଲିସରେ ଏତଲା ଦେଇଥିଲେ ।


ସୋମବାର ଲକ୍ଷିତାଙ୍କୁ ନୀଳ ଡ୍ରମ୍‌ରେ ଭର୍ତ୍ତି କରି ଭୈଶାଳୀ ଆଭେନ୍ୟୁ କଲୋନି ସ୍ଥିତ ଘରେ ରଖିଥିଲେ ଅଭିଯୁକ୍ତ ମନୁ । ମୃତଦେହ ଷଢ଼ିବା ଆରମ୍ଭ ହେବାରୁ ଦୁର୍ଗନ୍ଧ ହୋଇଥିଲା । ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ପହଞ୍ଚିଥିଲା । ଆଉ ନୀଳ ଡ୍ରମରୁ ବେଡସିଟ୍ ବନ୍ଧା ଅବସ୍ଥାରେ ମିଳିଥିଲା ଲକ୍ଷିତାଙ୍କ ଗଳିତ ମୃତଦେହ ।


ହତ୍ୟା ନେଇ ମନୁ ପୋଲିସକୁ କହିଛନ୍ତି, ଲକ୍ଷିତା ଆଉ କାହା ସହ ସମ୍ପର୍କରେ ଥିବା ଜାଣିବା ପରେ ସେ ରାଗି ଯାଇଥିଲେ । ସୋମବାର ଲକ୍ଷିତାଙ୍କୁ ତାଙ୍କ ଘରକୁ ଡାକି ହାତଗୋଡ଼ ବେଡସିଟ୍‌ରେ ବାନ୍ଧି ନୀଳ ଡ୍ରମରେ ଭର୍ତ୍ତି କରି ପାଣି ଫୁଲ୍ କରିଥିଲେ । ଆଉ ସେହି ଡ୍ରମକୁ ଘରେ ଛାଡ଼ି ପଳାଇଥିଲେ ।


ନୂଆ ନୁହେଁ ନୀଳ ଡ୍ରମ୍ ହତ୍ୟା


ତେବେ ନୀଳ ଡ୍ରମ୍ ବା ବ୍ଲୁ ଡ୍ରମ୍ ହତ୍ୟା ନୂଆ ନୁହେଁ । ଏହା ପୂର୍ବରୁ ଗତ ମାର୍ଚ୍ଚ ଓ ଅଗଷ୍ଟରେ ନୀଳ ଡ୍ରମ୍‌ରେ ହତ୍ୟା ଚର୍ଚ୍ଚାକୁ ଆସିଥିଲା । ମୀରଟରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ଵାମୀକୁ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସିମେଣ୍ଟ ସହ ଡ୍ରମରେ ଭର୍ତ୍ତି କରିଥିଲେ ।


ଏଥିସହ ପଢ଼ନ୍ତୁ: ପ୍ରଥମେ ୧୨ ବର୍ଷର ଝିଅକୁ ମାରିଦେଲା ମାଆ, ପରେ ହାରିଦେଲେ ନିଜ ଜୀବନ


ସେହିଭଳି ରାଜସ୍ଥାନର ଅଲୱାରରେ ଦେଖିବାକୁ ମିଳିଥିଲା ସମାନ ଘଟଣା । ପ୍ରେମିକ ସହ ମିଶି ପତ୍ନୀ, ସ୍ଵାମୀଙ୍କୁ ହତ୍ୟା କରିଥିଲା । ଆଉ ରହୁଥିବା ଭଡ଼ା ଘରର ପ୍ରଥମ ମହଲାରେ ନୀଳ ଡ୍ରମରେ ରଖି ଦେଇଥିଲେ ସ୍ଵାମୀଙ୍କ ମୃତଦେହ । ସେତେବେଳେ ନୀଳଡ୍ରମରୁ ପୁରୁଷଙ୍କ ମୃତଦେହ ମିଳିଥିବା ବେଳେ ଏବେ ଯୁବତୀଙ୍କ ଗଳିତ ଶବ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Related Topics

Explore more stories