Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime Against Women / ପୁଅ ଆଶାରେ ସ୍ତ୍ରୀକୁ ନିର୍ଯାତନା; ଶେଷରେ ୫ ଝିଅ ସହ ଘରୁ ବାହାର କରିଦେଲା...

Sushanta Sahoo
Browse all articles by Sushanta Sahoo
·8 months ago·2 min read
ପୁଅ ଆଶାରେ ସ୍ତ୍ରୀକୁ ନିର୍ଯାତନା; ଶେଷରେ ୫ ଝିଅ ସହ ଘରୁ ବାହାର କରିଦେଲା...

Key Points

ପୁଅ ଆଶାରେ ପାଞ୍ଚ ପାଞ୍ଚଟି କନ୍ୟା ରତ୍ନ ଜନ୍ମ ପରେ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ଵାମୀ । ମାଡ଼ ମାରି ମନ ବୁଝିଲାନି । ଶେଷରେ ୫ ଝିଅ ସହ ସ୍ତ୍ରୀକୁ ଘରୁ ତଡ଼ିଦେଲା । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ ।
ଭୁବନ (ଢେଙ୍କାନାଳ): କୋଳରେ କଅଁଳ ଛୁଆ । ଆଉ ୪ ଝିଅ ପରସ୍ପରର ହାତ ଧରି ମାଆ ମୁହଁକୁ ଚାହିଁଛନ୍ତି । ହେଲେ ମାଆ ମୁହଁରେ ଖୁସି ନାହିଁ । ଖୁସି ବି କେମିତି, କେଉଁ ଆଡ଼ୁ ଆସିବ । ୧୪ ବର୍ଷ ତଳେ ମାଆ ଯାହା ହାତ ଧରିଥିଲା । ସେ ପରା ପୁଅଟିଏ ହେଲାନି ବୋଲି ଆଜି ପର କରି ଦେଇଛି, ୫ ଝିଅ ସହ ମାଆକୁ ଘରୁ ତଡ଼ି ଦେଇଛି ।

ଆଜ୍ଞା ହଁ ପୁଅ ଆଶାରେ ପାଞ୍ଚ ପାଞ୍ଚଟି କନ୍ୟା ରତ୍ନ ଜନ୍ମ ପରେ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ଵାମୀ । ମାଡ଼ ମାରି ମନ ବୁଝିଲାନି । ଶେଷରେ ୫ ଝିଅ ସହ ସ୍ତ୍ରୀକୁ ଘରୁ ତଡ଼ିଦେଲା । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ଯେଉଁଠି ସ୍ଵାମୀର ଅକଥନୀୟ ନିର୍ଯାତନା ସହି ନ ପାରି ସ୍ତ୍ରୀ ୫ ନାବାଳିକା ଝିଅଙ୍କ ସହ ଘର ଛାଡ଼ିଛି ।

ଏଥିସହ ପଢ଼ନ୍ତୁ: ମହିଳା ଆତଙ୍କବାଦୀ ଗ୍ରୁପ ବଢ଼ାଇବାକୁ ଆତଙ୍କବାଦୀ ଡାକ୍ତର ସାହିନ୍‌ ନେଇଥିଲା ଦାୟିତ୍ୱ !

ସୂଚନା ଅନୁସାରେ, ୧୪ ବର୍ଷ ତଳେ ମୋଟଗାଁ ଥାନା ଗୁଡ଼ିଆ କାଟେଣି ଗାଁର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟଙ୍କୁ ବିବାହ କରିଥିଲେ ଭୁବନ ବ୍ଲକ ଗଡ଼ନୃସିଂହ ପଞ୍ଚାୟତର ସୁଲୋଚନା । ବିବାହକୁ ୧୪ ବର୍ଷ ବିତିଥିବା ବେଳେ ଉଭୟଙ୍କ ୫ ଝିଅ ଅଛନ୍ତି ।

ପୁଅ ଆଶାରେ ଗୋଟିଏ ପରେ ଗୋଟିଏ ଝିଅ ହେବାରୁ ସୁଲୋଚନାଙ୍କୁ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ଫଳରେ ୭ ବର୍ଷ ହେଲା ଶାଶୁଘର ଛାଡ଼ି ଭୁବନ ଥାନା ମୁରୁଗା ଗାଁରେ ସ୍ଵାମୀଙ୍କ ସହ ରହୁଥିଲେ ସୁଲୋଚନା । ନିକଟରେ ସୁଲୋଚନା ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।

ଯାହା ପରେ ସ୍ଵାମୀ ଚୈତନ୍ୟର ମୁଣ୍ଡ ଆଉ କାମ କରି ନଥିଲା । ପୁଅ ଆଶା ରଖିଥିବା ଚୈତନ୍ୟ ପୁଣି ଥରେ ସୁଲୋଚନାଙ୍କୁ ମାଡ଼ ମାରିଥିଲା । କୌଣସି ବାଟ ନ ପାଇ ୫ ଝିଅଙ୍କୁ ଧରି ମେଡିକାଲ୍ ପଳାଇ ଯାଇଥିଲେ ସୁଲୋଚନା । ସେଠାରେ ଚିକିତ୍ସା ପରେ ମେଡିକାଲରେ ରାତି କାଟିଥିଲେ । ପରେ ଡାକ୍ତର ସୁଲୋଚନାଙ୍କ ଠାରୁ ସବୁ ଶୁଣିବା ପରେ ଗନ୍ଦିଁଆ ଥାନା ଅଞ୍ଚଳର ଏକ ସେବାଶ୍ରମଙ୍କୁ ମାଆ ଓ ୫ ଝିଅଙ୍କୁ ପଠାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଷ୍ଟେସନ ପଛ ପଟୁ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଲା ପୋଲିସ; ବିହାର ଲମ୍ବିଛି ଲିଙ୍କ୍

ଝିଅ ସୁଲୋଚନାଙ୍କୁ ସ୍ଵାମୀ ଚୈତନ୍ୟ ନିର୍ଯାତନା ଦେଉଥିବା ନେଇ ମାଆ ମଉନା ନାୟକ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ଗତ ଅକ୍ଟୋବର ୧୯ ତାରିଖରୁ ମଉନା ଭୁବନ ଥାନାରେ ଏତଲା ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ସେ କହିଛନ୍ତି । ପୋଲିସ ନ ଶୁଣିବାରୁ ମଉନା ଏସ୍‌ପିଙ୍କୁ ଭେଟି ଝିଅର ଦୁଃଖ ଜଣାଇଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସୁଲୋଚନାଙ୍କୁ ନ୍ୟାୟ ଦେବାକୁ ମାଆ ଦାବି କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Mother Thrown Out With 5 Daughters After Not Bearing a Son | Argus News | Argus News