Videos
|
Crime

ଭାଇ ଭଳି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା

Smruti Parija
Browse all articles by Smruti Parija
·12 months ago·2 min read
ଭାଇ ଭଳି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା

Key Points

ଭାଇ ଭଳି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା

ଭାଇକୁ ହତ୍ୟା କଲା ଭାଇ

41 ଦିନ ପରେ ଖୋଲିଲା ହତ୍ୟାର ରହସ୍ୟ

ସାନ ଭାଇକୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ବଡ଼ ଭାଇ । ଟିଟିଲାଗଡ଼ ଥାନା ପରିସରରେ ବଲାଙ୍ଗୀର ଏସପି ଓ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣି ବେହେରାଙ୍କ ଉପସ୍ଥିତିରେ ନାବାଳକର ହତ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ।


ଗତ 28 ତାରିଖ ଦିନ ଟିଟିଲାଗଡ଼ ସହର ହାଟପଦା ନିକଟସ୍ଥ ଗୋଶାଳା ପଡାର ଚେରୁ ପୋଢ଼ଙ୍କ ସାନ ପୁଅ ନିଖୋଜ ଅଛି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ହେଲେ ଟିଟିଲାଗଡ଼ ପୋଲିସ ଆଖପାଖ ଅଂଚଳରେ ଖୋଜା ଖୋଜି କରିବା ପରେ ନାବାଳକର ସୁରାକ୍ ପାଇ ନଥିଲା । ହେଲେ କିଛି ଦିନ ପରେ ପୁଣି ପୋଲିସ ପଚରା ଉଚରା କରିବା ପରେ ପରିବାର ଲୋକଙ୍କ ବଡ଼ ପୁଅ ସାନ ପୁଅକୁ ହତ୍ୟା କରିଛି ବୋଲି ପୋଲିସ ଜାଣିବାକୁ ପାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାନ ଭାଇକୁ ବଡ଼ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବାବେଳେ ପରିବାର ଲୋକେ ବଡ଼ ପୁଅକୁ ଅଣ ଦେଖା ମଧ୍ୟ କରୁ ଥିବା ଜଣାପଡିଛି । ଗତ 28 ତାରିଖ ଦିନ ଲାନ ପୁଅକୁ ପିଜୁଳି ଖାଇବାକୁ ଦେଇଥିଲେ । ହେଲେ ବଡ ପୁଅକୁ ଦେଇନଥିଲେ । ଶେଷରେ ଏକ ଛୁରୀ ସାହାଯ୍ୟରେ ହତ୍ୟା କରି ନିଜ ବେଡ଼ ରୁମ୍ ଭିତରେ ପୋତି ଦେଇଥିଲା । ବିଳମ୍ବିତ ରାତି 1 ଟାରେ ନିଜ ମା' ଶାଢ଼ୀରେ ପୋତି ଦେଇଥିବା ସାନ ଭାଇକୁ ମାଟି ତଳରୁ ପୁଣି ଖୋଲି ସ୍ଥାନୀୟ ନାଳକୁ ନେଇ ପ୍ରଥମେ ଫୋପାଡ଼ି ଦେଇଥିଲା । ପୁଣି ରାତିରେ ଯାଇ ମାଟିରେ ପୋତି ଦେଇ ବିନ୍ଦାସ୍ ବୁଲୁଥିଲା ଅଭିଯୁକ୍ତ।


ଏଭଳି ଅନେକ ଘଟଣା ଟିଟିଲାଗଡ଼ ସହରରେ ଘଟୁ ଥିବା ବେଳେ ଲୋକେ ଗୁପ୍ତଧନ ପାଇଁ ଭାଇକୁ ଭାଇ ହତ୍ୟା କରିଛି ବୋଲି ସକାଳୁ ଚର୍ଚ୍ଚା ହେଉ ଥିଲା । ପରେ ବଲାଙ୍ଗୀର ପୋଲିସ ବଡ଼ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ କେମିତି ଭାବେ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ ତାହାର ସିନ୍ ରି-କ୍ରିଏସନ କରିଥିଲା ପୋଲିସ । ତା ପରେ ସବୁ ଘଟଣା ପଦାକୁ ଆସିଛି।

elder-brother-killed-younger-brother-at-balangir | Argus News