Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭିନେତା ସୈଫ୍ ଅଲି ଖାଙ୍କୁ ଛ୍ଛୁରାମାଡ଼ ଘଟଣା ରେ ଏହି ସୁପର କପ୍ କିଏ?

Crime

ଅଭିନେତା ସୈଫ୍ ଅଲି ଖାଙ୍କୁ ଛ୍ଛୁରାମାଡ଼ ଘଟଣା ରେ ଏହି ସୁପର କପ୍ କିଏ?

Sudeshna Mishra
Browse all articles by Sudeshna Mishra
·1 year ago·3 min read
ଅଭିନେତା ସୈଫ୍ ଅଲି ଖାଙ୍କୁ ଛ୍ଛୁରାମାଡ଼ ଘଟଣା ରେ ଏହି ସୁପର କପ୍ କିଏ?

Key Points

ଦୟା ନାୟକ, ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀ

ଏନକାଉଣ୍ଟର ସ୍ପେଶାଲିଷ୍ଟ, ଦୟା ନାୟକ

ମୁମ୍ବାଇ ପୋଲିସ,

ଅର୍ଗସ ବ୍ୟୁରୋ:  ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ଉପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଥିବା ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରୁଥିବାବେଳେ ଚାରିଆଡ଼େ ଏହି ପ୍ରଶ୍ନ ଯେ କଡା ସୁରକ୍ଷା ସତ୍ତ୍ବେ ଅଭିନେତାଙ୍କ ଘର ଭିତରେ ପସି କେମିତି ଜଣେ ହମଲା କରି ପାରେ?ସୈଫ ଅଲିଙ୍କୁ ଯିଏ ଛୁରାମାଡ଼ କରିଥିଲେ, ତାର ଫଟୋ ସାମନାକୁ ଆସିଛି। ତେବେ ପୋଲିସ ଏହି ସଂଦିଗ୍ଧର ବିବରଣୀ ଖୋଜିବାରେ ଲାଗିଛି। ଏବେ ସୈଫ ସମ୍ପୂର୍ଣ୍ଣ ସୁସ୍ଥ ଓ ବିପଦ ମୁକ୍ତ ଥିବା କହିଛନ୍ତି ଡାକ୍ତର ।

ଏହି ମାମଲାରେ ପୋଲିସ ଖାଳତାଡ଼ରେ ଲାଗିଛି, ମୁମ୍ବାଇ ପୋଲିସର କ୍ରାଇମବ୍ରାଂଚ ଏହି ପୂରା ମାମଲାର ଯାଂଚରେ ଲାଗିଛନ୍ତି ଯେଉ ଟିମକୁ ଲିଡ଼ କରୁଛନ୍ତି ଦୟା ନାୟକ, ଏମିତିରେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ସୁପର କପ ଦୟା ନାୟକ କିଏ?


ଦୟା ନାୟକ, ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀ ହେବା ସହ ଏନକାଉଣ୍ଟର ସ୍ପେଶାଲିଷ୍ଟ ମଧ୍ୟ। ଦୟା ନାୟକ ଏହି ମାମଲାର ଯାଂଚ କରୁଛନ୍ତି। ତାଙ୍କୁ ଗୁରୁବାର ସୈଫ ଅଲି ଖାନଙ୍କ ଘର ବାହାରେ ବି ଦେଖିବାକୁ ମିଳିଛି ଏହି ମାମଲାର ଯାଂଚ ପାଇଁ ଦୟା ନାୟକ ଏଠାରେ ପହଂଚିଥିଲେ। ଅପରାଧିଙ୍କୁ ଏନକାଉଣ୍ଟର କରିବାରେ ମାହିର ଦୟା ନାୟକଙ୍କୁ ଗତ ବର୍ଷ ହି ପ୍ରମୋଶନ ଦେଇଛନ୍ତି।


ବର୍ଷ ୧୯୯୫ବ୍ୟାଚର ପୋଲିସକର୍ମୀ ନାୟକଙ୍କ ନାମ ଏନକାଉଂଟରରେ କ୍ରିମିନାଲକୁ ମାରିବା ନେଇ ବେଶ ର୍ଚଚାରେ ରହିଥାଏ। ସେ ୩ବର୍ଷ ମହାରାଷ୍ଟ୍ର ଆତଙ୍କବାଦ ପ୍ରତିରୋଧ ସ୍ବାର୍ଡ ବା ଏ.ଟି.ଏସରେ ବି ନିଜ ସେବା ପ୍ରଦାନ କରିଛନ୍ତି। ୧୯୯୬ରେ ଛୋଟା ରାଜନ ଗ୍ୟାଙ୍ଗର୍ଷ୍ଟସଙ୍କୁ ଏନକାଉଂଟର କରିବା ପରେ ର୍ଚଚାକୁ ଆସନ୍ତି, ଦୟା ନାୟକ। ତାଙ୍କୁ ୧୯୯୬ରେ ଜୁହୁ ପୋଲିସ ଷ୍ଟେଶନରେ ମୃତୟନ କରାଯାଇଥିଲା, ଯେଉଁ ସମୟରେ ପେଟ୍ରୋଲିଙ୍ଗ କରିବା ବେଳେ ଛୋଟା ରାଜନଙ୍କ ୨ଗ୍ୟାଙ୍ଗଷ୍ଟର ସହଯୋଗୀଙ୍କ କଥା ସାମନାକୁ ଆଣିଲେ, ଦୟା ନାୟକ। ଏହି ୨ଗ୍ୟାଙ୍ଗର୍ଷ୍ଟାସଙ୍କ ବିଷୟରେ ଜାଣିବା ପରେ ଦୟାଙ୍କ ଉପରେ ଆକ୍ରମଣ ହୁଏ ଯାହା ପରେ ସେଲଫ-ଡିଫେନ୍ସରେ ଏହି କ୍ରିମିନାଲଙ୍କୁ ମାରି ଦିଅନ୍ତି, ଦୟା। ତେବେ ତାଙ୍କ ବାହାଦୁରି ନୂହେ ବରଂ ତାଙ୍କ ଦାୟିତ୍ବବାନ କାମ ବି ତାଙ୍କୁ ର୍ଚଚାର ପରିସରକୁ ଆଣି ପାରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତାଙ୍କ ଜୀବନୀକୁ ନେଇ ବହୁ ଫିଲ୍ମ ବି ନିର୍ମାଣ ହୋଇଛି, ଯାହା ମଧ୍ୟରେ ଅବ-ତକ-ଛପ୍ପନ ଓ ଡିର୍ପାଟମେଣ୍ଟ ବି ଶାମିଲ ଅଛି। କଣ୍ଟାଟକରେ ଏକ ସାଧାରଣ ପରିବାରରେ ଦୟାଙ୍କ ଜନ୍ମ ହୁଏ, ଜୀବନରେ ଅନେକ ସଂଘର୍ଷ ପରେ ସେ ଆଗକୁ ବଢ଼ନ୍ତି ଓ ୧୯୭୯ରେ ମୁମ୍ବାଇ ପଳାଇ ଆସନ୍ତି ଯେଉଁଠି ପ୍ରଥମେ ଏକ ଟେବଲ କ୍ଲିନର ଭାବେ ତାଙ୍କ ଯାତ୍ରା ଆରମ୍ଭ ହୁଏ, ତେବେ ଦୟାଙ୍କ ପରିଶ୍ରମ ଦେଖି ହୋଟେଲ ମାଲିକ ତାଙ୍କୁ ଶିକ୍ଷା ଗ୍ରହଣ ପାଇ ସବୁ ପ୍ରକାର ସାହାଯ୍ୟ କରନ୍ତି ଓ ୧୯୯୫ରେ ଦୟା ନାୟକ ପୋଲିସ ର୍ଫୋସ ଜଏନ କରନ୍ତି। ବହୁ ଜଲଦି ହି ସେ ତାଙ୍କ ବରିଷ୍ଠ ଅଧିକାରିଙ୍କ ମଧ୍ୟରେ ନିଜର ଏନକାଉଣ୍ଟର ଷ୍ଟାଇଲକୁ ନେଇ ବେଶ ନାମ କରି ପାରନ୍ତି, ଯାହା ପରେ ଚାରିଆଡ଼େ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ନା କରନ୍ତି। ସେବେଠାରୁ ନାୟକ ସହରର କିଛି ଜଣାସୁଣା ଅଣ୍ଡରଓ୍ବାଲର୍ଡ ନେଟର୍ଓ୍ବାକକୁ ଶେଷ କରିବା ପାଇଁ ଗୁରୁତ୍ବପୂର୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ଦୟା ନାୟକ ମୁମ୍ବାଇ ପୋଲିସର ର୍ଚଚିତ ଅଧିକାରୀ ପ୍ରଦୀପ ଶର୍ମାଙ୍କ ସହିତ ବି କାମ କରିଛନ୍ତି।



ରିର୍ପୋଟ ଅନୁସାର, ଦୟା ନାୟକ ୮୦ରୁ ଅଧିକ ଅପରାଧିଙ୍କ ଏନକାଉଣ୍ଟର କରିଛନ୍ତି। ଦୟା ଏବେ ମୁମ୍ବାଇ ପୋଲିସ କ୍ରାଇମବ୍ରାଂଚରେ ନିଜ ସେବା ପ୍ରଦାନ କରୁଛନ୍ତି। ତେବେ ୨୦୦୪ରେ ନିଜ ସମ୍ପତିକୁ ନେଇ ଆଣ୍ଟି-କରପଶନ ବ୍ୟୂରୋର ରାଡାରକୁ ଆସନ୍ତି, ଦୟା ନାୟକ। ୨୦୦୬ରେ ଆୟରୁ ଅଧିକ ସମ୍ପତି ମାମଲାରେ ଛନ୍ଦି ହୋଇ ପଡିଲେ, ଦୟା ନାୟକ, ଯାହାର କିଛି ସମୟ ପରେ ତାଙ୍କୁ ଛାଡଦିଆଗଲା। ଏବେ ତାଙ୍କ ସୁନାମ କ୍ରାଇମବ୍ରାଂଚର ଜଣେ ଦକ୍ଷ ଅଧିକାରୀ ଭାବେ ଏବଂ ଏହି ଭଳି ହାଇପ୍ରୋଫାଇଲ କେସ ସମାଧାନରେ ଧୁରନ୍ଧର, ଦୟା ନାୟକ।


Sponsored
Who is Encounter Specialist Daya Nayak ? | Argus News