ଗାଁରେ ଜାଲନୋଟ୍ କାରବାର କରୁଥିବା ୩ ଜଣଙ୍କୁ ଧରିଲେ ଗ୍ରାମବାସୀ

ଜାଲ୍ନୋଟ କାରବାର ରାକେର୍ଟର ପର୍ଦ୍ଦାଫାସ। ଡେଲାଙ୍ଗରେ ସାଧାରଣ ଲୋକଙ୍କୁ ଜାଲ୍ ନୋଟ କାରବାର ପାଇଁ ଟାର୍ଗେଟ କରାଯାଉଥିବା ବେଳେ ମାଡି ବସିଛନ୍ତି ଗ୍ରାମର କିଛି ଯୁବକ। ସୂଚନା ଅନୁସାରେ ଗତକାଲି ଗତକାଲି ବିଳମ୍ବିତ ରାତିରେ ଏକ ମାରୁତି ଓମିନି କାରରେ ତିନିଜଣ ଆସି ଡେଲାଙ୍ଗ ସାଦ ପଡ଼ା ଗାଁ ରେ ଜାଲ ନୋଟ କାରବାର ପାଇଁ ଗାଁ ର ଅର୍ଦ୍ଧଶିକ୍ଷିତ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଏନେଇ ଜାଣିବା ପରେ ଗାଁର କିଛି ଯୁବକ ତିନିଜଣଙ୍କୁ ବାନ୍ଧି ଗାଁ କୋଠ ଘରେ ସକାଳ ପର୍ଯ୍ୟନ୍ତ ଅଟକ ରଖିଥିଲେ। ପରେ ପୋଲିସ ଜିମା ଦେଇଥିଲେ। ପୋଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ଏ ଜାଲ ନୋଟ କାରବାର ଓ ରାକେଟ ର ପର୍ଦାଫାଶ କରି ଉଚିତ ଦଣ୍ଡ ବିଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଅଭିଯୁକ୍ତଙ୍କ ଠାରୁ ଏକ ମାରୁତି ଓମିନି କାର, ଗୋଟେ ପ୍ରିଣ୍ଟର, କିଛି କେମିକାଲ, ଜାଲ ନୋଟ ତିଆରି କାଗଜ ଓ ଦୁଇଟି ବ୍ୟାଗ ସିଜ କରାଯାଇଛି। ଅଟକ ଥିବା ତିନି ଜଣଙ୍କ ମଧ୍ୟରେ ଜଣେ ଚନ୍ଦନପୁର ଅଞ୍ଚଳର ହୋଇଥିଲା ବେଳେ ଅନ୍ୟ ଦୁଇଜଣ ବରଗଡ଼ ଜିଲ୍ଲାର ଏବଂ ଚନ୍ଦନପୁର ଅଞ୍ଚଳର । ଅଟକ ଥିବା ଯୁବକଙ୍କ ନାମରେ ପୂର୍ବରୁ ଅନ୍ୟ ଥାନାରେ ଏଭଳି ମାମଲା ଥିବା ପିପିଲି ଏସଡିପିଓ ସୂଚନା ଦେଇଛନ୍ତି।