Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

୫ଟି ଆଇଡି ନିଷ୍କ୍ରିୟ କଲେ ସୁରକ୍ଷାବାହିନୀ

Smruti Parija
Browse all articles by Smruti Parija
·1 year ago
୫ଟି ଆଇଡି ନିଷ୍କ୍ରିୟ କଲେ ସୁରକ୍ଷାବାହିନୀ

ନକ୍ସଲଙ୍କ ଯୋଜନା ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଯବାନ । ୫ଟି ଆଇଡି ନିଷ୍କ୍ରିୟ କରିଛି ସୁରକ୍ଷାବାହିନୀ । ଏରିଆ ଡୋମିନେସନ ଏବଂ ଡିମାଇନିଂ ପାଇଁ ମାନକେଲି ଅଭିମୁଖେ ବାହାରିଥିଲେ ବିଜାପୁର ପୁଲିସ ଏବଂ ଜୈତାଲୁର କ୍ୟାମ୍ପର ବାଟାଲିୟନ -୧୩ ସଶସ୍ତ୍ର ବାହିନୀ ମିଳିତ ଟିମ୍‌ ।


ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାନକେଲି ଗାଁ କଚ୍ଚା ରାସ୍ତାରେ ୨ କିଲୋଗ୍ରାମ ଓଜନର ୩ ଟି ବିୟର ବୋତଲ ବୋମା ଏବଂ ୨ ଟି ଟିଫିନ୍ ବୋମା ସିରିଜରେ ଖଞ୍ଜିଥିଲେ ନକ୍ସଲ । ଯାହା ଏକ କମାଣ୍ଡ ସ୍ୱିଚ୍ ସହିତ ସଂଯୋଗ ହୋଇଥିଲା । ବିଜାପୁର ଜିଲ୍ଲା ବିଡିଏସ ଦଳ ଘଟଣାସ୍ଥଳରେ ଆଇଇଡିକୁ ଠାବ କରି ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁରକ୍ଷା ବାହିନୀର ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଇଇଡି ଗୁଡିକୁ ଠାବ ପରେ ନିଷ୍କ୍ରିୟ କରି ନକ୍ସଲପନ୍ଥୀଙ୍କ ଘୃଣ୍ୟ ଯୋଜନାକୁ ବିଫଳ କରିବାରେ ସଫଳ ହୋଇଛନ୍ତି।

Sponsored
five-IED-seized-by-security-force | Argus News