Crime News / ପାର୍ଟି ପାଇଁ କମ୍ ମଦ କିଣିବାରୁ ସାଙ୍ଗକୁ ପିଟି ପିଟି ହତ୍ୟା କଲେ ସାଙ୍ଗ

Key Points
ପାର୍ଟି ପାଇଁ କମ୍ ମଦ କିଣିବାରୁ ସାଙ୍ଗକୁ ପିଟି ପିଟି ହତ୍ୟା କଲେ ସାଙ୍ଗ ।
ମହାରାଷ୍ଟ୍ରର ନାଗପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଗୋଟେ ସାଙ୍ଗ ପ୍ରତି ସାଙ୍ଗର ବିଶ୍ଵାସକୁ ଭାଙ୍ଗିଦେଇଛି । ଯେଉଁଠାରେ ବନ୍ଧୁମାନଙ୍କ ମଧ୍ୟରେ ମଦ କମ୍ ଆଣିବାକୁ ନେଇ ଏକ ବିବାଦ ଆରମ୍ଭ ହୋଇଥିଲା ପରେ ଏହା ବଡ଼ ଝଗଡ଼ାର ରୂପ ନେଇଥିଲା । ଝଗଡ଼ା ସମୟରେ କିଛି ବନ୍ଧୁ ସେମାନଙ୍କର ଜଣେ ବନ୍ଧୁଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି, ଯେଉଁମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି ।
ସୂଚନା ଅନୁଯାୟୀ, ରବିବାର ରାତିରେ ରମେଶ ତାଙ୍କ ବନ୍ଧୁମାନଙ୍କ ସହିତ ମଦ୍ୟପାନ କରୁଥିଲେ । ଅଭିଯୁକ୍ତ ଶଙ୍କର ଶ୍ରୀପଦ ଭୈସାରେ (୪୮) ରମେଶଙ୍କୁ ମଦ କିଣିବା ପାଇଁ ଟଙ୍କା ଦେବାରୁ ବିବାଦ ଆରମ୍ଭ ହୋଇଥିଲା, କିନ୍ତୁ ଯେତେବେଳେ ରମେଶ ମଦ ନେଇ ଫେରିଲେ, ସେତେବେଥଳେ ସେ କମ୍ ମଦ ଆଣିଥିଲେ । ଏହି କଥାକୁ ନେଇ ଶଙ୍କର ଏବଂ ରମେଶଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ବିବାଦ ଏତେ ବଢି ଯାଇଥିଲା ଯେ ଶଙ୍କର ଏବଂ ତାଙ୍କର ଦୁଇ ବନ୍ଧୁ ରମେଶଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କର ମୃତ୍ୟ ହୋଇଥିଲା ।
ନାଗପୁରର ପଚପାଓଲି ଥାନା ଅଧୀନସ୍ଥ ବାବା ବୁଦ୍ଧଜୀ ନଗରରେ ରବିବାର ରାତିରେ ଏହି ଘଟଣା ଘଟିଛି । ପୋଲିସ ଅନୁସାରେ, ମୃତକଙ୍କ ନାମ ବୈଶାଳୀ ନଗରର ତାଜ ନଗର ନିବାସୀ ୪୦ ବର୍ଷୀୟ ରମେଶ ଓରଫ ବୈଦ୍ୟ ମୁକୁନ୍ଦରାଓ ମସରାମ ବୋଲି ଚିହ୍ନଟ କରାଯାଇଛି ।
ରମେଶଙ୍କୁ ଲାତ ଏବଂ ପଥରରେ ପିଟି ଦିଆଯାଇଥିଲା । ପଚପାଓଲି ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଶଙ୍କର ଭୈସାରେ ଅଧିକ ଟଙ୍କା ଦେଇ କମ୍ ମଦ ଆଣିଥିବାରୁ ରାଗିଯାଇଥିଲେ । ସେ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ତାଙ୍କର ଦୁଇ ବନ୍ଧୁ ରମେଶଙ୍କୁ ଲାତ, ମୁଠା ଏବଂ ପଥରରେ ନିର୍ମମ ଭାବରେ ପିଟିବା ଆରମ୍ଭ କରିଥିଲେ।
ରମେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ହେପାଜତରେ ତିନି ଅଭିଯୁକ୍ତଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପାଚପାଓଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ଶଙ୍କର ଭୈସାରେ ଏବଂ ଆକ୍ରମଣରେ ସମ୍ପୃକ୍ତ ତାଙ୍କର ଦୁଇ ବନ୍ଧୁଙ୍କୁ ଗିରଫ କରିଛି ।
📱 Get Argus News App
✨Related Topics
Explore more stories