ଗଣେଶ ମୂର୍ତ୍ତି ଭସାଣ ବେଳେ ଡିଜେକୁ ନେଇ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ୧୦ ଆହତ

Key Points
ଗଣେଶ ମୂର୍ତ୍ତି ଭସାଣରେ ଡିଜେ ବନ୍ଦ କରିବାକୁ ଯାଇ ଯୁକ୍ତିତର୍କରୁ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ହାତାହାତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୦ ଜଣ ।
ଖଣ୍ଡପଡ଼ା (ନୟାଗଡ଼): ଭସାଣ ବେଳେ ଗୋଷ୍ଠୀ ସଂଘର୍ଷରୁ ଗଡ଼ିଲା ମୁଣ୍ଡ । ଗଣେଶ ମୂର୍ତ୍ତି ଭସାଣରେ ଡିଜେ ବନ୍ଦ କରିବାକୁ ଯାଇ ଯୁକ୍ତିତର୍କରୁ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ହାତାହାତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୦ ଜଣ । ଏ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରଡ଼ାପଲ୍ଲୀ ଗାଁରେ ।
ସୂଚନା ଅନୁସାରେ, ରବିବାର ରାତିରେ କରଡ଼ାପଲ୍ଲୀ ଗାଁ ଦେଇ ଗଣେଶ ମୂର୍ତ୍ତି ଭସାଣ ପାଇଁ ଶୋଭାଯାତ୍ରାରେ ନିଆ ଯାଉଥିଲା । ଡିଜେ ସାଉଣ୍ଡର ତାଳେ ତାଳେ ସମସ୍ତ ଝୁମୁଥିବା ବେଳେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଡିଜେ ବନ୍ଦ କରିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଉ ଶେଷରେ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ ।
୨ ପକ୍ଷର ହାତାହାତିରେ କରଡ଼ାପଲ୍ଲୀ ଗାଁର ହରିହର ସ୍ଵାଇଁଙ୍କ ମୃତ୍ୟୁ ହୋଇଛି । ଗଣ୍ଡଗୋଳରେ ଆହତ ୧୦ ଜଣଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଫତେଗଡ଼ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଛି ।