ବାଲିହରଚଣ୍ଡୀ ଲଜ୍ଜା , ମାଷ୍ଟରମାଇଣ୍ଡ ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ

Key Points
ଜଙ୍ଗଲରେ ପ୍ରେମିକ ସାମ୍ନାରେ ପ୍ରେମିକାକୁ କଲେ ଗଣଦୁଷ୍କର୍ମ । ପୁଣି ଏକ ଛାତିଥରା ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ପୁରୀରେ ଗୋପାଳପୁର ଘଟଣାର ପୁନରାବୃତ୍ତି । ଜଙ୍ଗଲରେ ପ୍ରେମିକ ସାମ୍ନାରେ ପ୍ରେମିକାକୁ କଲେ ଗଣଦୁଷ୍କର୍ମ । ପୁଣି ଏକ ଛାତିଥରା ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ପୁରୀ ବ୍ରହ୍ମଗିରି ସ୍ଥିତ ବାଲିହରଚଣ୍ଡି ପୀଠରେ ଘଟିଛି ଏପରି ଅଭାବନୀୟ ଘଟଣା । । ବାଲିହରଚଣ୍ଡି ଏକ ପର୍ଯ୍ୟଟନ ସ୍ଥଳୀ। ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଥାନ୍ତି । ଶନିବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିବାବେଳେ ସ୍ଥାନୀୟ ଚଣ୍ଡୀପୁଟ ଗାଁର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ। ପରେ ସେହି ଯୁବକଙ୍କୁ ଗଛରେ ବାନ୍ଧି ଅନ୍ୟ ୪ ଜଣ ଯୁବକ ଯୁବତୀଙ୍କୁ କରିଥିଲେ ଗଣଦୁଷ୍କର୍ମ ।
ତେବେ ଘଟଣାରେ ସଂପୃକ୍ତ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗତକାଲି ଗିରଫ କରିଥିଲା ପୋଲିସ । ସେମାନେ ଥିଲେ ଚଣ୍ଡିପୁଟ ଗାଁର ଶଙ୍କର ସାହୁଙ୍କ ଦୁଇ ପୁଅ ରାହୁଲ ସାହୁ ଓ ଶିବ ସାହୁ ଏବଂ ଅନୁ ବେହେରାଙ୍କ ପୁଅ ଆଦ୍ୟା ବେହେରା । ଆଜି ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାଙ୍କୁ ଆନ୍ଧ୍ର ଓଡିଶା ବର୍ଡରରୁ ଗିରଫ କରିଛି ପୋଲିସ ଟିମ । ଅଭିଯୁକ୍ତର ଫୋନ ଟ୍ରାକ୍ କରି ଗିରଫ କରାଯାଇଛି । ଘଟଣାରେ ସେ ମାଷ୍ଟରମାଇଣ୍ଡ ଥିବା ତଦନ୍ତରୁ କୁହାଯାଉଛି । ତେବେ ଘଟଣାକୁ ନେଇ ଯୁବତୀର ଡାକ୍ତରୀ ମାଇନା କରାଯାଇଛି। ଆଜି ଅଭିଯୁକ୍ତ ୪ ଜଣଙ୍କର ଡାକ୍ତରୀ ମାଇନା କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।