Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Renukaswamy murder case , ସୁପ୍ରିମକୋର୍ଟଙ୍କୁ ବିଷ ମାଗିଲେ ସୁପରଷ୍ଟାର ଦର୍ଶନ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
Renukaswamy murder case , ସୁପ୍ରିମକୋର୍ଟଙ୍କୁ ବିଷ ମାଗିଲେ ସୁପରଷ୍ଟାର ଦର୍ଶନ

Key Points

ମୋ ହାତରେ ଫଙ୍ଗସ୍ ହେଇଗଲେଣି
ମୁଁ ଅନେକ ଦିନ ହେବ ସୂର୍ଯ୍ୟକିରଣ ଦେଖିନି
ମତେ ବିଷ ଦେଇ ମାରିଦିଅ

ସୁପ୍ରିମକୋର୍ଟଙ୍କୁ ବିଷ ମାଗିଛନ୍ତି କର୍ଣ୍ଣାଟକ ସୁପରଷ୍ଟାର ଦର୍ଶନ । ତାଙ୍କର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ କହିଛନ୍ତି, ଜେଲରେ ଏପରି ସ୍ଥିତିରେ ସେ ରହିବାକୁ ଚାହୁଁନାହାନ୍ତି । ସେଥିପାଇଁ ଏପରି ଜୀବନ ଜୀଇଁବା ଅପେକ୍ଷା ବିଷ ଖାଇ ମରିଯିବା ଭଲ ବୋଲି ସେ କହିଛନ୍ତି । ସେ ଆଉ ବଞ୍ଚିବାକୁ ଚାହୁଁନଥିବା କହିଛନ୍ତି ।

ରେଣୁକାସ୍ଵାମୀ ହତ୍ୟା ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଟି ସିଭିଲ୍ ଏବଂ ସେସନ୍ସ କୋର୍ଟରେ ହୋଇଥିଲା । ସେଥିରେ ନିଜର ସ୍ଵାସ୍ଥ୍ୟ ବିଷୟରେ ଦର୍ଶନ କହିଥିଲେ, ତାଙ୍କ ହାତରେ ଫଙ୍ଗସ ହୋଇଗଲାଣି । ତାଙ୍କୁ ଜେଲ ବାହାରକୁ ଛଡା ନଯିବାରୁ ସେ ଅନେକ ଦିନ ହେବ ସୂର୍ଯ୍ୟକିରଣ ଦେଖିନାହାନ୍ତି । ତାଙ୍କ ପୋଷାକରୁ ଦୁର୍ଗନ୍ଧ ବାହାରୁଛି । ଜେଲରେ ଆହୁରି ଅନେକ ସମସ୍ୟା ତାଙ୍କ ସହ ହେଉଛି । ଏମିତି ପରିସ୍ଥିତିରେ ସେ ବଞ୍ଚି ପାରିବେନି । ସେଥିପାଇଁ ତାଙ୍କୁ ବିଷ ଦିଆଯାଉ ବୋଲି ଜଜଙ୍କୁ ଅନୁରୋଧ କରିଥିଲେ ଦର୍ଶନ ।

ଜଜ୍ ସାହେବ କହିଥିଲେ , ଏମିତି କରାଯାଇ ପାରିବ ନାହିଁ । ହେଲେ ଦର୍ଶନ କହିଥିଲେ, ଆଉ କାହାକୁ ନୁହେଁ, କେବଳ ମତେ ବିଷ ଦେଇଦିଅ । ତେବେ କୋର୍ଟ ଦର୍ଶନଙ୍କ ଆବେଦନ ପରେ ମାମଲାର ଶୁଣାଣି ୧୯ ସେପ୍ଟେମ୍ବରକୁ ସ୍ଥଗିତ କରିଛନ୍ତି । ପୂର୍ବରୁ ଡିସେମ୍ବର 2024 ରେ କର୍ଣ୍ଣାଟକ ହାଇକୋର୍ଟ ଏହି ଅଭିନେତାଙ୍କୁ ଜାମିନ ଦେଇଥିଲେ, କିନ୍ତୁ ସାକ୍ଷୀଙ୍କ ସହିତ ହେରଫେର କରିବା ଅଭିଯୋଗରେ ସୁପ୍ରିମକୋର୍ଟ 14 ଅଗଷ୍ଟ 2025 ରେ ତାଙ୍କ ଜାମିନକୁ ବାତିଲ କରିଦେଇଥିଲେ। ଏହାପରେ ପୁଣି ପୋଲିସ ତାଙ୍କୁ ଗିରଫ କରି ଜେଲରେ ପହଞ୍ଚାଇଥିଲା ।

ଦର୍ଶନଙ୍କୁ ରେଣୁକାସ୍ଵାମୀ ହତ୍ୟା ମାମଲାରେ ଗିରଫ କରାଯାଇଥିଲା । ରେଣୁକାସ୍ଵାମୀ ଦର୍ଶନଙ୍କର ଗର୍ଲଫ୍ରେଣ୍ଡ ପବିତ୍ର ଗୌଡାଙ୍କୁ ଅଶ୍ଳୀଳ ଭିଡିଓ ପଠାଇଥିଲେ । ଯାହାକୁ ନେଇ ଦର୍ଶନ ଏବଂ ତାଙ୍କର କିଛି ସହଯୋଗୀ ରେଣୁକାସ୍ଵାମୀଙ୍କୁ ଗିରଫ କରିଥିଲେ । ଆଉ ତାଙ୍କୁ ରୋଡରେ ନିର୍ଯ୍ୟାତନା ଦେଇ ମାରି ଦେଇଥିଲେ । ଆଉ ମୃତ୍ୟୁ ପରେ ତାଙ୍କ ଶବକୁ ଏକ ନାଳରେ ଫୋପାଡି ଦିଆଯାଇଥିଲା । ଆଉ ପୋଲିସ ଘଟଣାର ତଦନ୍ତ କରିବା ପରେ ଅଭିନେତା ଦର୍ଶନଙ୍କୁ ଗିରଫ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Give me poison' superstar Darshan said to court | Argus News