Videos
|
Crime

ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି

Smruti Parija
Browse all articles by Smruti Parija
·1 year ago·1 min read
ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି

Key Points

ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି

ସୁନା ବ୍ୟବସାୟୀଙ୍କ ଘରୁ ନେଇଗଲେ 50 ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର

କୁଚିଣ୍ଡା ଗୋବିନ୍ଦପୁର ଥାନା କେଛୁପାଣି ଗ୍ରାମର ଘଟଣା

ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି । ସୁନା ବ୍ୟବସାୟୀଙ୍କ ଘରୁ ନେଇଗଲେ 50 ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର । ଦୂର୍ବୃତ୍ତମାନେ ବିଳମ୍ବିତ ରାତିରେ ଘରେ ପସିଥିଲେ । ବନ୍ଧୁକ ଭୁଜାଲି ଦେଖାଇ ସମସ୍ତଙ୍କୁ ଗୋଟିଏ ଘରେ ବନ୍ଦ କରିଦେଇଥିଲେ ।


ଏପରି ଘଟଣା ଦେଖିବାକୁ ମିଳିଛି କୁଚିଣ୍ଡା ଗୋବିନ୍ଦପୁର ଥାନା କେଛୁପାଣି ଗ୍ରାମରେ । କେଛୁପାଣି ଗ୍ରାମର ରୁଦ୍ରାକ୍ଷ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୧ ଟା ସମୟରେ ପାଞ୍ଚ ଜଣ ମୁଖାଧାରୀ ଘରେ ପଶି କରିଛନ୍ତି ଡକାୟତି । ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ରୂପା ଅଳଙ୍କାର ଚୋରି ହେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର । ଘଟଣାସ୍ଥଳରେ କୁଚିଣ୍ଡା ଏସ୍ଡ଼ିପିଓ ସମେତ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
gold-and-silver-ornaments-worth-rs-50-lakhs-stolen-from-gold-merchants-house | Argus News