|
logo
Live

Argus News - ଆଗରୁ ଅଏସ୍ କରୁଥିଲେ, ଏବେ ଭୋ-ଭୋ କାନ୍ଦୁଛନ୍ତି

Crime

ଆଗରୁ ଅଏସ୍ କରୁଥିଲେ, ଏବେ ଭୋ-ଭୋ କାନ୍ଦୁଛନ୍ତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଗରୁ ଅଏସ୍ କରୁଥିଲେ, ଏବେ ଭୋ-ଭୋ କାନ୍ଦୁଛନ୍ତି

Key Points

ଆଗରୁ ଅଏସ୍ କରୁଥିଲେ ଏବେ ଭୋ-ଭୋ କାନ୍ଦୁଛନ୍ତି
ପୋଲିସ ଆଗରେ ନେହୁରା ହେଉଛନ୍ତି
ନେତା-ମନ୍ତ୍ରୀ-ଅଫିସରଙ୍କ ସହ ବସୁଥିଲେ ଏବେ ବାନ୍ଧିଲା ପୋଲିସ
ଫିଲ୍ମ ଷ୍ଟାଇଲ୍‌ରେ ଚଳୁଥିଲେ ଏବେ କ୍ୟାମେରା ଦେଖିଲେ କାନ୍ଦ ବାହାରୁଛି

ଅର୍ଗସ ବ୍ୟୁରୋ:  ଆଜ୍ଞା ହଁ.. ଆମେ କହୁଛୁ ସେହି ହଂସିତା ଓରଫ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ ହର୍ସିତାଙ୍କ କଥା । ଯାହାଙ୍କୁ ନେଇ ଏବେ ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ଫେସବୁକ୍ ଟ୍ୱିଟରରେ ଖାଲି ତାଙ୍କରି କଥା । ହଂସିତା-ଅନୀଲ । ପୁରା ନାଁ ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି । ବଲିଉଡ୍‌ ଫିଲ୍ମରେ ଯେମିତି ବଣ୍ଟି-ବବ୍‌ଲି ଲୋକଙ୍କୁ ଚୁନ ଲଗାଉଥିଲେ ଠିକ୍‌ ସେମିତି ଏଇ ହଂସିତା ଆଉ ଅନୀଲ ଓଡ଼ିଶାର ଅନେକ ଲୋକଙ୍କୁ ଠକିଛନ୍ତି ।


ହଂସିତା ବଡ଼ ବଡ଼ ଅଫିସରଙ୍କ ସହ ଫଟୋ ଉଠାଇ କର୍ପୋରେଟ ସଂସ୍ଥାଙ୍କୁ କହୁଥିଲେ `ସାର ମୋର ଭାରି ନିଜର । ମୁଁ ଯାହା କହିବି ସେ କରିବେ' । ସବୁଠାରୁ ବଡ଼ କଥା ହେଲା ହଂସିତା ନିଜକୁ PMଙ୍କ ସଚିବ ପିକେ ମିଶ୍ରଙ୍କ ଝିଅ ବୋଲି କୁଆଡ଼େ... ପରିଚୟ ଦେଉଥିଲେ । ଆଉ ଏମିତି କହି କର୍ପୋରେଟ ସଂସ୍ଥାର ବିଶ୍ବାସ ଜିତିବା ପରେ... କାମ କରାଇଦେବା ନାଁରେ ଠକି ନେଉଥିଲେ କୋଟି କୋଟି ଟଙ୍କା ।

ହେଲେ କଥାରେ ଅଛି ନା... ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଠିକ୍‌ ସେମିତି ହଂସିତାଙ୍କ ପାପ ହାଣ୍ଡି ଫୁଲ୍ ହେବା ପରେ ଏବେ ଆୟକର ବିଭାଗ ହାତରେ ଧରାପଡ଼ିଛନ୍ତି ଉଭୟ କ୍ରାଇମ ପାର୍ଟନର ହଂସିତା ଓ ଅନୀଲ । ଗିରଫ ହେବା ପରେ ଏବେ କ୍ୟାମେରା ଦେଖିଲେ ବାହାରୁଛି କାନ୍ଦ । ଆଖିରୁ ଝରୁଛି ଧାର ଧାର ଲୁହ । ଆଉ କହୁଛନ୍ତି ଆମକୁ ଫସେଇ ଦିଆଯାଇଛି । ଜାଣିଶୁଣି ବଦନାମ କରାଯାଉଛି । ସବୁ ସତ କହିବି, ଏବଂ ଗୁମର ଖୋଲିବି ।' ସେପଟେ ଅନୀଲ କହୁଛନ୍ତି, `ଆମେ କିଛି କରିନାହୁଁ । ଯିଏ ଆମ ନାଁରେ କେସ୍ ଦେଇଛନ୍ତି ତାଙ୍କୁ ବି ଜାଣିନୁ । ତଦନ୍ତ ହେଲେ ସବୁ ପଦାକୁ ଆସିବ' । ଏବେ ଉଭୟ ବଣ୍ଟି-ବବ୍‌ଲିଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ସ୍ପେଶାଲ କ୍ରାଇମ୍ ୟୁନିଟ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ହଂସିତାଙ୍କ ଅନେକ ଫଟୋରେ ନଜର ଅସିଛନ୍ତି ଅନୀଲ ମହାନ୍ତି । ହେଲେ ତାଙ୍କର ପ୍ରକୃତ ସ୍ବାମୀ ହେଉଛନ୍ତି ସରୋଜ ସାହୁ । ଯାହାଙ୍କ ବୟସ ପ୍ରାୟ ୬୦ ହେବ । ଗଞ୍ଜାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଯାହାଙ୍କ ନାଁରେ ଠକେଇର ସାମ୍ରାଜ୍ୟ ଚଳାଇଥିଲେ ହଂସିତା । ରାଜଧାନୀର କୋଠାବାଡ଼ି ହେଉ କିମ୍ବା ନାମୀ ଦାମୀ କାର୍ । ସବୁରି ପଛରେ ରହିଛି ସରୋଜଙ୍କ ହାତ। ଅର୍ଥାତ ହଂସିତାଙ୍କ ବେନାମୀ ସଂପତ୍ତିର ବେନାମ୍ ବାଦଶାହ ହେଉଛନ୍ତି ସରୋଜ ସାହୁ। ଏବେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଜଟଣୀରୁ ଖୋର୍ଦ୍ଧା ଆଉ ଖୋର୍ଦ୍ଧାରୁ ପିଛା କରି ଶେଷରେ ଖଣ୍ଡଗିରିରେ ଏକ କାର ଭିତରୁ ତାଙ୍କୁ ଧରିଛି ଆୟକର ବିଭାଗ।

ତେବେ ଆୟକର ବିଭାଗର ତଥ୍ୟ କହୁଛି, ହଂସିତାଙ୍କ ଠକେଇର ଚେର, କେବଳ ଝାଡ଼ଖଣ୍ଡ ନୁହେଁ, ଛତିଶଗଡ଼ ଯାଏଁ ଲମ୍ବିଛି । ESL ନାମକ ଏକ ଠିକା ସଂସ୍ଥା ନାଁରେ ହଂସିତା ଏବଂ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଚଳାଉଥିଲେ ଟେଣ୍ଡର ଫିକ୍ସିଂ। ଏପରିକି ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ନାଁରେ ଚଳାଇ ଆସୁଥିଲେ ଜାଲିଆତି।


ଅଧିକ ପଢ଼ନ୍ତୁ ଅପରାଧ ଖବର:

Sponsored
ଆଗରୁ ଅଏସ୍ କରୁଥିଲେ, ଏବେ ଭୋ-ଭୋ କାନ୍ଦୁଛନ୍ତି | Argus News