Videos
|
Crime

କାକା ସହ ଝିଆରୀର ପ୍ରେମ ! ସୁପାରୀ କିଲର ଲଗାଇ ସ୍ୱାମୀକୁ କଲେ ହତ୍ୟା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାକା ସହ ଝିଆରୀର ପ୍ରେମ ! ସୁପାରୀ କିଲର ଲଗାଇ ସ୍ୱାମୀକୁ କଲେ ହତ୍ୟା

Key Points

ବିବାହର ମାତ୍ର ୪୫ ଦିନ ପରେ ସ୍ୱାମୀଙ୍କୁ କଲେ ହତ୍ୟା ।
ଗୁଞ୍ଜା ଦେବୀଙ୍କୁ ବଳପୂର୍ବକ ନବୀନଗର ଥାନା ଅଧୀନସ୍ଥ ବରୱନ ଗ୍ରାମ ବାସିନ୍ଦା ପ୍ରିୟାଂଶୁଙ୍କୁ ବିବାହ କରାଇଲେ।

ଭାରତରେ ପୁଣି ଜଣେ ସ୍ୱାମୀର ଜୀବନ ଗଲା । ପତ୍ନୀ ଅନ୍ୟତ୍ର ପ୍ରେମ କରି, ସ୍ୱାମୀକୁ ହତ୍ୟା କଲା । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ବିହାରର ଔରଙ୍ଗାବାଦ ଜିଲ୍ଲାରୁ । ଏଠାରେ ଜଣେ ୨୫ ବର୍ଷୀୟ ଯୁବକ ନିଜ ପତ୍ନୀ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି ।

ନୂଆ ନୂଆ ବିବାହ କରିଥିଲେ, କିନ୍ତୁ ପତ୍ନୀଙ୍କର ଅନ୍ୟତ୍ର ବିବାହ କରିବାର ଇଚ୍ଛା ଥିଲା । ବିବାହ ପରେ ବି ନିଜ ପ୍ରେମିକଙ୍କ ସହ ରଖିଥିଲେ ସମ୍ପର୍କ । ତେଣୁ ସମୟ ସୁଯୋଗ ଦେଖି ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ କଲେ ପ୍ଲାନ୍‌ । ଆଉ ବିବାହର ମାତ୍ର ୪୫ ଦିନ ପରେ ସ୍ୱାମୀଙ୍କୁ କଲେ ହତ୍ୟା ।

ପୋଲିସର କହିବାନୁଯାୟୀ ନବ ବିବାହିତା ଗୁଞ୍ଜା ଦେବୀ ନିଜ କାକା ଜୀବନ ସିଂହ(୫୫)ଙ୍କ ସହ ସମ୍ପର୍କ‌ରେ ଥିଲେ । ସେମାନେ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ସଦସ୍ୟ ଏହାକୁ ବିରୋଧ କରି ଗୁଞ୍ଜା ଦେବୀଙ୍କୁ ବଳପୂର୍ବକ ନବୀନଗର ଥାନା ଅଧୀନସ୍ଥ ବରୱନ ଗ୍ରାମ ବାସିନ୍ଦା ପ୍ରିୟାଂଶୁଙ୍କୁ ବିବାହ କରାଇଲେ।

ଜୁନ୍ ୨୫ ତାରିଖରେ ପ୍ରିୟାଂଶୁନିଜ ଭଉଣୀ ଘରକୁ ଟ୍ରେନ୍‌ରେ ଫେରୁଥିଲେ। ନବୀ ନଗର ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଘରକୁ ଫେରିବା ବାଟରେ ହିଁ ତାଙ୍କୁ ୨ ଜଣ ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୁଞ୍ଜା ଦେବୀ ତାଙ୍କ ଶାଶୂ ଘର ଗାଁ ଛାଡ଼ିଦେଲେ। ଏହାପରେ ପ୍ରିୟାଂଶୁଙ୍କ ପରିବାର ସଦସ୍ୟ ତାଙ୍କୁ ସନ୍ଦେହ କରିଥିଲେ। ପୋଲିସ ଗୁଞ୍ଜା ଦେବୀଙ୍କ କଲ୍ ରେକର୍ଡ ଯାଞ୍ଚ କରିବା ପରେ କାକାଙ୍କ ସହ ତାଙ୍କ ସଂପର୍କ ଓ ହତ୍ୟା ଷଡ୍‌ଯନ୍ତ୍ର ସଂପର୍କରେ ଜଣାପଡ଼ିଥିଲା।

ହତ୍ୟାପାଇଁ ଗୁଞ୍ଜା ଦେବୀଙ୍କ କାକା ଜୀବନ ଝାଡ଼ଖଣ୍ଡରୁ ୨ ଜଣ ସୁପାରି କିଲର୍‌ ଆଣିଥିଲେ। ଉକ୍ତ ୨ ସୁପାରି କିଲର ଏବଂ ଗୁଞ୍ଜା ଦେବୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜୀବନ ଏବେ ଫେରାର୍‌ ରହିଛି । ପୋଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Husband Killed after 45 days of marriage | Argus News